Pratidin TV

Odisha's Digital News Platform

ଶିକ୍ଷକ ମାନଙ୍କ ପାଇଁ , ଗୁରୁଦିବସରେ ଖୋଲା ରହିବ ରାଷ୍ଟ୍ରପତି ଭବନ ଅମୃତ ଉଦ୍ୟାନ ..

1 min read

ଗୁରୁ ଦିବସରେ ଶିକ୍ଷକ ମାନଙ୍କୁ ଉପହାର ଦେବେ ରାଷ୍ଟ୍ରପତି । ସେପ୍ଟେମ୍ବର ୫ ଆସନ୍ତାକାଲି ରାଷ୍ଟ୍ରପତି ଭବନ ଅମୃତ ଉଦ୍ୟାନ କେବଳ ସମସ୍ତ ଶିକ୍ଷକଙ୍କ ପାଇଁ ଖୋଲା ରହିବ। ଶିକ୍ଷକମାନେ ନର୍ଥ ଆଭେନ୍ୟୁ ରୋଡ୍ ନିକଟରେ ଥିବା ରାଷ୍ଟ୍ରପତି ଭବନର ୩୫ ନମ୍ବର ଗେଟ୍ ମଧ୍ୟ ଦେଇ ଆସି ପାରିବେ। ସୁବିଧା ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ଗେଟ୍ ନଂ-୩୫ ପର୍ଯ୍ୟନ୍ତ ମାଗଣା ଶଟଲ ବସ୍ ସେବା ମଧ୍ୟ ଉପଲବ୍ଧ ହେବ।

ଚଳିତ ବର୍ଷ ଅଗଷ୍ଟ ୧୬ରୁ ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲିଥିବା ବେଳେ ଏହା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଖୋଲା ରହିବ। ସୋମବାର ବ୍ୟତୀତ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଉଦ୍ୟାନ ଖୋଲା ରହୁଛି। ଏଥିପାଇଁ କୌଣସି ଦେୟ ନାହିଁ। ରାଷ୍ଟ୍ରପତି ଭବନ ୱେବସାଇଟ୍ https://visit.rashtrapatibhavan.gov.in/ରେ ପର୍ଯ୍ୟଟକ ମାନେ ଅନଲାଇନରେ ନିଜର ସ୍ଲଟ୍ ବୁକ୍ କରିପାରିବେ। ୱାକ୍-ଇନ୍ ପର୍ଯ୍ୟଟକମାନେ ୩୫ ନମ୍ବର ଗେଟ୍ ବାହାରେ ରଖାଯାଇଥିବା ସେଲ୍ଫ ସର୍ଭିସ୍ କିଓସ୍କ ଜରିଆରେ ପଞ୍ଜୀକରଣ କରିପାରିବେ।

Leave a Reply

Your email address will not be published. Required fields are marked *