Pratidin TV

Odisha's Digital News Platform

ବି-ଟାଉନରେ ଯୋଡି ହେଲା ନୂଆ ଯୋଡି : ଅମିତାଭଙ୍କ ନାତୁଣୀଙ୍କୁ ଡେଟ୍ କରୁଛନ୍ତି ଏହି ଅଭିନେତା ..

1 min read

ମୁମ୍ବାଇ : ନିକଟରେ ଜୟାବଚ୍ଚନ ଏବଂ ତାଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା କମିନଥିବା ବେଳେ । ଏବେ ପୁଣି ପ୍ରଶଂସକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଛନ୍ତି ଏହି ଷ୍ଟାର କିଡ୍ । ସୂଚନା ଅନୁଯାୟୀ ବର୍ତ୍ତମାନ ଅମିତାବ ଏବଂ ଜୟାଙ୍କ ନାତୁଣୀ ନବ୍ୟା ବଲିଉଡ୍‌ର ହଟ୍ ଗାୟ୍ ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ ଡେଟ୍ କରୁଥିବା ଖବରଟି ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଦେଇଛି । ନିଜର ଭିନ୍ନ ମତ ଏବଂ ନାରୀ ସ୍ୱାସ୍ଥକୁ ନେଇ ସଚେତନାତା ସୃଷ୍ଟି କରୁଥିବା ନବ୍ୟା ବଲିଉଡ୍‌ରେ ପାଦ ଥାଡିବାକୁ ଆଦୈଚାହୁଁନଥିବା ବେଳେ , ସିଦ୍ଧାର୍ଥ ସହ ଡେଟିଂ କଥାଟା ତାଙ୍କୁ ବଲିଉଡ୍‌ର ଗସିପ୍ ନଂ ୧ ବନେଇଦେଇଛି ।

ଡିସେମ୍ବର ୧୦ ଅର୍ଥାତ୍ ଶନିବାର ଦିନ ଦୁହିଁଙ୍କୁ ଏକତ୍ର ଚ୍ଚଳଚିତ୍ର ନିର୍ମାତା ଅମୃତ ସିଂ ବିନ୍ଦ୍ରଙ୍କ ଜନ୍ମଦିନ ପାର୍ଟିରେ ଦେଖିବାକୁ ମିଳିଥିଲା । ଉଭୟ ଏକାଠି ଡ୍ୟାନ୍ସ କରୁଥିବା ସହ ପାର୍ଟିରୁ ଫେରିବା ସମୟରେ ଗୋଟିଏ କାର୍‌ରେ ନଜର ଆସିଥିଲେ । ତେବେ ଦୁହେଁ ରୋଜ୍ ରେଡ୍ କଲରର ଡ୍ରେସରେ ଟ୍ୟୁନିଙ୍ଗ୍ କରିଥିବାର ନଜର ଆସିଥିଲେ । ନବ୍ୟା ରେଡ୍ କଲରର ଗାଉନ ପିନ୍ଧିଥିବା ବେଳେ ସିଦ୍ଧାର୍ଥ ରେଡ୍ କଲର ସର୍ଟରେ ନଜର ଆସିଥିଲେ । ତେବେ ଦୁହିଁଙ୍କୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି ବୋଲି କହିଲେ ଚଳେ । ସିଦ୍ଧାର୍ଥଙ୍କ ର‌୍ୟୁମର ଗାର୍ଲଫ୍ରେଣ୍ଡ ଏବେ ତାଙ୍କ ବାସ୍ତବ ଜୀବନର ଗାର୍ଲଫ୍ରେଣ୍ଡ ପାଲଟିଯାଇଛନ୍ତି । ଦୁହେଁ ଦୁହିଁଙ୍କ ରିଲେଶନସିପ୍‌କୁ ଅଫିସିଆଲ କରିନଥିଲେ ମଧ୍ୟ ଅନେକ ଜାଗାରେ ଦୁହିଁଙ୍କୁ ଏକତ୍ର ଦେଖିବାକୁ ମିଳିଛି ।
ଦୁହିଁଙ୍କ ପାର୍ଟି ଭିଡିଓ ସୋସିଆଲ ମିଡିଆ ଭାଇରାଲ ହେବା ପରେ ପ୍ରଶଂସକମାନେ ଏହି ନୂଆ ଯୋଡିଙ୍କର ଖୁବ୍ ପ୍ରଶଂସା କରୁଛନ୍ତି ।

ତେବେ ସିଦ୍ଧାର୍ଥ ରଣବୀର ସିଂଙ୍କ ଗଲିବୟରୁ ନିଜ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପୂର୍ବରୁ ମଧ୍ୟ ସେ ଅନେକ ୱେବ୍ ସିରିଜ୍‌ରେ ନଜର ଆସିଥିଲେ । ତେବେ ଗଲିବୟ ପରେ ସିଦ୍ଧାର୍ଥ ୟୁଦ୍ର,ଖୋ ଗେୟେ ହାମ୍ କାହାଁ, ବଣ୍ଟି ଓର ବବଲି -୨ , ଫୋନ ଭୁଟ୍ ଏବଂ ଗେହେରାଇୟାଁ ମାଧ୍ୟମରେ ବଲିଉଡ୍‌ରେ ନିଜର ସ୍ଥାନ ବନେଇ ପାରିଛନ୍ତି ।

https://www.instagram.com/reel/CmBEHfjIC2f/?utm_source=ig_web_copy_link

Leave a Reply

Your email address will not be published. Required fields are marked *