Pratidin TV

Odisha's Digital News Platform

ନାବାଳିକା ମୁଣ୍ଡରୁ ବାହାରୁଛି ଲୁହା କଣ୍ଟା , ତାନ୍ତ୍ରିକ କରିଥିଲା ଅଜବ ଚିକିତ୍ସା ।

1 min read

ବଲାଙ୍ଗୀର ; ବଲାଙ୍ଗୀର ଜିଲ୍ଲାରେ ଗୁଣିଗାରେଡି ରୁ ହତ୍ୟା ସହ ବଳିଦେବା କଥା ଶୁଣିଥିବେ ହେଲେ ଗୁଣିଗାରେଡି କରି ନାବାଳିକା ଝିଅର ମୁଣ୍ଡରୁ ଲୁହା କଣ୍ଟା ବାହାର କରିବା କେବେ ଶୁଣିନଥିବେ ନା ଦେଖିଥିବେ। କିନ୍ତୁ ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ରୁ ଯାହା ବିଶ୍ୱାସ ନ ହେଲେ ମଧ୍ୟ ସତ। ନାବାଳିକା ଝିଅ ମୁଣ୍ଡରୁ ବାହାରୁଛି ଲୁହା କଣ୍ଟା ଓ ଆପେ ଆପେ କଟି ଯାଉଛି ହାତ। ଏନେଇ ଥାନା ରେ ଅଭିଯୋଗ କଲା ରୁ ଗୁଣିଗାରେଡି କରିଥିବା ଗୁଣିଆକୁ ଗିରଫ କରିଛି ପୋଲିସ। ସେପଟେ ଏନେଇ ଝିଅ ଅବସ୍ଥା ଗୁରୁତର ହେବାରୁ ଭୀମଭୋଇ ମେଡିକାଲ ରେ ଭର୍ତ୍ତି କରାଯାଇଛି। ।

ଯୁବତୀଙ୍କ ମୁଣ୍ଡର ସିଟିସ୍କାନ ର ଫୋଟୋ ମୁଣ୍ଡରେ ନିଡିଲ ଥିବା ସ୍ପଷ୍ଟ ଭାବରେ ଜଣାପଡୁଛି। ଏଭଳି ଅନେକ ଲୁହା କଣ୍ଟା ଯୁବତୀଙ୍କ ମୁହଁରୁ ବାହାରୁଛି । ଏ ଦୃଶ୍ୟ ବିଶ୍ୱାସ ନ ହେଲେ ବି ସତ। ଖାଲି ସେତିକି ନୁହେଁ ଦେଖନ୍ତୁ ଯୁବତୀଙ୍କ ହାତରେ ରହିଛି କଟା ଚିହ୍ନ। ଯାହାକି ଆପେ ଆପେ କଟିକି ରକ୍ତ ବାହାରିଥାଏ। ଯାହା ତାଙ୍କ ବାପା କରିଛନ୍ତି ଅଭିଯୋଗ ଏବେ ନାବାଳିକା ଝିଅ ଗୁରୁତର ଅବସ୍ଥା ରେ ଭୀମଭୋଇ ମେଡିକାଲ ରେ ଭର୍ତି ହୋଇଛି ଚିକିତ୍ସା ଚାଲିଛି। ଏନେଇ ଡାକ୍ତର ମଧ୍ୟ ଏଭଳି ଘଟଣା କୁ ନେଇ । ଅପରେସନ କରି ଝିଅ ମୁଣ୍ଡରୁ ଲୁହା କଣ୍ଟା କଢ଼ା ଯିବ ବୋଲି କହିଛନ୍ତି। ତେବେ ଏ ଘଟଣା ହେଉଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳ ଇଚଗାଁ ର । ଏହି ଗାଁର ବିଷ୍ଣୁ ପ୍ରସାଦ ବେହେରା ଙ୍କ ସାନ ଝିଅ ରେସ୍ମା ବେହେରା ଯାହାଙ୍କ ବର୍ଷ ଏବେ ୧୬ ହେଉଛି।

