Pratidin TV

Odisha's Digital News Platform

ବିଗ୍ ବିଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା କଲେ IIMରେ ଆଡମିଶନ, ଦୁଇ ବର୍ଷ ଏହି ସହର ହେବ ତାଙ୍କ ଠିକଣା ..

1 min read

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଗତ କିଛି ସମୟ ଧରି କେହି ନା କେହି ଷ୍ଟାର କିଡ୍‌ ଫିଲ୍ମରେ ପ୍ରବେଶ କରୁଥିବାର ଏକ ପରମ୍ପରା ଜାରି ରହିଛି । ଦର୍ଶକମାନେ ମଧ୍ୟ ସେମାନଙ୍କ ପ୍ରିୟ କଳାକାରଙ୍କ ସନ୍ତାନ ଏବଂ ତାଙ୍କ ଡେବୁ୍ୟ ପ୍ରୋଜେକଫ ସମ୍ପର୍କରେ ଜାଣିବା ପାଇଁ ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ଏହାରି ମଧ୍ୟରେ ଜଣେ ଚର୍ଚ୍ଚିତ   ଷ୍ଟାର କିଡ୍‌  ଇଣ୍ଡଷ୍ଟ୍ରିଠାରୁ ସମ୍ପୂର୍ଣ୍ଣ ଭିନ୍ନ ରାସ୍ତା ବାଛିଛନ୍ତି। ସେ ହେଉଛନ୍ତି ବିଗ ବି ଙ୍କ ନାତୁଣୀ  ନବ୍ୟା ନବେଲି ନନ୍ଦ । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ସମସ୍ତେ ଆଶା କରିଥିଲେ ସେ  ଫିଲ୍ମରେ ଆସିବେ । କିନ୍ତୁ ନବ୍ୟା ତାଙ୍କ କ୍ୟାରିଅର ଅଭିନୟରୁରୁ କିଛି ଅଲଗା ବାଛିଛନ୍ତି, ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମଧ୍ୟ ଏହି ବିଷୟରେ ପୋଷ୍ଟ କରିଛନ୍ତି।

ନବ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ଥିଲେ ମଧ୍ୟ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି । ନିକଟରେ ସେ ତାଙ୍କର କିଛି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ନବ୍ୟା ତାଙ୍କ ଡ୍ରିମ୍ କଲେଜ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ଅହମ୍ମଦାବାଦରେ ଆଡମିଶନ ନେଇଛନ୍ତି। ନବ୍ୟା IIM ରୁ ମ୍ୟାନେଜମେଣ୍ଟ (BPGP MBA) ଅଧ୍ୟୟନ କରିବାକୁ ଯାଉଛନ୍ତି । ଏହି ପାଠ୍ୟକ୍ରମ ଦୁଇ ବର୍ଷର ଅଟେ । ଏହି ଫଟୋ ଗୁଡ଼ିକ ସହିତ ସେ କ୍ୟାପସନରେ ଲେଖିଛନ୍ତି, “ସ୍ୱପ୍ନ ସାକାର ହୁଏ, ଭଲ ଲୋକ ଏବଂ ଉତ୍କୃଷ୍ଟ ଅଧ୍ୟାପିକାଙ୍କ ସହ ୨ ବର୍ଷ ଏହା ମୋ ଘର, BPGP MBA ୨୦୨୬ ।” ପୋଷ୍ଟ ହୋଇଥିବା ଫଟୋ ଗୁଡ଼ିକରେ ନବ୍ୟା ଏକ କଳା ଏବଂ ଧଳା ସୁଟରେ ଦେଖାଯାଉଛନ୍ତି ଏବଂ ତାଙ୍କ ପଛରେ ଆଇଆଇଏମ୍ ର ସାଇନ୍ ବୋର୍ଡ ଦୃଶ୍ୟମାନ ହେଉଛି । ସେ ସେଠାରେ ଆଇଆଇଏମ୍ ଅହମ୍ମଦାବାଦ ଏବଂ ତାଙ୍କ ସାଙ୍ଗମାନ ସହ କ୍ୟାମ୍ପସର ଫଟୋ ମଧ୍ୟ ସେୟାର କରିଛନ୍ତି। ଶ୍ୱେତା ବଚ୍ଚନ ତାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ ଆପଣ ମୋତେ ବହୁତ ଗର୍ବିତ କରିଛନ୍ତି। ତାଙ୍କ ଷ୍ଟୋରୀରେ ନବ୍ୟା ମଧ୍ୟ କଲେଜ ପ୍ରବେଶିକା ପରୀକ୍ଷା କ୍ଲିଅର କରିଥିବାରୁ ତାଙ୍କ ଶିକ୍ଷକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇନଷ୍ଟାଗ୍ରାମ ଷ୍ଟୋରୀରେ, ସେ ତାଙ୍କ କୋଚିଂ ସେଣ୍ଟରରେ ଆଡମିଶନ ସେଲିବ୍ରେସନ ପାଳନ କରୁଥିବା ଏବଂ କେକ୍ କାଟିଥିବାର ନଜର ଆସିଛନ୍ତି।

Leave a Reply

Your email address will not be published. Required fields are marked *