ମୋ ଭଳି ଯଦି ସାରା ବିବାହ କରିବେ ତାଙ୍କୁ ଚାପୁଡା ମାରିବେ ବୋଲି କହିଲେ ଅମୃତା ସିଂହ..
1 min readବଲିଉଡର ୯୦ ଦଶକର ଅଭିନେତ୍ରୀ ଅମୃତା ସିଂ ଏବଂ ସୈଫ ଅଲି ଖାନଙ୍କ ସମ୍ପର୍କ ବିଷୟରେ କି ବା ନ ଜାଣେ । କ଼ାହାକୁ ନଜଣାଇ ହଠାତ ଉଭୟଙ୍କ ଲୁଚିଛପି ପ୍ରେମ ବିବାହ କରିଥିଲେ । ପରେ ଏହା ସାମ୍ନାକୁ ଆସିଥିଲା ଯାହା ସେମାନଙ୍କ ପ୍ରଶଂସକଙ୍କୁ ବହୁତ ଖୁସି ଦେଇଥିଲା । ପ୍ରଥମେ ସବୁକିଛି ଠିକ ଚାଲିଥିବା ବେଳେ ଉଭୟଙ୍କ ଭିତରେ ସର୍ମ୍ପକ ଖରାପ ହେବାକୁ ଲାଗିଥିଲା । ସର୍ମ୍ପକରେ ଏମିତି ଫାଟ ସୃଷ୍ଟି ହେଲା ଯେ ଯାହା ଆଉ ତାଙ୍କୁ ଯୋଡି ପାରି ନଥିଲା ।
ଯାହାଫଳରେ ଦୁଇ ତାରକା ପରସ୍ପରଠାରୁ ଅଲଗା ହୋଇଗଲେ । ବର୍ତ୍ତମାନ ଉଭୟ ଆଗକୁ ବଢି ଯାଇଛନ୍ତି ସତ ହେଲେ ଆପଣ ଜାଣନ୍ତି କି ଆଜି ବି ଅମୃତା ସିଂ ତାଙ୍କ ବିବାହକୁ ଭୁଲ ବୋଲି ଭାବନ୍ତି । ସେ ଅନେକ ସାକ୍ଷାତକାରରେ ଏହା ଅଂଶୀଦାର କରିଛନ୍ତି । ଅନ୍ୟପଟେ ସୈଫ ଅଭିନେତ୍ରୀ କରିନା କପୁରଙ୍କୁ ବିବାହ କରି ଖୁସିରେ ରହିଛନ୍ତି ।
ଅମୃତା ସିଂହ ଆଉ ୨ୟ ବିବାହ ନକରି ନିଜ ପୁଅ ଝିଅଙ୍କ ରହି ଆସୁଛନ୍ତି । ଅନେକ ସାକ୍ଷାତକାରରେ ଅମୃତା ସିଂ ତାଙ୍କ ବିବାହ ବିଷୟରେ କହିଛନ୍ତି । ସେ କହିଥିଲେ ଯେ ତାଙ୍କ ପରିବାର ବିରୋଧରେ ଯାଇ ସେ ସୈଫ ଅଲି ଖାନଙ୍କୁ ବିବାହ କରିଥିଲେ, ଯିଏ ତାଙ୍କଠାରୁ ୧୨ ବର୍ଷ ସାନ ଥିଲେ । ଯାହାର ଫଳାଫଳ ହେଲା ଏହି ବିବାହ ଅଧିକ ଦିନ ରହିପାରିବ ନାହିଁ । ଏହା ପରେ, ସାରା ଏବଂ ଇବ୍ରାହିମଙ୍କ ଜନ୍ମର ୧୩ ବର୍ଷ ପରେ, ସେମାନଙ୍କର ସମ୍ପର୍କ ସମାପ୍ତ ହେଲା । ଅମୃତା ସିଂ ସୈଫଙ୍କୁ ବିବାହ କରିବା ପୂର୍ବରୁ ଇସଲାମ ଧର୍ମ ଗ୍ରହଣ କରିଥିଲେ । ବିବାହ ପରେ ହିଁ ସେ ଅଭିନୟ ଜଗତକୁ ବିଦାୟ ଦେଇ ପାରିବାରିକ ଜୀବନ ପ୍ରତି ଧ୍ୟାନ ଦେଇଥିଲେ । କିନ୍ତୁ, ସେହି ଦିନରୁ ସୈଫ ତାଙ୍କ କ୍ୟାରିଅର୍ ଆରମ୍ଭ କରୁଥିଲେ ଏବଂ ବିଭିନ୍ନ ହିରୋଇନଙ୍କ ସହିତ ଚଳଚ୍ଚିତ୍ର କରୁଥିଲେ ।
ଅମୃତା ଏହାକୁ ଆଦୌ ଗ୍ରହଣ କରିନଥିଲେ ଏବଂ ଦୁହେଁ ଭିତରେ ବିବାଦ ଆରମ୍ଭ ହୋଇଥିଲା । ଏକ ସାକ୍ଷାତକାର ସମୟରେ ଅମୃତା ସିଂ ତାଙ୍କ ବିବାହ ବିଷୟରେ କହିଥିଲେ । ଯେଉଁଥିରେ ସେ କହିଥିଲେ ଯେ ଯଦି ତାଙ୍କ ଝିଅ ଯଦି ତାଙ୍କ ପରି ଗୁପ୍ତ ଭାବରେ ବିବାହ କରିବାରେ ଭୁଲ କରନ୍ତି, ତେବେ ସେ ତାଙ୍କୁ ଚାପୁଡ଼ା ମାରିବେ ।
ସେ ଚାହୁଁ ନାହାଁନ୍ତି ଯେ ତାଙ୍କ ପିଲାମାନେ ତାଙ୍କ ଜୀବନରେ କରିଥିବା ସମାନ ଭୁଲ୍ ପୁନରାବୃତ୍ତି କରନ୍ତୁ । ଏହି ଭୁଲ ହେତୁ ଆଜି ଅମୃତା ସିଂ ଏକାକୀ ଜୀବନ ଅତିବାହିତ କରୁଛନ୍ତି । ଏଥି ସହିତ ସୈଫ ଅଭିନେତ୍ରୀ କରୀନା କପୁରଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ ତାଙ୍କ ସୁଖୀ ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି ।
କହିବାକୁ ଗଲେ ଅମୃତା ଏବଂ ସୈଫଙ୍କ ଝିଅ ହେଉଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ଯିଏ ବର୍ତ୍ତମାନ ବଲିଉଡର ଆଗାଧାଡିର ଅଭିନେତ୍ରୀ ରହିଛନ୍ତି । ଫିଲ୍ମରେ ଦମଦାର ଅଭିନୟ କରି ଲୋକଙ୍କ ମନରେ ନିଜରୁ ଜାଗା ପ୍ରସ୍ତୁତ କରି ସାରିଲେଣି ।
ତାଙ୍କ ଚୁଲବୁଲି ଅଭନୟକୁ ଲୋକେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ତାଙ୍କୁ ଅନେକ ସମୟର ଅନ୍ୟ ଅଭିନେତାଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ନା ଯୋଡା ଯାଉଛି । ସବୁ ଠାରୁ ଅଧିକ ଚର୍ଚ୍ଚାରେ ଥିଲା କାର୍ତ୍ତି ଆରୟନ ଏବଂ ସାରାଙ୍କ ଯୋଡି । କାହିଁକି ନାଁ ଏକ ସୋ ସେ କାର୍ତ୍ତିକଙ୍କୁ ପସନ୍ଦ କରିବା ସହ ଡେଟ କରିବାକୁ ଜାହୁଁଛନ୍ତି ବୋଲି କହିଥିଲେ ସାରା ।