Pratidin TV

Odisha's Digital News Platform

ମା’ ସମଲେଇଙ୍କ ଠାରୁ ଆର୍ଶୀବାଦ୍ ନେଲେ ଅମିତ ଶାହ , ଜିତିବ ପଦ୍ମ ବଢିଲା ବିଶ୍ୱାସ ..

ସମ୍ଭଲପୁର ; ଆସନ୍ତା ୨୫ ତାରିଖରେ ସମ୍ବଲପୁର ଲୋକସଭା ସଂସଦୀୟ କ୍ଷେତ୍ରରେ ସାଧାରଣ ନିର୍ବାଚନ ହେବାକୁ ଅଛି । ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ଠାରେ ବିଜେପିର ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଚାର କାର‌୍ୟ୍ୟ କରିଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଏକ ସ୍ୱତନ୍ତ୍ର ବିମାନ ରେ ସମ୍ବଲପୁର କୁ ପହଞ୍ଚି ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ମନ୍ଦିର କୁ ଯାଇ ମାଁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ ।

ଏହାସହ ସମ୍ବଲପୁର ଅଇଁଠାପାଲି ପିଏଚଡ଼ି ପଡିଆରେ ଏକ ବିଶାଳ ବିଜୟ ସଂଙ୍କଳ୍ପ ଜନସମାବେଶ ରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଉଦବୋଧନ ଦେଇ ବିଜେପି ପ୍ରାର୍ଥୀ ଙ୍କ ପାଇଁ ସାଧାରଣ ଜନତା ଙ୍କୁ ଭୋଟ ଭିକ୍ଷା କରି ବିଜୟୀ କରିବାକୁ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *