Pratidin TV

Odisha's Digital News Platform

ବିଶ୍ବର ଶ୍ରେଷ୍ଠ ମିଠା ମଧ୍ୟରେ ଭାରତର ରସ ମଲାଇ ପାଇଛି ଦ୍ୱିତୀୟ ସ୍ଥାନ

1 min read

ଭାରତ ଦେଶରେ ବିଭିନ୍ନ ପ୍ରକାର ମିଠା ଅଛି | ଏବଂ ଦେଶରେ ଏହାର ସ୍ୱତନ୍ତ୍ର ସ୍ଥାନ ରହିଛି | ମିଠା ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି | ଅପରାହ୍ନ ଖାଇବା ହେଉ କି ରାତ୍ରି ଖାଇବା ହେଉ ଖାଇ ସାରିବା ପରେ ମିଠା ଟିକେ ଖାଇଲେ ଭଲା ଲାଗିଥାଏ | ଏବଂ ସବୁ ରାଜ୍ୟରେ ନିଜର ଏକ ମିଠାରେ ସ୍ଥାନ ଅଛି |ଏସବୁ ମଧ୍ୟରୁ କିନ୍ତୁ ରସଗୋଲା, ଛେନାପୋଡ଼, ରସମଲାଇ, ଛେନାଝିଲ୍ଲୀ ହେଉଛି ଅନ୍ୟତମ | ନିକଟରେ ବିଶ୍ୱରେ ପ୍ରିୟ ମିଠାରେ ଏକ ତାଲିକା ପ୍ରକାଶ ପାଇଛି | ଯେଉଁଥିରେ ରସମଲାଇ ଦ୍ୱିତୀୟ ସ୍ଥାନରେ ଅଛି |

ବର୍ତ୍ତମାନ ନିକଟରେ ଲୋକପ୍ରିୟ ଫୁଡ୍ ଗାଇଡ୍ ଟେଷ୍ଟ୍ ଆଟଲାସ୍ ଅନୁଷ୍ଠିତ ହେଇଥିଲା | ତେବେ ସେଥିରେ ‘୧୦ ଶ୍ରେଷ୍ଠ ଛେନାରେ ତିଆରି ମିଠା’ର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବିଶ୍ୱର ବିଭିନ୍ନ ଦେଶର ସୁଆଦିଆ ୧୦ ପ୍ରକାରର ମିଠା ସ୍ଥାନ ପାଇଛି। ତେବେ ପ୍ରଥମରେ ତଥା ପ୍ରଥମ ସ୍ଥାନରେ ପୋଲାଣ୍ଡର ସେର୍ନିକ୍ ମିଠା ଥିବାବେଳେ ଦ୍ୱିତୀୟରେ ରହିଛି ଭାରତର ରସ ମଲାଇ।

Advertisement

ଏହି ରସ ମଲାଇ ମିଠା ପଶ୍ଚିମବଙ୍ଗର ପ୍ରସିଦ୍ଧ ମିଠା |ଏହା ସାଧାରଣତଃ କ୍ଷୀର ଏବଂ ଛେନାରେ ପ୍ରସ୍ତୁତ ହୋଇଥାଏ ଏହି ମିଠା | ତେବେ ପୋଲାଣ୍ଡର ସେର୍ନିକ୍ ମିଠା ୪.୫ ଷ୍ଟାର୍ ମିଳୁଇଥିବା ବେଳେ ଭାରତର ରସ ମଲାଇକୁ ୪.୪ ଷ୍ଟାର୍ ମିଳିଥିଲା |

ଏହି ପୋଲାଣ୍ଡର ସେର୍ନିକ୍ ମିଠା ଚିନି ଏବଂ ତ୍ୱରୋଗରେ ପ୍ରସ୍ତୁତ କରାଯାଏ। ତ୍ୱରଗ ଏକ ପ୍ରକାର ଦହି ପନିର୍। ଏହି ପନିର କେକ୍ ଖୁବ୍ ନରମ ଏବଂ ଏହା ଉପରେ ଜେଲି ଏବଂ ଛୋଟ ଛୋଟ କଟା ଫଳରେ ସଜା ଯାଇଥାଏ।

ତେବେ ଲୋକପ୍ରିୟ ଫୁଡ୍ ଗାଇଡ୍ ଟେଷ୍ଟ୍ ଆଟଲାସ୍ ‘୧୦ ଶ୍ରେଷ୍ଠ ଛେନାରେ ତିଆରି ମିଠା’ର ତାଲିକାଗୁଡିକ ହେଲା :-

୧. ସେର୍ନିକ୍, ପୋଲାଣ୍ଡ
୨. ରସ ମଲାଇ, ଭାରତ
୩. ସ୍ଫାକିଆନୋପିତା, ଗ୍ରୀସ୍
୪. ନ୍ୟୁୟର୍କ ଷ୍ଟାଇଲ୍ ପନିର କେକ୍, ଆମେରିକା
୫. ଜାପାନିଜ ପନିର କେକ୍, ଜାପାନ
୬. ବସ୍କ୍ୟୁ ଚିଜ୍ କେକ୍, ସ୍ପେନ୍
୭. ରାକୋକଜି ତୁରୋସ୍, ହଙ୍ଗେରୀ
୮. ମେଲୋପିତା, ଗ୍ରୀସ୍
୯. କାସେକୁଚେନ୍, ଜର୍ମାନୀ
୧୦. ମିସା ରେଜି, ଚେକ ରିପବ୍ଲିକ୍

Leave a Reply

Your email address will not be published. Required fields are marked *