Pratidin TV

Odisha's Digital News Platform

ବିବାହ ପରେ ପ୍ରଥମେ ଜାମନଗର ଗଲେ ଅନନ୍ତ ରାଧିକା ,ସମସ୍ତେ ମିଶି କଲେ ଭବ୍ୟ ସ୍ୱାଗତ ..

1 min read

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ ଏବେ ପତି-ପତ୍ନୀ ବନି ସାରିଛନ୍ତି।  ଜୁଲାଇ 12 ପରସ୍ପର ସାତ ଜନ୍ମ ର ସାଥି ହୋଇଛନ୍ତି । ଅନନ୍ତ ରାଧିକା ଙ୍କ ବିବାହ ସମାରୋହ ଚାରିଦିନ ପର୍ଯ୍ୟନ୍ତ ଚାଲିଥିଲା । ସେମାନଙ୍କ ବିବାହରେ ବହୁ ମାଣଗଣ୍ୟ ବ୍ୟକ୍ତି ପହଞ୍ଚିଥିଲେ। ବିଦେଶରୁ ମଧ୍ୟ ଅତିଥି ଆସିଥିଲେ ।ବଲିଉଡ୍‌ର ଅନେକ ତାରକା‌ଙ୍କୁ ସେଠାରେ ଦେଖିବାକୁ ମିଳିଥିଲା।ଏବେ ସରିଛି  ବିବାହ ର ସବୁ କାର୍ଯ୍ୟକ୍ରମ ।  ଏବେ ପ୍ରଥମଥର  ବିବାହ ପରେ ଜାମନଗରରେ ପହଞ୍ଚିଛନ୍ତି ଅନନ୍ତ-ରାଧିକା । ଜାମନଗରରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଥିଲା । ଯାହାର ଫଟୋ ଏବଂ ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅବସରରେ ପାରମ୍ପାରିକ ପୋଷାକରେ ଥିବା ମହିଳାମାନେ ନବ ବିବାହିତ ଦମ୍ପତିଙ୍କୁ ଆରତୀ କରି ଭବ୍ୟ ସ୍ୱାଗତ କରିଥିଲେ। ଭାଇରାଲ ହେଉଥିବା ଭିଡିଓରେ ଅନନ୍ତ-ରାଧିକା ବହୁତ ଖୁସି ଦେଖାଯାଉଛନ୍ତି |

ଦୁହେଁ ସମସ୍ତଙ୍କୁ ହାତ ହଲାଇ ଅଭିବାଦନ କରୁଥିବା ଦେଖାଯାଉଛି | ଜାମନଗରରେ ପହଁଚିଂବା ମାତ୍ରେ ଅନନ୍ତ ରାଧିକାଙ୍କ ସ୍ବାଗତ ପାଇଁ ଏଆରପୋର୍ଟ ବାହାରେ ରାସ୍ତା ଉପରେ ଗୋଲାପ ଫୁଲ ବିଛାଯାଇ ତାଙ୍କର ସ୍ବାଗତ କରାଯାଇଥିଲା। ତାସହିତ କିଛି ମହିଳା ପାରମ୍ପରିକ ଭାବରେ ଶାଢି ପିନ୍ଧି ଉଭୟଙ୍କର ଆରତି କରିବା ସହିତ ତାଙ୍କ ଉପରେ ପୁଷ୍ପ ବର୍ଷା କରିଥିଲେ। ଅନନ୍ତ ଏବଂ ରାଧିକା ଖୁବ୍ ଆଦରର ସହିତ ଲୋକଙ୍କର ଅଭିବାଦନ ସ୍ବୀକାର କରିଥିବାର ଦେଖିବାକୁ ମିଳିଛି । ଉଭୟଙ୍କ ପୋଷାକ ବହୁତ ସିମ୍ପଲ ଥିଲା। ରାଧିକା ଏକ ପିଙ୍କ କଲରର ସାଲୱାର ସୁଟ ପିନ୍ଧିବା ସହିତ ଅନନ୍ତ ଲାଲ ରଙ୍ଗର କୁର୍ତ୍ତା ଉପରେ ଏକ ଜ୍ୟାକେଟ୍ ପିନ୍ଧିଥିଲେ। ବିବାହ ପୂର୍ବରୁ ମଧ୍ୟ ଅନନ୍ତ-ରାଧିକାଙ୍କ ପ୍ରୀୱେଡିଙ୍ଗ ଫଙ୍କଶନ ଜାମନଗରରେ ଆୟୋଜିତ ହୋଇଥିଲା। ଅମ୍ବାନୀ ପରିବାର ପାଇଁ ଜାମନଗର ବହୁତ ଖାସ କାରଣ  ଅନନ୍ତଙ୍କ ଜେଜେମା କୋକିଲାବେନ୍ ଅମ୍ବାନୀ ଜାମନଗରରେ ଜନ୍ମଗ୍ରହଣ କରିଥିଲେ | କେବଳ ଏତିକି ନୁହେଁ ତାଙ୍କ ଜେଜେବାପା ଧୀରବାଇ ଅମ୍ବାନୀ ଏବଂ ପିତା ମୁକେଶ ଅମ୍ବାନୀ ଏହି ସହରରୁ ବ୍ୟବସାୟ ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *