Pratidin TV

Odisha's Digital News Platform

ଲାଲବାଗ ରାଜାଙ୍କ ଶୋଭା ବଢାଇବ ସୁନା ମୁକୁଟ , ଦାନକଲେ ଅନନ୍ତ ଅମ୍ବାନୀ ..

ଭାଦ୍ରବ ଶୁକ୍ଳପକ୍ଷରେ ଗଣେଶ ଚତୁର୍ଥୀ ପଡ଼ୁଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର 5ରେ ଏହା ପାଳନ କରାଯିବ। ଏନେଇ ପଲ୍ଲୀଠାରୁ ଆରମ୍ଭ କରି ସହର ସବୁ ଚଳଚଞ୍ଚଳ ହୋଇପଡ଼ିଛି। ତେବେ ଗଣେଶ ଚତୁର୍ଥୀ ଆସିଲେ ପ୍ରଥମେ ମୁମ୍ବାଇର ଲାଲବାଗ ରାଜାଙ୍କ କଥା ମନରେ ଆସେ। ୧୯୩୪ରୁ ମୁମ୍ବାଇର ପରେଲ ଅଞ୍ଚଳରେ ବହୁ ଆଡ଼ମ୍ବରରେ ଗଣେଶ ଚତୁର୍ଥୀ ପାଳନ କରାଯାଇଆସୁଛି। ଲାଲବାଗର ରାଜାଙ୍କୁ ଏଠାରେ ବିରାଜମାନ କରାଇ ଦୀର୍ଘ ୧୦ ଦିନ ଧରି ଧୁମ୍‌ଧାମ୍‌ରେ ଗଣପତିଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ତେବେ ଚଳିତ ଥର  ଲାଲବାଗ ରାଜାଙ୍କ ଶୋଭା ବଢାଇବ ସୁନା ମୁକୁଟ ।

ସୂଚନାନୁସାରେ ଏଥର ରିଲାଏନ୍ସ ଫାଉଣ୍ଡେସନ ଲାଲବାଗ ରାଜା ଙ୍କୁ ୨୦ କିଲୋଗ୍ରାମ ସୁନାରେ ନିର୍ମିତ ମୁକୁଟ ପ୍ରଦାନ କରିଛି। ଏହି ମୁକୁଟର ମୂଲ୍ୟ ୧୬ କୋଟି ଟଙ୍କା ରହିଛି। ଏହି ମୁକୁଟରେ ହୀରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ପଥରଗୁଡ଼ିକ ମଧ୍ୟ ସଜ୍ଜିତ ରହିଛି। ପ୍ରତିବର୍ଷ ଅମ୍ବାନୀ ପରିବାର ଲାଲବାଗ ରାଜାଙ୍କୁ କୋଟି କୋଟି ଟଙ୍କା ଦାନ କରନ୍ତି। ଚଳିତ ବର୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ମୁକୁଟ ଦାନ କରିଛନ୍ତି।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ମଧ୍ୟ ଲାଲବାଗ ରଜା ସହିତ ବହୁତ ପୁରୁଣା ସମ୍ପର୍କ ରହିଛି। ଅନନ୍ତ ଅମ୍ବାନୀ ପ୍ରତିବର୍ଷ ଲାଲବାଗର ରାଜାଙ୍କୁ ଦେଖା କରିବାକୁ ଯାଇ ତାଙ୍କୁ ନୈବେଦ୍ୟ ଅର୍ପଣ କରନ୍ତି।

Leave a Reply

Your email address will not be published. Required fields are marked *