ପିଲାଙ୍କୁ ଶେଷ ମେସେଜ୍ ଲେଖି ଜୀବନ ହାରିଲେ ଶିକ୍ଷକ ,କହିଲେନି ଆତ୍ମହତ୍ୟାର କାରଣ ..
1 min readଫୁଲବାଣୀ : ଜି. ଉଦୟଗିରି, ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୧ ନମ୍ବର ୱାର୍ଡ଼ ହାତୀବାଲି ସାହି ର ଯୁବକ ମୁକ୍ତି ପ୍ରସାଦ ସ୍ୱାଇଁ ବୟସ(୨୫) । ପରିବାର କହିଲେ ବାପା, ମାଆ ଏବଂ ଦୁଇ ବଡ଼ ଭାଇ, ସେ ପରିବାରର ସାନ ପୁଅ ଥିଲେ । ସେ ଏକ ଘରୋଇ ଇନ୍ଷ୍ଟିଟ୍ୟୁସନ୍ରେ ଶିକ୍ଷକତା କରି ନବମ, ଦଶମ ଏବଂ +୨ ପିଲାଙ୍କୁ ଶିକ୍ଷାଦାନ କରୁଥିଲେ । କିନ୍ତୁ କଣ ପାଇଁ ସେ ଆତ୍ମହତ୍ୟା କଲେ ତାହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଖବର ପାଇ ସ୍ଥାନୀୟ ପୋଲିସ ଏ.ଏସ.ଆଇ ବଣ୍ଟି ଦଣ୍ଡିଆ ଘଟଣା ସ୍ଥଳରେ ପହଞ୍ଚି କେଶ ନମ୍ବର ୦୩/୨୩ ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ ଆତ୍ମହତ୍ୟା ର କାରଣ ଖୋଜୁଛି ପୋଲିସ । ଶବ ବ୍ୟବଚ୍ଛେଦ ପରେ ତାଙ୍କ ମର ଶରୀର କୁ ପରିବାର ଲୋକେ ନିକଟସ୍ଥ ସ୍ମଶାନରେ ମୃତ ମୁକ୍ତି ପ୍ରସାଦ ସ୍ୱାଇଁ ଙ୍କ ଅନ୍ତିମ ସଂସ୍କାର କରିଥିଲେ ।
ମୃତ୍ୟୁ ପୂର୍ବରୁ ସେ ନିଜ ଇଷ୍ଟିଟ୍ୟୁସନରେ ଥିବା ଛାତ୍ର-ଶିକ୍ଷକଙ୍କ ଗ୍ରୁପ୍କୁ ସୋମବାର ରାତି ପାଖାପାଖି ୧.୪୪ ମିନିଟ୍ରେ ମେସେଜ୍ କରିଥିଲେ । ରାତି ଅଧିକ ହେବାରୁ ସାରଙ୍କ ସେହି ଶେଷ ମେସେଜ୍ କେହି ଦେଖିପାରିନଥିଲେ । ଏହାପରେ ସକାଳୁ ସାର ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ ଛାତ୍ରଚାତ୍ରୀ । ସାରଙ୍କ ହଠାତ୍ ଏଭଳି ବିୟୋଗକୁ ଅନେକ ଛାତ୍ରଛାତ୍ରୀ ସହିପାରିନଥିଲେ । ସେମାନଙ୍କ ମଧ୍ୟରୁ କିଛି ସାରଙ୍କ ମୃତ୍ୟୁ ଖବର ଶୁଣି ବେହୋସ ହୋଇପଡିଥିଲେ ।
ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସାରଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ । କାହିଁକି ଏତେ କମ୍ ବର୍ଷରୁ ଜଣେ ଶିକ୍ଷଜ ଜୀବନ ହାରିଲା ତାହା ସପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ସାର ଲେଖିଥିବା ଶେଷ ମେସେଜ୍ ବର୍ତ୍ତମାନ ଶହ ଶହ ଛାତ୍ରଙ୍କ ଷ୍ଟାଟସ୍ରେ ଘୂରିବୁଲୁଛି ।