Pratidin TV

Odisha's Digital News Platform

ଖଲିସ୍ତାନୀ ପ୍ରେମ କାନାଡକୁ ପଡିଲା ମହାଙ୍ଗା ! ଭାରତକୁ ଆସିପାରିବେନି କାନାଡାବାସୀ

1 min read

ନୂଆଦିଲ୍ଲୀ : ଭାରତକ ଉପରକୁ ଆଙ୍ଗୁଳି ଉଠାଇବା କାନାଡାକୁ ଏବେ ମହଙ୍ଗା ପଡିଛି । କାନାଡାଲୋକଙ୍କ ପାଇଁ ଭିସା ସେବା ରଦ୍ଦ କଲା ଭାରତ । ଦୁଇ ଦେଶ ଭିତରେ ଲାଗି ରହିଥିବା ତିକ୍ତତା ଭିତରେ ଭାରତ ତରଫରୁ ଏପରି ବଡ ପଦକ୍ଷେପ ନିଆଯାଇଛି ।ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଭାରତକୁ ଦାୟୀ କରି ବିବାଦ ଭିତରକୁ ଆସିଥିଲେ । ଯାହାଫଳରେ ଭାରତ ଏଭଳି ନିଷ୍ୱତ୍ତି ନେଇଛି । ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ସେବାକୁ ରଦ୍ଦ କରଦିଆଯାଇଛି । ଅର୍ଥାତ କାନାଡାରୁ ଭାରତକୁ ଆସିବାକୁ ଥିବା କାନାଡା ନାଗରିକଙ୍କୁ ଏବେ ଭାରତର ଭିସା ଅନିର୍ଦ୍ଧିଷ୍ଟ କାଳ ପାଇଁ ମିଳିପାରିବ ନାହିଁ । ଏନେଇ ବିଏଲଏସ ଇଣ୍ଟରନ୍ୟାସନାଲ ୱେବସାଇଟ୍ ଜରିଆରେ ନୋଟିସ୍ ଜାରି କରି ସୂଚନା ଦିଆଯାଇଛି । ଏହି ନୋଟିସରେ ଉଲ୍ଲେଖ କରାଯାଇଛି ଯେ, ପରିଚାଳନା ଗତ କାରଣରୁ ସେପ୍ଟେମ୍ବର ୨୧ ତାରିଖଠାରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ଭାରତୀୟ ଭିସା ସେବାକୁ ରଦ୍ଦ କରିଦିଆଯାଉଛି । ତେଣୁ ଅନ୍ୟ କେଉଁ ଦେଶରୁ ମଧ୍ୟ କାନାଡା ନାଗରିକ ଭାରତ ପାଇଁ ଭିସା ଆବେଦନ କରିପାରିବେ ନାହିଁ ।

କାନାଡାରେ ଭିସା ସର୍ଭିସ୍ ନିଲମ୍ବିତ ପାଇଁ ଘୋଷଣା ପରେ ଏହି ନିର୍ଦ୍ଦେଶନାମା ଜାରି ହୋଇଥିବା ନେଇ ଏମଇଏ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି । ସେପଟେ କାନାଡା ସଂପର୍କରେ ବାଗଚୀ କହିଛନ୍ତି ଯେ, କୌଣସି ବିଶେଷ ରିପୋର୍ଟ ଆସିଲେ ଆମେ ତର୍ଜମା କରିବାକୁ ପ୍ରସ୍ତୁତ ଅଛୁ । ହେଲେ କାନାଡା ସରକାରଙ୍କ ପକ୍ଷରୁ ସେଭଳି କୌଣସି ରିପୋର୍ଟ ଦିଆଯାଇନାହିଁ । ଗତକାଲି କାନାଡାରେ ରହୁଥିବା ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଥିଲା ଭାରତ । ହିଂସାତ୍ମକ କାର୍ଯ୍ୟକଳାପ ମଧ୍ୟରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ଯାତ୍ରା ସମୟରେ ସତର୍କ ରହବାକୁ କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *