Pratidin TV

Odisha's Digital News Platform

ଶ୍ରୀରାମଲଲାଙ୍କ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ମହାପ୍ରଭୁ, ଅଯୋଧ୍ୟାରୁ ପୁରୀକୁ ଆସିଲା ନିମନ୍ତ୍ରଣପତ୍ର..

୨୦୨୪ ଜାନୁଆରୀରେ ପ୍ରତିଷ୍ଠା ହେବ ଅଯୋଧ୍ୟାର ରାମ ମନ୍ଦିର । ଏଥିପାଇଁ ସବୁ ରାଜ୍ୟକୁ ନିମନ୍ତ୍ରଣ ପତ୍ର ପହଞ୍ଚିଗଲାଣି । ସେହିପରି ଅଯୋଧ୍ୟାରୁ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଆସିଛି ନିମନ୍ତ୍ରଣ ପତ୍ର । ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଛି । ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଅକ୍ଷତ କଳସ ଯାତ୍ରା ବାହାରିଛ । ଏହି କ୍ରମରେ ଓଡିଶାର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି । ବିଶ୍ୱ ହିନ୍ଦୁ ପରିଷଦ ପୁରୀ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଶୋଭାଯାତ୍ରା କରି ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ଓ ଚାଉଳ ଗୁଆ ପ୍ରଦାନ କରାଯାଇଛି । ଏହି ଶୋଭାଯାତ୍ରାରେ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତାଙ୍କ ସହ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *