Pratidin TV

Odisha's Digital News Platform

ଭାଗ୍ୟ ବଦଳିଲା ଅଟୋ ଡ୍ରାଇଭରଙ୍କର , ଲଟେରୀରେ ଜିତିଲେ ୨୫ କୋଟି

1 min read

ଭୁବନେଶ୍ୱର : କ’ଣ ଆପଣ ଲକ୍ ବା ଭାଗ୍ୟ ଉପରେ ବିଶ୍ୱାସ କରନ୍ତି କି ! ଯଦି ନକରନ୍ତି ତେବେ ଏହାକୁ ଶୁଣି ସାରିବା ପରେ ଆପଣ ମଧ୍ୟ କରିବେ ନିଜ ଭାଗ୍ୟ ଉପରେ ବିଶ୍ୱାସ । ଯଦି ମଣିଷକୁ ତା ମନ ମୁତାବକ କିଛି ପ୍ରାପ୍ତ ହୁଏନି ତେବେ ସେ ନିଜ ଭାଗ୍ୟର ହିଁ ଦୋଷ ଦେଇଥିବା , ଭାଗ୍ୟରେ ନାହିଁ କିନ୍ତୁ ଆମକୁ ସବୁ ଜିନିଷ ଭାଗ୍ୟ ଉପରେ ଛାଡି ଦେବା କଥା ନୁହଁ ବେଳେ ବେଳେ ଆମ ଦୃଢ ମନବଳ ଓ କଠିନ ପରିଶ୍ରମ ଦେଖି ଭାଗ୍ୟ ମଧ୍ୟ ନଇଁବାକୁ ବାଧ୍ୟ ହୁଏ ।

ସେହିଭଳି ଏକ ଅବିଶ୍ୱସନୀୟ ଘଟଣା କେରଳରେ ଘଟିଛି । ଆର୍ଥିକ ସମସ୍ୟା ଦେଇ ଗତିକରୁଥିବା ଜଣେ ଅଟୋ ଡ୍ରାଇଭର ରାତାରାତି କୋଟିପତି ବନିଯାଇଛନ୍ତି । ଏକ ଲଟେରୀ ବଦଳେଇ ଦେଇଛି ତାଙ୍କ ଭାଗ୍ୟ । ଏକାଥରେ ପାଇଲେ ୨୫ କୋଟି ଟଙ୍କା । କେରଳ ଶ୍ରୀବରହାମ ଅଞ୍ଚଳର ଅନୂପ ନାକ ଜଣେ ଅଟୋ ଡ୍ରାଇଭର ଗତ ଶନିବାର ୫୦୦ ଟଙ୍କା ଦେଇ TG ୭୫୦୬୦୫ ଟିକେଟ କିଣିଥିଲେ । ଏହା ପୂର୍ବରୁ ମଧ୍ୟ ସେ ଲଟେରୀ ଟିକେଟ କିଣିଥିଲେ । ହେଳେ ତାଙ୍କ ଜିତିବା ରାଶି କେବେ ହେଳେ ୫ ହଜାରରୁ ଉର୍ଦ୍ଧ ମିଳିନଥିଲା ।କିନ୍ତୁ ଏବେ ସେ ୨୫ କୋଟିର ମାଲିକ ବନିଯାଇଛନ୍ତି । ସେ ଶନିବାର କିନିଥିବା ଟିକେଟରେ ୨୫ କୋଟି ଜିତିଥିଲେ ।

Advertisement

ଏହାପରେ ତାଙ୍କ ପରିବାରରେ ଖୁସର ଲହରି ଖେଳିଯାଇଛି । ହଠାତ୍ ଅଟୋ ଡ୍ରାଇଭରରୁ କୋଟିପତି ହୋଇଯିବାର ଖୁସି ଅନୂପ ଓ ତାଙ୍କ ପରିବାର ବ୍ୟକ୍ତ କରିପାରୁନଥିଲେ ।ସେ ୨୫ କୋଟି ଟଙ୍କାରୁ ଟିକସ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ବାଦ ଦେଇ ମୋଟରେ ୧୫ କୋଟି ଟଙ୍କା ପାଇବେ ବୋଲି ଜଣାପଡିଛି ।

ଏନେଇ ଅନୁୂପ କହିଛନ୍ତି ଯେ ସେ ପ୍ରତମେ ତାଙ୍କ ପରିବାର ପାଇଁ ଏକ ଘର କରିବେ । ଏହାପରେ କିଛି ଟଙ୍କା ଦାନ କରିବା ସହ ଏକ ହୋଟେଲ ମଧ୍ୟ ଆରମ୍ଭ କରିବେ । ସେ କରିଥିବ ଋଣ ସବୁକୁ ମଧ୍ୟ ଏହି ଟଙ୍କାରୁ ପରିଶୋଧ କରିବେ । ଏବଂ ନିଜ ସମ୍ପକୀୟଙ୍କୁ ସାହାର୍ଯ୍ୟ କରିବା ସହ ଚ୍ୟାରିଟି ମଧ୍ୟ ଖୋଲିବେ ବୋଲି କହିଛନ୍ତି ।

ଅନୁପଙ୍କ ସହ ଆଓ ୧୧ ଜଣ ମଧ୍ୟ ଏହି ଓନାମ ବମ୍ପର ଲଟେରୀ ଟିକେଟ ଜିତିଛନ୍ତି । ୨ୟ ଲକି ଟିକେଟ ନମ୍ବର TG୨୭୦୯୧୨। ଏହି ଟିକେଟ ପାଇଥିବା ବ୍ୟକ୍ତି ୫ କୋଟି ଟଙ୍କା ଜିତିଛନ୍ତି। ଏହାବାଦ ଆଉ ୧୦ ଜଣ ଭାଗ୍ୟଶାଳୀ ବିଜେତା ୧ କୋଟି ଟଙ୍କା ଲେଖାଏ ପାଇଛନ୍ତି।

Leave a Reply

Your email address will not be published. Required fields are marked *