କେବିସିରେ କାହାକୁ ଦେଖି କାନ୍ଦିଲେ ମହାନାୟକ ଅମିତାଭ ବଚ୍ଚନ ?କହିଲେ ଆଉ କେତେ କନ୍ଦାଇବ..
1 min readମୁମ୍ବାଇ: ଦୀର୍ଘ ବର୍ଷ ହେଲା ଟିଭି ଚାନେଲ ସୋନିରେ ଆସୁଥିବା ରିଆଲିଟି ସୋ କୌନ ବନେଗା କରୋଡପତିର ହୋଷ୍ଟ କରି ଆସୁଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ଚଳିତ ବର୍ଷ ଏହାର ସିଜନ ୧୫ ଚାଲୁଥିବା ବେଳେ ନିଜ ସୋରେ କାନ୍ଦିଲେ ମହାନାୟକ । ଲୋକପ୍ରିୟ ସୋ ଅଟେ ଏହା । ଏଥିରେ ନିଜର ଉପସ୍ଥିତ ବୁଦ୍ଧି ଏବଂ ଦର୍ଶକଙ୍କ ସହ ରୋଚକପୂର୍ଣ୍ଣ ଭାବେ କଥାବର୍ତ୍ତା କରି ଲୋକଙ୍କ ନିକଟର ହୋଇ ପାରିଛନ୍ତିି ଅଭିତାଭ । ତେବେ ଦେଶର କୋଣ ଅନୁକୋଣରେ ରହିଛନ୍ତି ଅମିତାଭ ବଚ୍ଚନଙ୍କ ପ୍ରଶଂସକ । ତାଭ୍କର ଗୋଟେ ଝଲକ ପାଇବା ପାଇଁ ତାଙ୍କ ଘର ଆଗରେ ଦୀର୍ଘ ସମୟ ଧରି ଚାହିଁ ବସିଥାନ୍ତି । ତେବେ ସେ କେବିସି ହୋଷ୍ଟେ କରୁଥିବା ବେଳେୂ ଅନେକ ପ୍ରତିଯୋଗୀ ସେଠାକୁ ଆସି ପ୍ରତିଯୋଗିତାରେ ଭାଗ ନେଇ ଥାନ୍ତି । ଯାହାଫଳରେ ସେମାନେ ଅମିତାଭ ବଚ୍ଚନଙ୍କୁ ପାଖରୁ ଦେଖି ପାରିବେ । ତେବେ କେବିସିରେ ଆସୁଥିବା ପ୍ରତିଯୋଗୀ ନିଜନିଜ ଜୀବନର ଅନେକ କଥା ବଖାଣି ଭାବପ୍ରବଣ ହୋଇଥାନ୍ତି ଯାହାପରେ ଅମିତାଭ ସେମାନଙ୍କୁ ସନ୍ତ୍ୱନା ଦେଇଥିବା ଆପଣମାନେ ଦେଖିଥିବେ ।
ହେଲେ ଏଥର କେବିସିରେ ଏଭଳି କିଛି ହେଲା ଯେ ସେ ନିଜକୁ ଅଟକାଇ ପାରିଲେନ ।ଆଉ ତାଙ୍କରୁ ଝରିଆସିଲା ଲୁହ । ଯାହାକୁ ଦେଖି ପୁରା ସେଟ ଶାନ୍ତ ପଡିଯାଇଥିଲା । ତେବେ ଏହି ଟିଭିରେ ଏହି ଏପିସୋଡଟି ଆସି ନଥିବା ବେଳେ ସୋନି ଟିଭି ଏହାର ଏକ ପ୍ରମୋ ସେୟାର କରିଛି । ଯେଉଁଥିରେ ଅମିତାଭ କାନ୍ଦୁଥିବା ଜଣା ପଡିଛି । ତେବେ କାହିଁକି ତାଙ୍କ ଆଖିରେ ଲୁହ ଆସିଲା? ତେବେ ଘଟଣାଟି ହେଉଛି ଅକ୍ଟୋବର ୧୧ ଅର୍ଥାତ ଗତକାଲି ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଅଛି । ଏଥିପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ କେବିସିରି ତାଙ୍କ ଜନ୍ମଦିନକୁ ବଡ ଧୁମଧାମରେ ସେଲିବ୍ରେଟ କରିଥାନ୍ତି ।
ଚଳିତ ବର୍ଷ ୮୧ ବର୍ଷ ପାଳିବେ ଅମିତାଭ । ଏହି ସ୍ୱତନ୍ତ୍ର ଦିନକୁ ସ୍ମରଣୀୟ କରିବା ପାଇଁ କେବିସି ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଇଛି । ଏହି ଭାଗଟି ଗତକାଲି ଟେଲିକାଷ୍ଟ ହେବାକୁ ଥିବା ବେଳେ ଏହା ଛୋଟ ଝଲକ କେବଳ ପ୍ରମୋ ଆକାରରେ ସାମ୍ନାକୁ ଆସିଛି । ଏହି ଅବସରରେ ଅନେକ ବଡ ବଡ କଳାକାର ତାଭ୍କୁ ଶୁଭେଚ୍ଛା ଜଣାୁଥିବା ମଧ୍ୟ ନଜର ଆସିଛି । ଏସବୁ ଦେଖିବା ପରେ ଅମିତାଭ ସେଟରେ ଭାବପ୍ରାଣ ହୋଇ ପଡିଥିଲେ ।ଆଉ କହିଥିଲେ ଆପଣମାନେ ଆଉ କେତେ କନ୍ଦେଇବେ ? ମୁଁ ସବୁବେଳେ ଲୋକଙ୍କୁ ଟିସୁ ଦେଇଥାଏ ହେଲେ ଆଜି ମୋ ପାଳି ଆସିଗଲା । ଏହାପରେ ସେ ଟିସୁରେ ନିଜ ଲୁହ ପୋଛୁଥିଲେ ।