Pratidin TV

Odisha's Digital News Platform

ଅପରାହ୍ନରେ ସୋନପୁରରେ ପହଞ୍ଚି ପ୍ରଚାର ସଭାରେ ଯୋଗଦେବେ ଅମିତ ଶାହା…..

ଓଡିଶା ମୁହାଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ | ଏପ୍ରିଲ ୨୫ ରେ ତଥା ଆଜି ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ | ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସୁଛନ୍ତି | ସୋନପୁରରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରି ଓଡିଶାବାସୀଙ୍କୁ ଭୋଟ୍ ମାଗିବେ ।

ଆଜି ଅପରାହ୍ନ ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନରେ ୩ଟା ୪୫ରେ ପହଞ୍ଚିବେ ଅମିତ ଶାହା | ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଯିବେ । ଅମିତ ଶାହଙ୍କ ଆଗମନ ପାଇଁ ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସୋନପୁରରେ ପହଞ୍ଚି ଅମିତ ଶାହ ସେଠାରେ ଆୟୋଜିତ ସଭାରେ ଯୋଗ ଦେଇ ସଭାରେ ସାମିଲ ଲୋକଙ୍କୁ ସମ୍ବୋଧିତ କରି ଭୋଟ ମାଗିବେ । ପରେ ସଭା ସାରି ହେଲିକପ୍ଟର ଯୋଗେ ଭୁବନେଶ୍ୱର ଆସିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳର ବରିଷ୍ଠ ତଥା ତୁଙ୍ଗ ନେତା ସହ ନିର୍ବାଚନକୁ ନେଇ ସନ୍ଧ୍ୟା ୭ଟାରୁ କରିବେ ବୈଠକ | ପରେ ଭୁବନେଶ୍ୱରରେ ଶାହଙ୍କ ରାତି ରହଣୀ କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *