Pratidin TV

Odisha's Digital News Platform

ମାଳଦ୍ଵୀପକୁ ଭାରତ ଜବାବ; ବୈଦେଶିକ ମନ୍ତ୍ରୀଙ୍କ ବୟାନରେ ଅମିତାଭ ଟ୍ୱିଟରେ କଲେ ‘wahh’

1 min read

ମାଳଦ୍ଵୀପକୁ ଭାରତର ଜବାବ | ଜବାବରେ ପ୍ରଶଂସା କଲେ ଅମିତାଭ ବଚ୍ଚନ | ତେବେ ଦିଲ୍ଲୀସ୍ଥିତ ବୁକ ଲଞ୍ଚ ସମୟରେ “ଭାରତ ଏହି ଅଞ୍ଚଳ ଉପରେ ଗାଳିଗୁଲଜ କରୁଛି” (ଭାରତୀୟ ଉପମହାଦେଶ ଏବଂ ଭାରତ ମହାସାଗରୀୟ ଅଞ୍ଚଳ) ଉପରେ ପ୍ରଶ୍ନର ତୀବ୍ର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ ‘ବଡ ଧମକଚମକ ନାହିଁ’ ପଡ଼ୋଶୀମାନେ ଅସୁବିଧାରେ ଥିବାବେଳେ 4.୫ ବିଲିୟନ ଡଲାର ସହାୟତା ପ୍ରଦାନ ମଧ୍ୟ କରୁଛି | ତାଙ୍କର ପ୍ରତିକ୍ରୟାରେ କେବଳ ସାଧାରଣ ଜନତା ନୁହେଁ, ଅମିତାଭ ମଧ୍ୟ ପ୍ରଶଂସା କରିଛନ୍ତି |

ଏସ ଜୟଶଙ୍କର ପ୍ରତିକ୍ରିୟାରେ ଅମିତାଭ ବଚ୍ଚନ ଟ୍ୱିଟରରେ ଏହି ମନ୍ତବ୍ୟକୁ ପୋଷ୍ଟ କରି ଏସ ଜୟଶଙ୍କରଙ୍କୁ ପ୍ରଶଂସା କରିଛନ୍ତି। ଅମିତାଭ ସୋମବାର ଦିନ ଅପରାହ୍ନରେ ନିଜେ ଟ୍ୱିଟରେ କହିଛନ୍ତି, “WAH !! ଭଲ କହିଲେ ସାର୍ |”

Advertisement

ତେବେ ଘଟଣା ଏହା କି, ନିକଟରେ ମାଳଦ୍ଵୀପ ରାଷ୍ଟ୍ରପତି ମୋଇଜୁ କହିଥିଲେ କୌଣସି ରାଷ୍ଟ୍ର ମାଳଦ୍ଵୀପ ଉପରେ ଦବଦବା ଜାହିର କରିପାରିବ ନାହିଁ କିମ୍ବା ଧମକେଇପାରିବ ନାହିଁ | ମାଳଦ୍ଵୀପ ଛୋଟ ଦେଶ ହେଲେ ମଧ୍ୟ ଜବାବ ଦେଇ ଜାଣିଛି | ଭାରତ କରୁଛି ଦାଦାଗିରି | ଏହାର ଉତ୍ତରରେ କହିଥିଲେ ଧାମ ଦେଉଥିବା ଦେଶ କେବେ ସଙ୍କଟ ସମୟରେ ସାହାଯ୍ୟ କରିବନି | କୋରୋନା ହେଉ କି ଯୁଦ୍ଧ ସମୟ ସଦାବେଳେ ଭାରତ ଅନ୍ୟ ରାଷ୍ଟ୍ରଙ୍କ ବିପଦ ସମୟରେ ସାଥି ହୋଇଛି | ତେବେ ଏହାର ଜବାବରେ ବଲିଉଡର ବିଗ ବି ହୋଇଯାଇଥିଲେ ଖୁସି | ଏବଂ କରିଥିଲେ ପ୍ରଶଂସା | ତାଙ୍କର ପ୍ରଶଂସା କରି ସେ କରିଥିଲେ ଟ୍ୱିଟ | ଏବେ ଜୟଶଙ୍କରଙ୍କ ଏହି ଜବାବ ର ଭିଡ଼ିଓ ବହୁତ ଭାଇରାଲ ହେବାରେ ଲାଗିଛି | ଏବଂ ଜୟଶଙ୍କର ଆହୁରି ମଧ୍ୟ କହିଥିଲେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ବାସ୍ତବତାକୁ ଦେଖିବା ଉଚିତ | ଭାରତ ଏବେ ପଡୋଶୀ ରାଷ୍ଟ୍ର ପାଇଁ କ’ଣ କରୁଛି | କୌଣସି ଧମକ ଦେବା ଦେଶ ରପରି ପ୍ରାଧାନ୍ୟ କାମ କରିବନି |

Leave a Reply

Your email address will not be published. Required fields are marked *