Pratidin TV

Odisha's Digital News Platform

ଜାମ୍ମୁ-କାଶ୍ମୀରରେ ପାଇଁ ଅମିତ ଶାହଙ୍କ ‘ଜିରୋ ଟେରର ପ୍ଲାନ’, ମୂଳପୋଛା ହେବ ଆତଙ୍କବାଦୀ

1 min read

ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର | ଗତକାଲି ଆତଙ୍କବାଦୀ ମୂଳୋତ୍ପାଟନ ପାଇଁ ଗୃହ ମନ୍ତ୍ରୀ ଅମିତ ଶାହ ବୈଠକ ବସାଇଥିଲେ | ଆତଙ୍କବାଦୀ ବିରୋଧୀ ଲଢେଇ ପାଇଁ ପଦକ୍ଷପ ନିଆଯାଇଛି | ତେବେ ଏହାର ଆତଙ୍କବାଦୀର ମୂଳୋତ୍ପାଟନ ପାଇଁ ମଧ୍ୟ ସଂକଳ୍ପ ବଦ୍ଧ ହୋଇଛନ୍ତି କେନ୍ଦ୍ର ସରକାର | ରବିବାର ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତି ଏବଂ ଅମରନାଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରି ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ |

ଏରିଆ ଡୋମିନେସନ୍ ପ୍ଲାନ୍ ଓ ଜିରୋ ଟେରର୍ ପ୍ଲାନ ଦ୍ୱାରା କଶ୍ମୀରରେ ମିଳିଥିବା ସଫଳତାକୁ ଜମ୍ମୁ ଡିଭିଜନରେ ଦୋହରାଇବା ପାଇଁ ଏହି ଅବସରରେ ବିଭିନ୍ନ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ଶାହ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନା ଅନୁଯାୟୀ, ଗତ ସପ୍ତାହ ଜାମ୍ମୁ କାଶ୍ମୀରରେ ୪ ଥର ଆତଙ୍କବାଦୀ ହମଲା ଏବଂ ରଇସି ଆତଙ୍କୀ ହମଲାରେ ୧୦ ଜଣ ତୀର୍ଥଯାତ୍ରୀଙ୍କ ଜୀବନ ଯିବା ପରେ ଘାଟିରେ ଜୋରଦାର ହୋଇଛି ଆତଙ୍କୀ ନିପାତ ଅଭିଯାନ।

Advertisement

ତେବେ ଗୃହମନ୍ତ୍ରୀଙ୍କ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ NSA ଅଜିତ ଡୋଭାଲ, ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଓ କେନ୍ଦ୍ର ଗୃହ ସଚିବଙ୍କ ସମେତ ସ୍ଥଳସେନା ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ୍ ଡିଜି ଅନିଶ ଦୟାଲ, ବିଏସଏଫ୍ ଡିଜି ନୀତିନ ଅଗ୍ରୱାଲଙ୍କ ସମେତ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *