Pratidin TV

Odisha's Digital News Platform

ଛାତ୍ର ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଥାଳିରୁ ଗାଏବ ହୋଇଗଲା ଅଣ୍ତା ..

1 min read

ଧାଡ଼ି ଧାଡ଼ି ହୋଇ ବସିଛନ୍ତି ପିଲା। ଖାଉଛନ୍ତି ମଧ୍ୟାହ୍ନ ଭୋଜନ। ହେଲେ ଥାଳିରେ ନାହିଁ ଅଣ୍ଡା ।  କାରଣ ଛାତ୍ର ଛାତ୍ରୀଙ୍କୁ ଦିଆଯାଇ ନାହିଁ ଅଣ୍ଡା। ତେବେ ଏହାପଛରେ ରହିଛି ବଡ କାରଣ ।  ପୁରୀ ଜିଲ୍ଲା ପରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ବାର୍ଡ଼ଫ୍ଲୁ ଆତଙ୍କ   । ‘ତେବେ ଏହି ବାର୍ଡ଼ଫ୍ଲୁ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡେରାବିଶ ବାଲିଆ ‘ ଏଣ୍ଡର ପରି ବିଭିର୍ନ୍ନ ଫାର୍ମରୁ କୁକୁଡ଼ା  ସବୁ ମରାଯାଇ ପୋତି ଦିଆଯିବା ପରେ ଏବେ ଜିଲ୍ଲା ପ୍ରଶାସନ ତରଫରୁ କୁକୁଡ଼ା ଜାତ ଦ୍ରବ୍ୟ ଖାଇବା ଉପରେ କଟକଣା ଜାରି କରାଯାଇଛି।

ଯେଉଁ କାରଣରୁ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ନଦେବା ପାଇଁ ଜିଲ୍ଲା ପ୍ରଶାସନ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସିଧା ସଳଖ ତାଗିଦ କରିଥିବାରୁ ପିଲା ମାନଙ୍କୁ   ଶନିବାର ଦିନ ଅଣ୍ଡା ପରିର୍ବତ୍ତେ ମିକ୍ସଚର ତରକାରୀ ଦିଆଯାଇଥିଲା ।  ଦିଦ୍ୟାଳୟ ରେ ସୋମବାର  ‘ ଗୁରୁବାର ଦିନ ଡାଲମା  ‘ ମଙ୍ଗଳ ଓ ଶୁକ୍ରବାର ସ୍ୱାଏବିନ ଓ ବୁଧବାର ଓ ଶନିବାର ଅଣ୍ଡା ତରକାରୀ ଦିଆଯିବ କଥା ହେଲେ ବାର୍ଡ଼ଫ୍ଲୁ ପାଇଁ ଆଜି ଶନିବାର ହୋଇଥିଲେବି ଜିଲ୍ଲାପ୍ରଶାସନଙ୍କ ନିଷ୍ପତିକୁ ମାନି ପିଲାମାନଙ୍କୁ ଅଣ୍ଡା ଦିଆଯାଇନଥିଲା ।  ‘ ହେଲେ ପୁନର୍ବାର ପ୍ରଶାସନର  ନିର୍ଦେଶ ହେଲେ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇବାକୁ ଦେବେବୋଲି କହିଛନ୍ତି ଯଯାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର  ଶିକ୍ଷୟତ୍ରୀ  ମାନସୀ ସିଂ ।

Advertisement

Leave a Reply

Your email address will not be published. Required fields are marked *