Advertisement

ତାନ୍ତ୍ରିକ

ଗତ ୨୦୨୨ ରେ ବିଷ୍ଣୁ ଙ୍କ ସ୍ତ୍ରୀ ଙ୍କ ମୃତ୍ୟୁ ହୋଇଥିଲା। ସେବେଠୁ ଝିଅ ଭୟଭୀତ ହେଉଥିବା ସହ ବିଭିନ୍ନ ସମୟରେ ଝିଟିକି ପଡୁଥିବା ଦେଖିଥିଲେ। ଏନେଇ କଣ୍ଟାବାଞ୍ଜି ଡାକ୍ତର ଖାନା ରେ ଚିକିତ୍ସା କରାଇଲେ। ହେଲେ କୌଣସି ଅସୁବିଧା ନଥିବା ସହ ଝିଅ ଭଲ ଥିବା କହିଥିଲେ ଡାକ୍ତର। କିନ୍ତୁ ପରେ ପୁଣି ସେଭଳି ଅସୁବିଧା ଦେଖିବାକୁ ମିଳିଥିଲା ଏନେଇ କଣ୍ଟାବାଞ୍ଜି ଜାମୁଟଝୁଲା ଗାଁ ର ଗୁଣିଆ ତେଜରାଜ ରଣା ଙ୍କ ପାଖକୁ ଫୁଙ୍କାଝରା କରିବାକୁ ନେଇଥିଲେ। ସେଠାରେ ଝିଅ ଠିକ ହୋଇଯିବ କହିଥିଲା ଗୁଣିଆ। ଓ ମୁଣ୍ଡରେ ଗାଈଗୋରୁଙ୍କୁ ଇନଜେକ୍ସନ ଦିଆଯାଉଥିବା ନିଡିଲ ଆଣିଥିଲେ। ଝିଅଙ୍କ ବାପା ଏହା କଣ କରିବେ ବୋଲି କହିବାରୁ ମୁଣ୍ଡରେ ଥିବା ପ୍ରେତକୁ ଡରାଇବା ପାଇଁ ଏହା ବ୍ୟବହାର ହେବ ବୋଲି କହିଥିଲେ। ଓ ଏକା ଝିଅକୁ ଗୁଣିଆ ତାଙ୍କ ସ୍ତ୍ରୀ ସହ ନେଇକି ଗୋଟିଏ କୋଠରୀ ରେ କିଛି ପୂଜା କରିଥିଲେ। ଝିଅ ଭଲ ମଧ୍ୟ ହୋଇଥିଲେ ଓ ଘରକୁ ଫେରିଥିଲେ।

ପରେ କିଛି ମାସ ଗଲାପରେ ପୁଣି ସେଭଳି ଅସୁବିଧା ହେବା ସହ ଝିଅ ହାତ ଆପେ ଆପେ କଟି ରକ୍ତ ବାହାରିଲା ଏନେଇ ନିଜେ ଝିଅ କାଟୁଥିବା ଭାବି ହାତ ଗୋଡ଼ ବାନ୍ଧି ମଧ୍ୟ ରଖିଥିଲେବାପା। ହେଲେ ବାନ୍ଧିକି ରଖିବା ପରେ ମଧ୍ୟ ସେଭଳି ଆପେ ଆପେ କଟିକି ରକ୍ତ ବାହାରିଲା। ପରେ ମୁଣ୍ଡରୁ ବାହାରିଥିଲା ନିଡିଲ। ଭୟଭୀତ ହୋଇଥିଲେ ପରିବାର ଲୋକ ଓ ଏନେଇ ଗୁଣିଆ ପାଖକୁ ପୁଣି ଯାଇ ଅଭିଯୋଗ କରିଥିଲେ। ପୁଣି ପୂଜା କରି ଠିକ କରିଦେଇଥିଲା ଗୁଣିଆ ପରେ ପୁଣି ଏଭଳି ହେବାରୁ ଶେଷରେ ଥାନା ର ଦ୍ୱାରସ୍ତ ହୋଇଥିଲେ ଝିଅର ବାପା ବିଷ୍ଣୁ ଓ କରିଥିଲେ ଅଭିଯୋଗ ଏନେଇ କଣ୍ଟାବାଞ୍ଜି ଥାନା ପୋଲିସ ଗୁଣିଆ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *