ବଢିଲା ବଚ୍ଚନ ପରିବାରର ବିବାଦ! ଐଶ୍ୱର୍ଯ୍ୟାଙ୍କୁ ଫଲୋଇଂ ତାଲିକାରୁ କାଢିଦେଲେ ଶ୍ୱଶୁର…
1 min readବଚ୍ଚନ ପରିବାର ସର୍ବଦା ଲାଇମଲାଇଟରେ ରହିଥାନ୍ତି । ହେଲେ ଆଜିକାଲି ବଚ୍ଚନ ପରିବାର ଏବଂ ତାଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାଦ ନେଇ ଖବର ହେଡଲାଇନରେ ରହିଛି । ପାରିବାରିକ କଳହକୁ ନେଇ ବୋହୂ ଐଶ୍ୱର୍ଯ୍ୟାଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି କି ଶ୍ୱଶୁର । ତାହାକୁ ନେଇ ବର୍ତ୍ତମାନ ଜୋର ଧରିଛି ଚର୍ଚ୍ଚା । ନିକଟରେ ପୁଅ ଅଭିଶେଷ ନିଜ ଆଙ୍ଗୁଠିରୁ ବିବାହ ମୁଦି କାଢି ଦେଇଥିବା ଦେଖିବାକୁ ମିଳିଥିଲା । ଯାହା ପରେ ଐଶ୍ୱର୍ଯ୍ୟା ଓ ଅଭିଶେକ ଅଲଗା ହେବା ନେଇ ଚର୍ଚ୍ଚା ଲାଗିରହିଥିଲା । ଅଭିଶେକଙ୍କ ପରେ ଏବେ ଅମିତାଭ ବୋହୂ ଐଶ୍ୱର୍ଯ୍ୟାଙ୍କୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଅନଫଲୋ କରିଦେଇଥିବା ଘଟଣା ସନ୍ଦେହ ଆହୁରୀ ବଢାଇଦେଇଛି ।
ଏକ ରେଡ୍ଡିଟ୍ ପୋଷ୍ଟ ବର୍ତ୍ତମାନ ଅନଲାଇନରେ ପ୍ରବଳ ମାତ୍ରାରେ ଭାଇରାଲ୍ ହେଉଛି । ଯେଉଁଥିରେ ଦର୍ଶାଯାଇଛି ଯେ ବିଗ୍ ବି ତାଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କୁ ଇନଷ୍ଟାରୁ ଅନଫଲୋ କରିଦେଇଛନ୍ତି । ଯାହାକୁ ନେଇ ପ୍ରଶ୍ନ କରିଛନ୍ତି ଅନୟ ୟୁଜର୍ସ ମାନେ । କିଛି ଲୋକ ଦାବି କରିଛନ୍ତି ଯେ ଅମିତାଭ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ପରସ୍ପରକୁ ଇନଷ୍ଟାଗ୍ରାମରେ କେବେ ବି ଫଲୋ କରିନାହାଁନ୍ତି । କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ନିଶ୍ଚିତ ଭାବରେ ସେମାନଙ୍କ ମଧ୍ୟରେ କିଛି ମତଭେଦ ହୋଇଛି ବୋଲି । ସେହିପରି ଆଉ ଜଣେ ୟୁଜର କହିଛନ୍ତି ଯେ ଏହା ପ୍ରାଇଭେସି ସେଟିଂ ହୋଇପାରେ ଯେଉଁଠାରେ କେବଳ ଅମିତାଭ ବଚ୍ଚନ ତାଙ୍କ ଫଲୋର୍ସମାନଙ୍କୁ ଦେଖିପାରିବେ ଏବଂ ଅନ୍ୟମାନେ ନୁହଁନ୍ତି ।
ଅପରପକ୍ଷେ କୁହାଯାଇଛି ଯେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପରିବାର ସହିତ ରହିବା ପରିବର୍ତ୍ତେ ତାଙ୍କ ମାଆ ଘରେ ଅଧିକ ସମୟ ବିତାଉଛନ୍ତି । ସେ ତାଙ୍କ ମା ଏବଂ ଝିଅ ଆରାଧ୍ୟାଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି । କେବଳ ଏତିକି ନୁହେଁ ଅଭିଷେକ ବଚ୍ଚନଙ୍କ ବ୍ୟତୀତ ପରିବାରର କେହି କେହି ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ନଥିଲେ । ଏବଂ ଐଶ୍ୱର୍ଯ୍ୟା ବାର୍ଥଡେ ପାର୍ଟିରେ ବଚ୍ଚନ ପରିବାରର କେହିବି ଉପସ୍ଥିତ ନଥିଲେ । ତେଣୁ ଏସବୁ ପରେ ଐଶ୍ୱର୍ଯ୍ୟା ଏବଂ ବଚ୍ଚନ ପରିବାର ମଧ୍ୟରେ ଅନେକ ତିକ୍ତତା ଚାଲିଛି ବୋଲି ଲୋକମାନେ ସନ୍ଦେହ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ଐଶ୍ୱର୍ଯ୍ୟା କିମ୍ବା ବିଗ୍ ବି ପରିବାରର କେହି ଏହି ଖବର ଉପରେ କୈାଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।