Pratidin TV

Odisha's Digital News Platform

ବନ୍ଦେ ଭାରତ ପରେ ଦେଶରେ ଚାଲିବ ପୁସ୍‌-ଟୁ ଟେକ୍ନୋଲୋଜି ଉପରେ ନିର୍ମିତ ଅମୃତ ଭାରତ ଏକ୍ସପ୍ରେସ…

1 min read

ବନ୍ଦେ ଭାରତ ପରେ ବର୍ତ୍ତମାନ ଦେଶ ଅମୃତ ଭାରତ ଏକ୍ସପ୍ରେସ ପାଇବାକୁ ଯାଉଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଗୁଡିକ ବିହାରର ଦାରବଙ୍ଗା ସହର ଏବଂ ପଶ୍ଚିମବଙ୍ଗର ମାଲଦା ସହରରୁ ଆରମ୍ଭ ହେବ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବନ୍ଦେ ଭାରତ ପରେ ଅମୃତ ଭାରତ ଏକ୍ସପ୍ରେସ ପୁସ୍‌-ଟୁ ଟେକ୍ନୋଲୋଜି ଉପରେ ନିର୍ମିତ ହୋଇଛି । ଯେଉଁ ଟେକ୍ନୋଲୋଜି ପାଇଁ ଟ୍ରେନର ସ୍ପିଡ ଅଧିକ ହେବ ଏବଂ ଖୁବଶୀଘ୍ର ରହିପାରିବ । ପ୍ରଥମ ଅମୃତ ଭାରତ ଦରଭଙ୍ଗା ଠାରୁ ବିହାରରୁ ଦିଲ୍ଲୀ ଏବଂ ଦ୍ୱିତୀୟ ଟ୍ରେନ୍ ପଶ୍ଚିମବଙ୍ଗର ମାଲଦା ଠାରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ । ବନ୍ଦେ ଭାରତ ଟ୍ରେନ ଭଳି ଏହି ଟ୍ରେନର ୨୨ଟି ବଗି ସହିତ ଏସି କୋଚ ପରିବର୍ତ୍ତେ ସ୍ଲିପର କୋଚ ଏବଂ ଜେନେରାଲ କୋଚ ରହିଛି । ଏହାଛଡା ଏଥିରେ ସିସିଟିଭି କ୍ୟାମେରା, ଆଧୁନିକ ଶୈାଚାଳୟ, ବଗିରେ ସେନ୍ସର ୱାଟର ଟ୍ୟାପ ସହିତ ଗାର୍ଡ ଏବଂ ବଗି ଗୁଡିକରେ ମେଟ୍ରୋ ଟ୍ରେନ ଲାଇନ ଭଳି ଆନାଉନ୍ସ ମେଣ୍ଟ ସିଷ୍ଟମର ବ୍ୟବସ୍ଥା ମଧ୍ୟ କରାଯିବ । ସେମି ହାଇସ୍ପିଡ୍ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନରେ ଖାସ କରି ସାଧାରଣ ଲୋକମାନେ ଏହି ଆଧୁନିକ ସୁବିଧା ଗୁଡିକର ଲାଭ ଉଠାଇପାରିବେ ।

ତେବେ ଦେଶର ପ୍ରଥମ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ ଶ୍ରୀ ରାମଙ୍କ ଜନ୍ମସ୍ଥାନ ରୁ ମାତା ସୀତାଙ୍କ ଜନ୍ମସ୍ଥାନ ସହିତ ସଂଯୋଗ କରିବ । ଏହି ଟ୍ରେନର ଶୁଭାରମ୍ଭ ତାରିଖ ରଖାଯାଇଛି । ଡିସେମ୍ବର ୩୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରହିବେ ଏବଂ ସେହି ଦିନ ଦେଶର ପ୍ରଥମ ଅମୃତ ଭାରତ ଟ୍ରେନ୍ ଆରମ୍ଭ ହେବ । ଯାହା ଦାରବଙ୍ଗା ଠାରୁ ଦିଲ୍ଲୀକୁ ଅଯୋଧ୍ୟା ଦେଇ ଯିବ । ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଅମୃତ ଭାରତ ଏକ୍ସପ୍ରେସକୁ ଫ୍ଲାଗ ଦେଖାଇବେ । ସେମାନଙ୍କ ମଧ୍ୟରୁ ପ୍ରଥମଟି ବିହାରର ଦରଭଙ୍ଗା ଠାରୁ ଅଯୋଧ୍ୟା ଦେଇ ଦିଲ୍ଲୀ ଏବଂ ଦ୍ୱିତୀୟ ଅମୃତ ଭାରତ ଏକ୍ସପ୍ରେସ ମାଲଦା ରୁ ବେଙ୍ଗାଲୁରୁକୁ ଯିବ ।

Leave a Reply

Your email address will not be published. Required fields are marked *