ବିଶ୍ୱାସ ନହେଲେ ବି ସତ : ୬୧ ବର୍ଷ ହେଲା ଶୋଇନାହାନ୍ତି ବୃଦ୍ଧ , ଜ୍ୱର ହେବା ପରେ ଆଖିକୁ ଆସୁନି ନିଦ ..
1 min readନୂଆଦିଲ୍ଲୀ : ଦୁନିଆରେ ଏମିତି କିଏ ଅଛି ଯିଏ ଶୋଇପାରୁନି । ବଡ ବଡ ଯୋଗୀ ହେଲେ ମଧ୍ୟ ଦିନକୁ ଏକ ଘଂଟା କି ଦୁଇ ଘଂଟା ଶୋଇଥାନ୍ତି । କିନ୍ତୁ ଦୁନିଆରେ ଏମିତି ବ୍ୟକ୍ତି ଅଛନ୍ତିି ଯିଏ ୬୧ ବର୍ଷ ହେବ ଶୋଇ ନାହାନ୍ତି ବୋଲି ଦାବୀ କରୁଛନ୍ତି । ବିଶ୍ୱାସ କରାଯାଏ ଯେ ଭଲ ନିଦ ଅର୍ଥ ଉତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ । ଏହା ମଧ୍ୟ କୁହାଯାଏ ଯେ ଯଦି କେହି ଦୁଇରୁ ଚାରି ଦିନ ପର୍ଯ୍ୟନ୍ତ ଶୋଇପାରୁନାହାଁନ୍ତି, ତେବେ ଅବସ୍ଥା ଖରାପ ହୋଇଯାଏ । ଏମିତି ଏକ ବ୍ୟତିକ୍ରମ ଘଟିଛି । ଯାହା ଶୁଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ ।
ଏଠାରେ ଆମେ ଭିଏତନାମର ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହୁଛୁ ଯିଏ ଦାବି କରନ୍ତି ଯେ ସେ ୬୧ ବର୍ଷ ପର୍ଯ୍ୟନ୍ତ ଶୋଇ ନାହାଁନ୍ତି । ଦିନ ସାରା ପରିଶ୍ରମ ପରେ ଲୋକେ ଶରୀରକୁ ବିଶ୍ରାମ ଦେବା ପାଇଁ ରାତି ସମୟରେ ଶୋଇଥାନ୍ତି । ଅନେକ ଲୋକ ରାତିରେ କାମ କଲେ ମଧ୍ୟ ତାଙ୍କୁ ଦିନ ସମୟରେ ବିଶ୍ରାମର ଆବଶ୍ୟକତା ପଡ଼ିଥାଏ । ହେଲେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ୬୧ ବର୍ଷ ହେଲା ଶୋଇ ନ ଥିବା ୟୁଟ୍ୟୁବ୍ର ଏକ ଇଣ୍ଟରଭ୍ୟୁରେ କହିଛନ୍ତି ।
ଭିଏତନାମ୍ରେ ରହୁଥିବା ୮୦ ବର୍ଷୀୟ ଥାଇ ଏନ୍ଜୋଇକ୍ଙ୍କୁ ଏକ ରାତିରେ ଜ୍ୱର ଆସିଥିଲା । ତା’ପରଠାରୁ ତାଙ୍କୁ ନିଦ ଆସୁ ନ ଥିବା ସେ କହିଛନ୍ତି । ଏହା ଇନ୍ସୋମ୍ନିଆ ନାମକ ଏକ ରୋଗ, ଯେଉଁଥିରେ କି ବ୍ୟକ୍ତିଙ୍କ ନିଦ ଆସିବା ବନ୍ଦ ହୋଇଯାଏ । ଏହାଦ୍ୱାରା ଶରୀରରେ ଖରାପ ପ୍ରଭାବ ପଡ଼ିଥାଏ । ହେଲେ ଏଥିପାଇଁ ଏନ୍ଜୋଇକ୍ଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପ୍ରଭାବ ପଡ଼ି ନ ଥିବା ସେ କହିଛନ୍ତି । ସେ ଏହି ବୟସରେ କ୍ଷେତରେ କାମ କରିବା ସହ ସାଧାରଣ ଜୀବନ ବଂଚୁଥିବା କହିଛନ୍ତି ।