Pratidin TV

Odisha's Digital News Platform

ବ୍ରହ୍ମାଙ୍କ ଲୁହରୁ ଜନ୍ମ ଏହି ଗଛ ; ଘରେ ଲଗାଇଲେ ପୂର୍ଣ୍ଣ କରେ ସବୁ ମନସ୍କାମନା…

1 min read

ଭୁବନେଶ୍ୱର ; ପୌରାଣିକ ବିଶ୍ୱାସ ଅନୁଯାଇ ଅଁଳା ଗଛ ଭଗବାନ ବ୍ରହ୍ମଙ୍କ ଲୁହରୁ ଜନ୍ମ ନେଇଛି । ଆଉ ଏହି ଗଛରେ ସ୍ୱୟଂ ଭଗବାନ ହରି ବାସ କରନ୍ତି । ବର୍ତମାନ ଲୋକମାନେ ନିଜ ନିଜଘର ବଗିଚାରେ ଅଁଳା ଗଛ ଲଗାଇବାର ଆପଣମାନେ ଦେଖୁଥିବେ । ଏହି ଗଛଟିକୁ ପ୍ରାୟତ ଅନେକ ଲୋକ ନିଜ ଘର ସମ୍ମୁଖରେ କିମ୍ବା ପ୍ରାଙ୍ଗଣରେ ଲଗାଇଥାନ୍ତି । ଏହାର କାରଣ କଣ ଆପଣାମନେ ଜାଣିଛନ୍ତି କି ? କି କେବେ ସେମାନଙ୍କୁ ପଚାରିଛନ୍ତି କି ?

ଚାଲନ୍ତୁ ଜାଣିବା ଏହାର ଉପକାରିତା ଆଉ ମଣିଷ ଜୀବନରେ ପଡୁଥିବା ପ୍ରଭାବ- କୋରୋନା ମସୟରେ ଏହି ଅଁଳା ଫଳର ବ୍ୟାବହାର ଦ୍ୱାରା ଲୋକମାନେ ନିଜ ରୋଗପ୍ରତିରୋଧକ ଶକ୍ତି ବଢାଇଥିଲେ । ସେଥିପାଇଁ ବଦଳୁଥିବା ସମୟ ସହିତ ଅଁଳା ଗଛ ର ଚାହିଦା ମଧ୍ୟ ବହୁଗୁଣିତ ହୋଇଛି । ତେବେ ଚାଲନ୍ତୁ ଜାଣିବା ବସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଘରେ ଅଁଳା ଗଛ ଲଗାଇବାର ଫାଇଦା –

Advertisement

-ଏହି ଅଁଳା ଗଛକୁ ଘରର ପୂର୍ବ/ଉତ୍ତର ଦିଗରେ ଲଗାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

-ଯଦି ଜଣେ ମହିଳା ଅଁଳା ଗଛ ତଳେ ବସି ଶୁକ୍ଲପକ୍ଷର ପଞ୍ଚମୀ ଦିନ ପୂଜା କରନ୍ତି, ତେବେ ସେ ସାରା ଜୀବନ ଭାଗ୍ୟବାନ ହୋଇଥାନ୍ତି । ଭଗବାନ ହରିଙ୍କ କୃପା ଦୃଷ୍ଟି ସର୍ବଦା ରହିଥାଏ ।

-ଏହି ଗଛରେ ସମସ୍ତ ପ୍ରକାରର ରୋଗ ଭଲ କରିବାର କ୍ଷମତା ଅଛି ଏବଂ ସମସ୍ତ ପ୍ରକାର ଦୁଃଖ ଦୂର କରିଥାଏ।

-ଏହି ଗଛକୁ ପ୍ରତ୍ୟକ ଦିନ ସକାଳେ ବିଧିବଧ ପୂଜା କରି ପାଣି ଦିଅନ୍ତୁ । ଆଖ ପାଖରେ ଅଳିଆ ପକାନ୍ତୁ ନାହିଁ । ଏହି ଗଛ ତାହାର ଚାରିପାଖରେ ଥିବା ପରିବେଶକୁ ଶୁଦ୍ଧ ଏବଂ ଶକାରତ୍ମକ ଶକ୍ତି ଯୋଗାଇଥାଏ ।

Leave a Reply

Your email address will not be published. Required fields are marked *