Pratidin TV

Odisha's Digital News Platform

ଟ୍ରକ୍ ଚକା ତଳେ ଚାଲିଗଲା କୈଳାଶଙ୍କ ଜୀବନ …

କଟକ ; କଟକ ଜିଲ୍ଲା ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତ ଇଟାମୁଣ୍ଡାଳି ପାଖରେ ଟ୍ରକ ଧକାରେ ଜଣେ ୭୫ ବର୍ଷର ବୃଦ୍ଧାଙ୍କ ମୃତ ହୋଇଛି । ମୃତ ବୃଦ୍ଧା ଜଣକ ହେଉଛନ୍ତି କୈଳାସ ଚନ୍ଦ୍ର ଓଝା ଓରଫ ଲଙ୍ଗୁଳି ।

ସୂଚନା ଅନୁଯାୟୀ ଆଜି ରାସ୍ତା ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଇଟା ବୋଝେଇ ଟ୍ରକ ଧକା ଦେଇଥିଲା ଚକାତଳେ ପଡ଼ି ଘଟଣା ସ୍ଥଳରେ ହିଁ କୈଳାସଙ୍କର ଜୀବନ ଚାଲିଯାଇଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *