Pratidin TV

Odisha's Digital News Platform

ରାଜ୍ୟରେ ଅଜଣା ରୋଗର ଆତଙ୍କ : ସପ୍ତାହେ ଭିତରେ ଗଲାଣି ୩ ଜୀବନ

1 min read

କୋରାପୁଟ : ଲୋକମାନଙ୍କ ପିଛା ଛାଡୁନି ସମସ୍ୟା । କୋରାନା ମହାମାରୀ,ମଙ୍କିପକ୍ସ ,ପୁଣି ଟମାଟୋ ଫ୍ଲୁ ଆଉ ଏବେ ଏକ ଅଜଣା ରୋଗରେ ଭୟଭୀତ ରାଜ୍ୟବାସୀ । ଏଭଳି ଏକ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଛି କୋରାପୁଟ ଜିଲ୍ଲାର ବୈପାରୀଗୁଡା ଓ କାଣ୍ଡିକିଗୁଡା ଗ୍ରାମରେ । ଉକ୍ତ ଗ୍ରାମରେ ୧୫ ଦିନ ହେବ ଭୟଭୀତ କରାଉଛି ଏକ ଅଜଣା ରୋଗ । ଯେଉଁଥିରେ ରୋଗୀର ହାତ,ଗୋଡ ଓ ମୁହଁ ଫୁଲି ଯାଉଛି । ଏହାପରେ ୧ ସପ୍ତାହ ମଧ୍ୟରେ ରୋଗୀର ମୃତ୍ୟୁ ହୋଇଯାଉଛି ।

ଗ୍ରାମରେ ସପ୍ତାହେ ପୂର୍ବରୁ ୨ ଜଣ ବ୍ୟକ୍ତି ଏହି ଅଜଣା ରୋଗରେ ପ୍ରାଣ ହରାଇଥିବା ବେଳେ,ଗତକାଲି ଆଉ ଜଣଙ୍କ ଜୀବନ ଯାଇଛି । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ରୋଗର କୌଣସି ପ୍ରକାରର ଲକ୍ଷଣ ଦେଖାଯାଉନି ପୂର୍ବରୁ । ହଠାତ୍ ହାତ ଗୋଡ ମୁହଁ ଫୁଲିଯାଉଛି ଏବଂ ରୋଗୀ ଦୁର୍ବଳ ଅନୁଭବ କରି ବିଛଣାରେ ପଡିରହୁଛି । ରୋଗୀକୁ ମେଡିକାଲ ନେଲେ ମଧ୍ୟ ଡାକ୍ତର ଏହି ରୋଗକୁ ଚିହନିପାରୁନଥିବା କହିଛନ୍ତି ଗ୍ରାମବାସୀ । ତେବେ ଡାକ୍ତମାନେ ଯଦି ଏହି ରୋଗକୁ ଚିହ୍ନି ପାରିବେନି ସେଥିରେ ମେଡିସିନ୍ କିପରି ଦେବେ ଯାହା ବର୍ତ୍ତମାନ ଏକ ବଡ ସମସ୍ୟା ପାଲଟିଛି । ସେହିପରି ଗତକାଲି ଏହି ଅଜଣା ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କୁ ପ୍ରଥମେ ରାମଗିରି ଚିକିତ୍ସାଳୟନେଇଥିଲେ ସେଟାରୁ ଡାକ୍ତ ତାଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରିଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

Advertisement

ଗତକାଲି ରାମଗିରିରେ ଏକ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା ଜାରିରଖିଥିଲା । ଏହା ପରେ ଆଜି ୭ ଜଣିଆ ଡାକ୍ତରୀ ଟିମ୍ ସେଠାରେ ପହଞ୍ଚି ଲୋକମାନଙ୍କର ସ୍ୱାସ୍ଥ ଅବସ୍ଥା ପରୀକ୍ଷା କରୁଛନ୍ତି । ତେବେ ଏହା କେଉଁ ପ୍ରକାର ରୋଗ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ସେହିଭଳି ଏହା ଏକ ସଂକ୍ରମକ ରୋଗ କି ନୁହେଁ ତାହା ମଧ୍ୟ ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *