Pratidin TV

Odisha's Digital News Platform

ଭୁଲ କହି ସମସ୍ତଙ୍କ ଆଗରେ କ୍ଷମା ମାଗିଲେ ଅମିତାଭ ବଚ୍ଚନ !

କ୍ଷମା ମାଗିଲେ ବଲିଉଡର ବିଗ ବି ଅମିତାଭ ବଚ୍ଚନ। କାରଣ ନିକଟରେ ସେ ସ୍ବଚ୍ଛ ଭାରତ ଅଭିଯାନ ଜରିଆରେ ଲୋକଙ୍କୁ ସଚେତନ କରିଥିଲେ। ଏହି କ୍ରମରେ ସୁପରଷ୍ଟାର ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ଭିଡିଓ  ‌ସେୟାର କରି ମରାଠିରେ କହିଥିଲେ, ‘ମୁଁ ଅଳିଆ କରିବି ନାହିଁ।’ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଗ ବି ସୋସିଆଲ ମିଡିଆରେ କ୍ଷମା ମାଗିଥିବାର ଭିଡିଓ ଭାଇରଲ ହେଉଛି ।ତେବେ ଅମିତାଭ କ୍ଷମା ମାଗିବାର କାରଣ ହେଉଛି ସେ କଚରା ଶବ୍ଦକୁ ମରାଠିରେ ଭୁଲ କହି ଦେଇଥିଲେ।

ସମ୍ପ୍ରତି ଭାଇରାଲ ହୋଇଥିବା ଭିଡିଓରେ ଅମିତାଭ ମରାଠୀ ଲୋକମାନଙ୍କୁ ଭୁଲ ଉଚ୍ଚାରଣ ପାଇଁ କ୍ଷମା ମାଗିଛନ୍ତି। ନିଜର ତ୍ରୁଟିକୁ ସେ ସୁଧାରି ନେଇଛନ୍ତି। ଅମିତାଭ କହିଛନ୍ତି, ‘ମୋତେ ସାଙ୍ଗ ସୁଦେଶ ଭୋଂସଲେ କହିଥିଲେ, ‘ମୁଁ ‘କଚରା’ ଶବ୍ଦର ଭୁଲ ଉଚ୍ଚାରଣ କରିଛି। ସେଥିପାଇଁ ମୁଁ ଏହି ଭିଡିଓ ଜରିଆରେ ଆପଣମାନଙ୍କୁ କ୍ଷମା ମାଗି ମୋର ଭୁଲକୁ ସଂଶୋଧନ କରି ନେଇଛି।ଅମିତାଭଙ୍କ କ୍ଷମା ମାଗିବା ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ତାଙ୍କର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।ଏତେବଡ଼ ଷ୍ଟାର ହୋଇମଧ୍ୟ  ତାଙ୍କ  ଭିତରେ ଥିବା ଏହି ସରଳ ସ୍ବଭାବ ସମସ୍ତଙ୍କୁ  ହୃଦୟକୁ ଛୁଇଁ ଯାଇଛି ।

Leave a Reply

Your email address will not be published. Required fields are marked *