Pratidin TV

Odisha's Digital News Platform

ଥ୍ରିଡି ପ୍ରିଣ୍ଟର ରେ ତିଆରି ହେଉଛି ଜିଲାପି , ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆନନ୍ଦ ମହିନ୍ଦ୍ରା ..

1 min read

ଜିଲାପି କାହାକୁ ବା ଭଲ ନଲାଗେ, ନାଁ ଶୁଣିବା ମାତ୍ରେ ପାଟିକୁ ପାଣି ଆସିଯାଏ । ଏହି ମିଠା ଖାଇବାକୁ ମିଠା ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗିଥାଏ । ଏହାକୁ ଖାଇବାକୁ ଯେତିକି ଭଲଲାଗେ ତାଠୁ ଅଧିକ ଏହାର ପ୍ରସ୍ତୁତି ଦେଖିବା ଅତି ଆକର୍ଷକ । ଦୋକାନୀମାନେ ଏହାକୁ ଭିନ୍ନ ଭିନ ପ୍ରକାରର ପ୍ରସ୍ତୁତ କରିଥାନ୍ତି । ତେବେ ଏବେ ସୋଶିଆଲ ମିଡିଆରେ ସେୟାର କରାଯାଇଛି , ଯେଉଁଥିରେ ଦେଖିବାକୁ ମିଳିଛି ଏକ ସ୍ୱତନ୍ତ୍ର ଢଙ୍ଗରେ ଜିଲାପି ପ୍ରସ୍ତୁତ ହେଉଛି । ଯାହା ଏବେ ସୋଶିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇଛି ।


ଏପରିକି ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ଭିଡିଓ ଦେଖି ଜିଲାପି ପ୍ରସ୍ତୁତ କରୁଥିବା ଦୋକାନୀଙ୍କର ପ୍ରଶଂସକ ପାଲଟିଯାଇଛନ୍ତି । ସେ ଭିଡିଓକୁ ନିଜ ଆକାଉଣ୍ଟରେ ସେୟାର ମଧ୍ୟ କରିଛନ୍ତି । ତେବେ ଏହି ଭିଡିଓଟି ପାକିସ୍ତାନର ବୋଲି କୁହାଯାଉଛି । ଏଥିରେ ଜିଲାପି ପ୍ରସ୍ତୁତ ହେଉଛି କିନ୍ତୁ ଏଥିପାଇଁ ଥ୍ରିଡି ପ୍ରିଣ୍ଟର ନୋଜଲ ବ୍ୟବହାର କରାଯାଉଛି । ଏହା ସମସ୍ତଙ୍କୁ ଚକିତ କରୁଛି । ଏଥିରେ ସମୟ ବଞ୍ଚିବା ସହ ଜିଲାପି ଅତି ସୁନ୍ଦର ମଧ୍ୟ ହେଉଛି । ଏହି ଭିଡିଓକୁ ସେୟାର କରି ଆନନ୍ଦ ମହିନ୍ଦ୍ରା ଦୋକାନୀର ପ୍ରଶଂସା କରିଛନ୍ତି । ସମସ୍ତେ ତାଙ୍କ ଭିଡିଓକୁ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *