Pratidin TV

Odisha's Digital News Platform

ସାମାନ୍ୟ ବଚସାରୁ ନିଜ ଦେହରେ ନିଆଁ ଲଗେଇଲେ ସ୍ତ୍ରୀ

1 min read

ମୟୁରଭଞ୍ଜ : ବାପଘରକୁ ଯିବା ଜିଦ୍‌ରେ ନିଜ ହେହରେ ନିଆଁ ଲଗେଇଲେ ମହିଳା । ସ୍ୱାମୀଙ୍କୁ ବାପା ଘରକୁ ମିଶି ଯିବାକୁ କହିଥିଲେ କିନ୍ତୁ ପାଖରେ ପଇସା ନଥିବାରୁ ମନାକରିଦେଇଥିଲେ ସ୍ୱାମୀ । ଏହି ରାଗରେ ନିଜ ଦେହରେ ନିଆଁଲଗେଇଦେଇଥିଲେ ନିଜେ ସ୍ତ୍ରୀ ।

ସୂଚନା ଅନୁଯାୟୀ ଘଟଣାଟି କପ୍ତିପଦା ଥାନା ତେନ୍ତୁଳିବାଡ଼ି ଗ୍ରାମରେ ଘଟିଛି । ଗ୍ରାମର ମୁନା ସିଂଙ୍କ ସ୍ତ୍ରୀ ଚନ୍ଦ୍ରମଣି ସିଂ ପୂଜା ଅବସରରେ ନିଜ ବାପ ଘରକୁ ଯିବାକୁ ବାହାରିଥିଲେ । ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କୁ କହିଥିବା ବେଳେ ଟଙ୍କା ଅଭାବରୁ ପରେ ଯିବା କଥା କହିଥିଲେ ସ୍ୱାମୀ । ଏହା ପରେ ସ୍ୱାମୀ କୌଣସି କାମରେ ଘର ବାହାରକୁ ଚାଲି ଯାଇଥିବା ବେଳେ ଚନ୍ଦ୍ରମଣି ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇଦେଇଥିଲେ ।

Advertisement

ନିଆଁରେ ପୋଡି ହୋଇ ଚିତ୍କାର କରିବାରୁ ଏବଂ ଘର ଭିତରୁ ଧୂଆଁ ବାହାରିବା ଦେଖି ପରିବାର ଲୋକେ ଘର କବାଟ ଭାଙ୍ଗି ଚନ୍ଦ୍ରମଣିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ତାଙ୍କ ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡି ଯାଇଥିବା ବେଳେ ଅବସ୍ଥା ଶଙ୍କଟାପନ୍ନ ରହିଛି । ସାମାନ୍ୟ କଥାରୁ ଏଭଳି ଏକ ଅଘଟଣ ଘଟିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଯାଇଛି ।ତେବେ କପ୍ତିପଦା ପୋଲିସ ଚିକିତ୍ସାଳୟରେ ପହଞ୍ଚି ସପୃକ୍ତ ଘଟାଣା ବିଷୟରେ ପଚରା ଉଚରା ଚଲାଇଛି ।

Leave a Reply

Your email address will not be published. Required fields are marked *