Pratidin TV

Odisha's Digital News Platform

ଏଡ ୱେଷ୍ଟୱିକଙ୍କୁ ବିବାହ କରିବେ ଏମି ଜ୍ୟାକସନ; ବିବାହରେ ପୁଅ ରହିବେ ସାକ୍ଷୀ ..

1 min read

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ ଏମି ଜ୍ୟାକସନ। ଏଡ ୱେଷ୍ଟୱିକଙ୍କୁ କରିବେ ସାତ ଜନ୍ମର ସାଥି ।  ତେବେ ସବୁଠୁ ବଡ କଥା ହେଉଛି ତାଙ୍କ ବିବାହ ଦେଖିବ ତାଙ୍କ ପୁଅ । ପୁଅ ଆଗରେ ଏଡ ୱେଷ୍ଟୱିକଙ୍କୁ ସାତ ଜନ୍ମର ସାଥି କରିବେ ଏମି  । ଏମି  ବିଦେଶୀ ଅଭିନେତ୍ରୀ ହେଲେ ବି ଭାରତରେ ସେ ଦେଖାଇଛନ୍ତି ନିଜ ଅଭିନୟ ର ଜଲୱା  ।ଏବେ ବିଦେଶୀ ଅଭିନେତ୍ରୀ ଏମି ଜ୍ୟାକସନ ନିଜ ଦୀର୍ଘ ଦିନର ପ୍ରେମିକ ଏଡ ୱେଷ୍ଟୱିକଙ୍କୁ ବିବାହ କରିବାକୁ ଯାଉଛନ୍ତି । ଇଟାଲୀରେ ଉଭୟଙ୍କ ବିବାହ ହେବାକୁ ଥିବା ବେଳେ ସପରିବାର ସହ ଏମି ଏବଂ ଏଡ ଇଟାଲି ଯାତ୍ରା କରିଛନ୍ତି । ଏହି ସମୟର କିଛି ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଏମି ଜ୍ୟାକସନ ତାଙ୍କ ପ୍ରେମିକଙ୍କ ସହ ରୋମାଣ୍ଟିକ ହେଉଥିବାର ନଜର ଆସିଛନ୍ତି ।

ଏଥିସହ ପୁରା ପରିବାର ମଧ୍ୟ ନଜର ଆସିଛନ୍ତି । ଏମି ଜ୍ୟାକସନ ଏବଂ ଏଡ ୱେଷ୍ଟୱିକ ଇଟାଲୀର ଅମାଲଫି କୋଷ୍ଟରେ ବିବାହ କରିବାକୁ ଯାଉଛନ୍ତି। ଏହି ସମୟରେ, ବିବାହ ପୂର୍ବରୁ ଏମି ତାଙ୍କ ଭାବି ସ୍ୱାମୀଙ୍କ ସହ ଏକ ଚାର୍ଟାର୍ଡ ​​ବିମାନରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ପ୍ରଥମ ଫଟୋରେ ଏମି ଏଡ ୱେଷ୍ଟୱିକଙ୍କ କୋଳରେ ବସି ତାଙ୍କୁ ଲିପଲକ କରୁଥିବାର ନଜର ଆସିଛନ୍ତି । ଅନ୍ୟଫଟୋରେ ଉଭୟଙ୍କ ପରିବାର ସଦସ୍ୟଙ୍କୁ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଅଭିନେତ୍ରୀଙ୍କ ପୁଅ ଆଣ୍ଡ୍ରିୟୁ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗଦେବାକୁ ଇଟାଲୀ ଯାଉଛନ୍ତି। ସୂଚନା ଥାଉ କି, 2021 ମସିହାରେ ଏହି କପଲ ଏକ କାର୍ଯ୍ୟକ୍ରମରେ ଭେଟିଥିଲେ। ପରେ ଏଡ ୱେଷ୍ଟୱିକ ସ୍ୱିଜରଲ୍ୟାଣ୍ଡର ପିକଚୁ ବ୍ରିଜ୍ ଉପରେ ଏମିଙ୍କୁ ପ୍ରପୋଜ କରିଥିଲେ । ଏହା ପରେ ଦମ୍ପତି 2022 ଜୁନରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ନିଜ ସମ୍ପର୍କକୁ ନିଶ୍ଚିତ କରିଥିଲେ। ତେବେ ଦୁଇ ବର୍ଷ ଡେଟିଂ ପରେ ଏବେ ଉଭୟ ବିବାହ କରିବାକୁ ମନସ୍ଥ କରିଛନ୍ତି। ଏଡ ୱେଷ୍ଟୱିକ ପୂର୍ବରୁ ଏମି ଜ୍ୟାକସନ ବ୍ୟବସାୟୀ ଜର୍ଜ ପାନାୟିଟୁଙ୍କୁ ଡେଟ କରୁଥିଲେ। ବିବାହ ପୂର୍ବରୁ ମା ହୋଇଥିଲେ ଏମି। ଉଭୟଙ୍କର ଏକ ପାଞ୍ଚ ବର୍ଷର ପୁଅ ଆଣ୍ଡ୍ରିଆସ ରହିଛନ୍ତି। ଜର୍ଜଙ୍କ ସହ ବ୍ରେକଅପ ପରେ ଏଡ ୱେଷ୍ଟୱିକ୍ ଏମିଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ

Leave a Reply

Your email address will not be published. Required fields are marked *