Pratidin TV

Odisha's Digital News Platform

ଗୁରୁତର ହେଲେ ବିଗ୍ ବି , ଡାକ୍ତରଖାନାରେ ହେଲେ ଭର୍ତ୍ତି ..

1 min read

ଏବେ ବଲିଉଡରୁ ଆସିଛି ଦୁଃଖଦ ଖବର । ବଲିଉଡର ଶେହେନ୍ସା ବିଗ୍ ବିଙ୍କ ବିଗିଡିଯାଇଛି ସ୍ୱାସ୍ଥ୍ୟବସ୍ଥା । ହସ୍ପିଟାଲରେ ହୋଇଛନ୍ତି ଭର୍ତ୍ତି । ତାଙ୍କୁ ଶୁକ୍ରବାର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହୋଉଛନ୍ତି । ରିପୋର୍ଟ ଅନୁଯାୟୀ ବିଗ୍ ବିଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ରିପୋର୍ଟ ଅନୁଯାୟୀ ଶୁକ୍ରବାର ସକାଳେ କଡା ସୁରକ୍ଷା ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ଶେଷ ହୋଇଥିବା ଜଣାପଡ଼ିଛି । ଏହି ଖବର ଶୁଣି ଫ୍ୟାନ୍ସ ଚିନ୍ତିତ ହୋଇଥିବା ବେଳେ, ସେପଟେ ବିଗ ବି ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ବିଗ ବିଙ୍କର ଏହି ପୋଷ୍ଟରୁ ଜଣାପଡିଛି ଯେ ସେ ବର୍ତ୍ତମାନ ଭଲ ଅଛନ୍ତି ଏବଂ ସେ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଯାହା ପରେ ଫ୍ୟାନ୍ସଙ୍କୁ ଆଶ୍ୱସନା ମିଳିଥିବା ବେଳେ ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *