Pratidin TV

Odisha's Digital News Platform

ବିମାନ ବନ୍ଦର ଭିତରେ ବାହାରିଲା ହଳଦିଆ ଆନାକୋଣ୍ଡା ,କାରଣ ଜାଣିଲେ ଆପଣବି ହୋଇଯିବେ ଚକିତ…

1 min read

ବିମାନ ବନ୍ଦର ଭିତରେ ହଳଦିଆ ଆନାକୋଣ୍ଡା। ଯାହାକୁ ଦେଖିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ବିମାନ ବନ୍ଦର ଭିତରକୁ କେମିତି ଆସିଲା ଏ ଆନାକୋଣ୍ଡା। ହେଲେ ଏ ଘଟଣା ଯେତେବେଳେ ସାମ୍ନାକୁ ଆସିଥିଲା ସେତେବେଳେ ସବୁ ସତ ଜଣାପଡିଯାଇଥିଲା । ବିଦେଶ କୁ ଚାଲାଣ ହେଉଛି ହଳଦିଆ ଆନାକୋଣ୍ଡା। ଯାହା ଆଜି ବିମାନବନ୍ଦରରେ ଯାଞ୍ଚ ସମୟରେ ଉଦ୍ଧାର ହୋଇଛି । ଜଣେ ଯାତ୍ରୀଙ୍କ ପାଖରୁ ଏହି ବିରଳ ପ୍ରଜାତିର ସାପ ଉଦ୍ଧାର କରିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ।

ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରି ତଦନ୍ତ କରୁଛି ପୁଲିସ। ସୂଚନା ଅନୁସାରେ, ଆଜି ବେଙ୍ଗାରୁରୁ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଚେକିଂ ସମୟରେ ବ୍ୟାଙ୍କକରୁ ଆସିଥିବା ଜଣେ ଯାତ୍ରୀଙ୍କ ବ୍ୟାଗରୁ ୧୦ଟି ହଳଦିଆ ଆନାକୋଣ୍ଡା ମିଳିଥିଲା। ଏନେଇ ବେଙ୍ଗାଲୁରୁ ଅବକାରୀ ବିଭାଗ ପକ୍ଷରୁ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛି। ଅବକାରୀ ବିଭାଗ କହିଛି ଯେ, ଯାତ୍ରୀଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି। ବନ୍ୟଜନ୍ତୁ ବ୍ୟବସାୟକୁ ବରଦାସ୍ତ କରାଯିବ ନାହିଁ।ହଳଦିଆ ଆନାକୋଣ୍ଡା ହେଉଛି ଏକ ନଦୀଜଳ ପ୍ରଜାତିର ସରିସୃପ। ହଳଦିଆ ଆନାକୋଣ୍ଡା ସାଧାରଣତଃ ପାରାଗୁଏ, ବୋଲିଭିଆ, ବ୍ରାଜିଲ, ଉତ୍ତର-ପୂର୍ବ ଆର୍ଜେଣ୍ଟିନା ଏବଂ ଉତ୍ତର ଉରୁଗୁଏରେ ଦେଖାଯାଏ। ଆଇନ ଅନୁଯାୟୀ ଭାରତରେ ବନ୍ୟଜନ୍ତୁ ବ୍ୟବସାୟ ବା କାରବାର ବେଆଇନ ଅଟେ ।

Leave a Reply

Your email address will not be published. Required fields are marked *