Pratidin TV

Odisha's Digital News Platform

ଭୁବନେଶ୍ୱରରେ ଚାଞ୍ଚଲ୍ୟ : ଟ୍ରେନ୍ ଟଏଲେଟ୍ରୁ ମିଳିଲା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ

1 min read

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଟ୍ରେନ ଟଏଲେଟରୁ ମିଳିଲା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ । ଭୁବନେଶ୍ୱର ଷ୍ଟେସନରୁ କିଛି ଦୂରରେ ଥିବା କୋଚିଂ ଡିପରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଆଜି ଧାନବାଦ ଏକ୍ସପ୍ରେସ ଭୁବନେଶ୍ୱର ଷ୍ଟେସନରେ ଯାତ୍ରୀ ଓହ୍ଲାଇବା ପରେ ସଫେଇ ପାଇଁ କୋଚିଂ ଡିପକୁ ଆସିଥିଲେ ଜଣେ ସଫେଇ କର୍ମଚାରୀ । ତେବ ଟଏଲେଟ୍ କବାଟ ଖୋଲିବାପରେ ସେ ଜଣେ ମହିଳାଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଦେଖି ପ୍ରଥମେ ଡରିଯାଇଥିଲେ । ଏହାପରେ ତୁରନ୍ତ କୁ ଖବର ଦେଇଥିଲେ ।

Advertisement

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ , ତାଙ୍କ ଦେହରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ୍ ।

Leave a Reply

Your email address will not be published. Required fields are marked *