Pratidin TV

Odisha's Digital News Platform

ଶୁଖିଲା ଖାଦ୍ୟ ବାଣ୍ଟି ସାମ୍ବାଦିକଙ୍କ ସହ ପ୍ରେସ୍ ଦିବସ ପାଳିଲା ଅମ୍ରିତା ଫାଉଣ୍ଡେସନ …

1 min read

ନୟାଗଡ : ଜାତୀୟ ପ୍ରେସ ଦିବସ ଅବସରରେ ଭାପୁର ରେ ନୂତନ କରି ଗଢ଼ିଉଠିଥିବା ଅମ୍ରିତା ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା ଆଜି ଜାତୀୟ ପ୍ରେସ ଦିବସରେ ସାରା ଦେଶରେ ପାଳନ କରାଯାଉଥିବାର ବେଳେ ଭାପୁର ବ୍ଲକରେ ଶୁଖିଲା ଖାଦ୍ୟ ଓ ଫଳମୂଳ ବଣ୍ଟନ କରି ପ୍ରେସ ଦିବସ ପାଳନ କଲେ ଯୁବ ସାମ୍ବାଦିକ।

ଗୁରୁବାର ପୂର୍ବାହ୍ନ ଦଶଟା ବେଳେ ଭାପୁର ବ୍ଲକର ଯୁବ ସାମ୍ବାଦିକ ତଥା ନୂତନ କରି ଗଢି ଉଠିଥିବା ଅମ୍ରିତା ଫାଉଣ୍ଡେସନର ଅଧ୍ୟକ୍ଷ ବିଶ୍ୱଜିତ ବାରିକଙ୍କ ନେତୃତ୍ୱରେ ଶୁଖିଲା ଖାଦ୍ୟ ଓ ଫଳମୂଳ ବଣ୍ଟନ କରାଯାଇଥିଲା। ଭାପୁର ମେଡିକାଲରେ ରୋଗୀ ମାନଙ୍କୁ ବଣ୍ଟନ କରାଯିବା ପରେ ଭାପୁର ପଞ୍ଚାୟତର ଭାପୁର ବଜାର ଓ ବିଭିନ୍ନ ଗ୍ରାମକୁ ଯାଇ ଏହି ଶୁଖିଲା ଖାଦ୍ୟ ଓ ଫଳମୂଳ ବଣ୍ଟନ କରାଯାଇଥିଲା।

Advertisement

ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକା କନକଲତା ପ୍ରଧାନ, ଜୟକୃଷ୍ଣ ତ୍ରିପାଠୀ, ଶିବପ୍ରସାଦ ସାହୁ, ମାନସ ମାଝୀ, ଶ୍ରୀକାନ୍ତ କୁମାର ରାଉତ, ସନ୍ତୋଷ କୁମାର ସ୍ୱାଇଁ, ସୁନୀଲ କୁମାର ପଟ୍ଟନାୟକ , ସପ୍ସଗ୍ରାମ କେଶରୀ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ବିଶ୍ୱଜିତ ବାରିକଙ୍କ ଏଭଳି ନିଆରା କାର‌୍ୟ୍ୟକୁ ଭାପୁର ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *