Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀଙ୍କ ପରେ ଜନସଭାରୁ ଅମିତ ଶାହାଙ୍କ ରଣହୁଙ୍କାର

1 min read

ମେ ୨୧ ଅର୍ଥାତ ଗତକାଲି ଗୋଟିଏ ଦିନରେ ୪ଟି ସ୍ଥାନକୁ ଗସ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଉ ଯେଉଁଠାକୁ ଯାଇଛନ୍ତି ବିଜେଡି ସରକାର ବିରୋଧରେ ବର୍ଷିଛନ୍ତି । ଦିନକୁ ଦିନ ବେଶ ଆକ୍ରମଣାତ୍ମକ ହେଉଛି ବିଜେପିର ଏହି ଶୀର୍ଷ ରଣନୀତିକାରଙ୍କ ସ୍ୱର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ବିଜେଡି ଉପରେ ଜୋରଦାର ବର୍ଷିଛନ୍ତି ଶାହା । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଚିଟଫଣ୍ଡ ଟଙ୍କା, ଓଡିଆ ଅସ୍ମିତା କଥା ଉଠାଇ ସରକାର ବଦଳାଇବାକୁ ଦେଇଛନ୍ତି ଆହ୍ୱନ l

ଦିନକୁ ଦିନ ଉଗ୍ର ହେଉଛି ବିଜେପିର ଆକ୍ରମଣ । ଖଣି, ପାଣି, ଭ୍ରଷ୍ଟାଚାର, ପ୍ରସଙ୍ଗ ଉଠାଇ ବିଜେଡିକୁ ପ୍ରଧାନମନ୍ତ୍ରୀ ଘେରିବା ପରେ ଆଜି ପୁଣି ଗୃହମନ୍ତ୍ରୀ ଅମିତ ଶାହା ସିଧାସଳଖ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ଚିଟଫଣ୍ଡ ଟଙ୍କା ଓଡିଆ ଅସ୍ମିତା, ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ବିଜେଡିର ଶୀର୍ଷ ନେତୃତ୍ୱଙ୍କ ଉପରେ ଜୋରଦାର ବର୍ଷିଛନ୍ତି । କଂଗ୍ରେସକୁ ମଧ୍ୟ କଡା ସମାଲୋଚନା କରିଛନ୍ତି । ଏଥିସହ ଓଡିଶାରେ ବିଜେପି ସରକାର ଗଢ଼ିଲେ କଣ କରିବ, ସେ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

Advertisement

ବିଜେଡି ବିରୋଧରେ ବିଜେପିର ଆକ୍ରମଣ ଧିରେ ଧିରେ ଆହୁରି ତୀବ୍ର ହେଉଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀନ ଓ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରିବା ପରେ ମଙ୍ଗଳବାର ମଞ୍ଚ ଉପରୁ ଜୋରଦାର ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ବିଜେଡି ପ୍ରଶ୍ନ କରୁଥିବାବେଳେ ଶାହା ଓଡିଆ ଅସ୍ମିତାର କଥା କହି ବର୍ଷିଛନ୍ତି । ବିଜେଡି ସରକାରକୁ ଓପାଡି ଫୋପାଡି ଦେବାକୁ ଆହ୍ୱାନ ଦେଇଛନ୍ତି ।

ଶାହାଙ୍କ ସମ୍ବୋଧନ..
କୌଣସି ତାମିଲ ଲୋକ ଶାସନ କରିପାରିବ ନାହିଁ
ବିଜେପିକୁ ଭୋଟ ଦିଅନ୍ତୁ ଓଡିଶାର ସନ୍ତାନ ଏଠି ଶାସନ କରିବ
ନବୀନ ବାବୁ ଓଡିଶାକୁ ପଛକୁ ଠେଲି ଦେଇଛନ୍ତି ୨ବର୍ଷରେ ସମସ୍ତଙ୍କୁ ପାଣି ଗରିବଙ୍କୁ ଘର ମିଳିବ
ଧାନ କ୍ୱିଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ
ମହିଳାଙ୍କୁ ୫୦ ହଜାରର ଭାଉଚର ମିଳିବ ଶହେ ଦିନରେ ଚିଟଫଣ୍ଡ ଟଙ୍କା ଫେରିବ

ମଞ୍ଚ ଉପରୁ ମାଗଣା ଚାଉଳ କଥା ଉଠାଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି ଶାହା । ମାଗଣା ଚାଉଳ ମୋଦୀ ଦେଉଛନ୍ତି ଓ ନବୀନ ଖାଲି ଅଖା ଦେଉଥିବା କହି କଟାକ୍ଷ କରିଛନ୍ତି । ସେହିପରି ଢ଼େଙ୍କାନାଳରେ ବିଜେଡି ସରକାରକୁ ଓପାଡି ଫିଙ୍ଗି ଦେବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ଭ୍ରଷ୍ଟାଚାରୀଙ୍କୁ ଜେଲରେ ପୁରାଯିବ ବୋଲି ଚେତାବୀନ ଦେଇଛନ୍ତି । ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇ ବିଜେପି ସରକାର ଗଢ଼ିଲେ ଯୁବବର୍ଗଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦିନକ ପରେ ଗୋଟିଏ ଦିନରେ ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ ଓ ନୟାଗଡରେ ଶାହାଙ୍କ ମାରାଥନ ପ୍ରଚାର ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ଓଡିଶାରେ ଆସନ ସଂଖ୍ୟା ବଢ଼ିବା ସମ୍ଭାବନା ଦେଖିବା ପରେ ବିଜେପି ଓଡିଶା ଉପରେ ଫୋକସ କରୁଥିବା ଚର୍ଚ୍ଚା ହେଉଛି । ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ଥିବାବେଳେ, ବିଜେପିର ବଡ ନେତାଙ୍କ ଆକ୍ରମଣ, ରାଜନୈତିକ ଉଷ୍ଣତାକୁ ଆହୁରି ବଢ଼ାଇ ଦେଇଛି |

Leave a Reply

Your email address will not be published. Required fields are marked *