Pratidin TV

Odisha's Digital News Platform

ଅଧାରେ ରହିଲା ଶାନ୍ତିଙ୍କ ଫୁଲତୋଳା ; ପାଗଳ ଷଣ୍ଢ କଚାଡି କଚାଡି ନେଇଗଲା ଜୀବନ ……

ଭଦ୍ରକ ; ସକାଳୁ ସକାଳୁ ଦୁଃଖଦ ଘଟଣା । କାର୍ତ୍ତିକମାସରେ ଅଘଟଣ । ପାଗଳ ଷଣ୍ଢ ଉଜାଡିଦେଲା ପରିବାର । ପାଗଳ ଷଣ୍ଢ ପୁରା ଜୋର ସୋର ନିଜକୁ ବଳବାନ ସାବ୍ୟସ୍ତ କରିବା ପାଇଁ ଲାଗିପଡ଼ିଥିଲା । କିନ୍ତୁ ଦୁର୍ଭାଗ୍ୟ ବୃଦ୍ଧ ମହିଳା ଜଣଙ୍କ ତା ସାମ୍ନାରେ ପଡିଗଲେ ଆଉ ଷଣ୍ଢଟି ତାଙ୍କୁ ଦଳି ମକଚି ଦେଲା ।

ଏଭଳି ଏକ ଅଭାବନିୟ ଘଟଣା ଘଟିଛି ଭଦ୍ରକ ଚରମ୍ପା ଅଂଚଳରେ । ସୂଚନା ଅନୁଯାୟୀ ଚରମ୍ପା ହାପି ହୋମ ସ୍କୁଲ ନିକଟରେ ସ୍ଥାନୀୟ ବାସିନ୍ଦା ଶାନ୍ତିଲତା ପଣ୍ଡା ନାମକ ଜଣେ ବୃଦ୍ଧ ପ୍ରତ୍ୟକ ଦିନ ଭଳି ଆଜିବି ସକାଳୁ ମର୍ନିଙ୍ଗ ୱାର୍କ ସହ ଫୁଲ ତୋଳିବାକୁ ଆସିଥିଲେ ଏବଂ ସେଠାରେ ଏକ ପାଗଳ ଷଣ୍ଢ ଗର୍ଜନ କରି ଘୁରିବୁଲୁଥିଲା । ତେବେ ମହିଳା ଜଣକ ଏହି ସମୟରେ ତା ହାବୁଡରେ ପଡିଯାଇଥିଲେ । ବୟସ୍କ କାରଣରୁ ଷଣ୍ଢ ଙ୍କୁ ଘୋଉଡାଇବା ପରିବର୍ତ୍ତେ ନିଜେ ଷଣ୍ଢ ର ଆକ୍ରମଣ ର ଶିକାର ହୋଇଥିଲେ । ମହିଳା ଜଣକ କିଛି ବୁଝିବା ଆଗରୁ ଷଣ୍ଢ ମହିଳାଙ୍କୁ ଆକ୍ରମଣ କରିଚାଲିଥିଲେ ଆଉ ବୟସାଧିକ କାରଣ ରୁ ବୃଦ୍ଧା ମହିଳା ଜଣକ ସେଠାରୁ ଯାଇପାରିନଥିଲେ କି ଦୁର୍ଭାଗ୍ୟ ବଶତଃ ସେଠାରେ ଶାନ୍ତିଙ୍କୁ ବଞ୍ଚାଇବା ପାଇଁ କେହିନଥିଲେ । ଶେଷରେ ସବୁ ସାରିଦେଇଥିଲା ସେ ପାଗଳ ଷଣ୍ଢ, ଶାନ୍ତିଙ୍କୁ ଦଳି ଚକଟି କ୍ଷତ ବିକ୍ଷତ କରିଦେଇଥିଲା ।

ତେବେ ସେଠାରେ ସ୍ଥାନୀୟ ଲୋକ ପହଂଚି ଷଣ୍ଢ ଙ୍କୁ ଘୋଡାଇଥିଲେ ଏବଂ ଷଣ୍ଢ କବଳରୁ ଆଉ ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇଥିଲେ ସତ କିନ୍ତୁ ଶରୀର ଏତେ ମାତ୍ରାରେ କ୍ଷତ ହୋଇଥିଲା ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରଯାଇଛି । କିନ୍ତୁ ଷଣ୍ଢ କୁ ଘଉଡ଼ାଇବା ପରେ ଦେଖିଥିଲେ କି ଷଣ୍ଢ ଆକ୍ରମଣ କରିଥିବା ଆଉ ଜଣେ ବୃଦ୍ଧା ମହିଳା ଶାନ୍ତିଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା ।ଏଭଳି ଏକ ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିବା ସହ ସମସ୍ତେ ଭୟଭୀତ ଥିବା ଜଣାପଡିଛି ଏବଂ ଯେହେତୁ ଷଣ୍ଢ ଟି ପାଗଳ ହୋଇଯାଇଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି ତେଣୁ ପିଲାମାନଙ୍କୁ ସ୍କୁଲ ଯିବାକୁ ବାରଣ କରିଛନ୍ତି ଏବଂ ଷଣ୍ଢ କୁ ଉଦ୍ଧାର କରିବା ପାଇଁ ପ୍ରଶାସନ କୁ ଗୁହାରି କରିଛନ୍ତି ।

ତେବେ ସକାଳର ସୂର୍ଯ୍ୟ କିରଣ ଦେଖିବା ଆଗରୁ ଚାଲିଗଲେ ଶାନ୍ତି ଆଉ ଯାହାପାଇଁ ସେ ଫୁଲ ତୋଳିବାକୁ ଆସୁଥିଲେ ସେ ମଧ୍ୟ ନିର୍ଦୟ ହୋଇଗଲା।

Leave a Reply

Your email address will not be published. Required fields are marked *