Pratidin TV

Odisha's Digital News Platform

ଖରାପ ରାସ୍ତା ପାଇଁ ଆସିପାରିନି ଆମ୍ବୁଲାନ୍ସ; ବୁହାହୋଇ ନାଳ ପାର ହେଲେ ଗର୍ଭବତୀ

1 min read

ଢେଙ୍କାନାଳ: ଥମୁନି ଜନନୀ ଯନ୍ତ୍ରଣା । ମାଳମାଳ ଯୋଜନା ପରେ ବି ଏଭଳି ଅନେକ ଗାଁ ରହିଛି ଯେଉଁଠି ନାହିଁ ଖଣ୍ଡେ ଭଲ ରାସ୍ତା । ଯାହାଫଳରେ ବାରମ୍ବାର ସାମ୍ନାକୁ ଆସୁଛି ଏଭଳି ଚିତ୍ର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ରେ ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣା । ନବଜାତ ଶିଶୁ କନ୍ୟା କୁ ଧରି ଉଚ୍ଛୁଳା ନାଳ ପାର ହେଲେ ପ୍ରସୂତି । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଦୁମୁହାଣୀ ଗାଁ ର ଅପହଞ୍ଚ ଆଦିବାସୀ ବହୁଳ ଝରାପାଳ ସାହିରେ । ସେହି ସାହିର ମଙ୍ଗଳୁ ଚତାର ଙ୍କ ସ୍ତ୍ରୀ ଲିପି ଚତାର୍ ଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ଏନେଇ ଫୋନ ଯୋଗେ ଜନନୀ ଗାଡ଼ିକୁ ପରିବାର ଲୋକ ଡାକିଥିଲେ । କିନ୍ତୁ ଗାଁ କୁ ରାସ୍ତା ନ ଥିବାରୁ ଜନନୀ ଗାଡି ଗାଁ ରେ ପହଂଚି ପାରିଲା ନାହିଁ । ସ୍ତ୍ରୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଶେଷରେ ଘରେ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଥିଲେ ଗର୍ଭବତୀ । ହେଲେ ତାଙ୍କ ସ୍ୱାସ୍ଥ୍ୟ ସଙ୍କଟାପର୍ଣ୍ଣ ହୋଇପଡିଥିଲା ।

ଫଳରେ ପ୍ରସୂତି ମହିଳା ଓ ଶିଶୁ କନ୍ୟା ର ନାଭୀ ନାଡ ବୋହି ଆଣ୍ଠୁଏ ପାଣିରେ ଭରା ନାଳ ପାରି ହୋଇ ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ ଲୋକେ । ଏଠାକାର ଲୋକେ ସାଧାରଣ ମୌଳିକ ସୁବିଧାର ବଞ୍ଚତ ହୋଇଥିବା ବେଳେ,ବାରମ୍ବାର ଅଭିଯୋଗ ଆଣିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ ଗାଁ କୁ ରାସ୍ତା ଟିଏ ହୋଇ ପାରୁନାହିଁ । ପଞ୍ଚାୟତ ଠାରୁ ପ୍ରାୟ ୫ କିଲୋ ମିଟର ଦୂରରେ ରହିଛି ଏହି ଗାଁ । ସରକାର ତଥା ଜିଲ୍ଲା ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେଉନଥିବାରୁ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ସେବାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ରହୁଛନ୍ତି ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

Advertisement

ଏହି ପଞ୍ଚାୟତ ବିଗତ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନମ୍ବର ବିକାଶ କ୍ଷେତ୍ରରେ ପୁରସ୍କୃତ ହୋଇଥିଲେ ମଧ୍ୟ ଝଳରାପାଳ,ଭେରୁବଣିଆ କୁ ଆଜି ମଧ୍ୟ ଗମନାଗମନ ସୁବିଧା ନଥିବାରୁ ବସବାସ କରୁଥିବା ଆଦିବାସୀ ସଂପ୍ରଦାୟର ଲୋକମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା ପ୍ରକାଶ ପାଇଛି ।ସେପଟେ ପ୍ରସୂତି ମହିଳା ଓ ନବଜାତ ଶିଶୁ କନ୍ୟା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ଥ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *