Pratidin TV

Odisha's Digital News Platform

ଅନନ୍ତ ରାଧୀକାଙ୍କ ପ୍ରି –ୱେଡିଂ ରେ ୨୫୦୦ ପ୍ରକାର ବ୍ୟଞ୍ଜନରେ ହେବ ଅତିଥିଙ୍କ ସ୍ୱାଗତ , ୬୫ ଜଣ ସେଫ୍‌ ମିଶି ତିଆରି କରିବେ ସ୍ୱତନ୍ତ୍ର ଡିସ୍ ..

1 min read

ଖୁବ୍ ଶୀଘ୍ର ବାଜିବ ଅମ୍ବାନୀ ପରିବାରରେ ସାହାନାଇ । ସାରା ଦେଶ ଦେଖିବ ଭାରତର ଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ସାନ ପୁ୍‌ଅ ଅନନ୍ତ ଅମ୍ବାନୀଙ୍କ ବାହାଘର । ପିଲାଦିନର ବନ୍ଧୁ ରାଧୀକା ପାଲଟିବେ ତାଙ୍କ ଜୀବନସାଥୀ । ଆସନ୍ତା ଜୁଲାଇ ୧୨ ତାରିଖରେ ଅନନ୍ତ ରାଧୀକାଙ୍କ ପଡିବ ହାତଗଣ୍ଠି । ଉଭୟଙ୍କ ବିବାହ ପୂର୍ବରୁ ଗୁଜୁରାଟର ଜାମନଗରଠାରେ ଏକ ତିନି ଦିନିଆ ଭବ୍ୟ ପ୍ରି –ୱେଡିଂ ସେଲିବ୍ରେସନର ଆୟୋଜନ କରାଯାଇଛି । ଆସନ୍ତା ମାର୍ଚ୍ଚ୧ରୁ ୩ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେବ । ଏ ଅବସରରେ ବିଲ୍ ଗେଟ୍ସ , ମେଲିଣ୍ଡା ଗେଟ୍ସ ,ମାର୍କ ଜୁକରବର୍ଗ , ଇଭାକା ଟ୍ରମ୍ପ ,ଭୁଟାନର ରାଜାରାଣୀଙ୍କ ସହିତ ସମଗ୍ର ବିଶ୍ୱରୁ ଉଦ୍ୟୋଗ ଓ ଟେକ୍ ଦୁନିଆର ଅନେକ ଦାମୀ ଅନେକ ନାମୀ ଦାମୀ ବ୍ୟକ୍ତିତ୍ୱ ଯୋଗଦେବେ । ଏହି ପ୍ରି –ୱେଡିଂରେ ଅତିଥିମାନଙ୍କ ପାଇଁ ବିଳାସପୂର୍ଣ୍ଣ ପ୍ରୀତିଭୋଜନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୂଚନାନୁଯାୟୀ ଏହି ଉତ୍ସବପାଇଁ ଇନ୍ଦୋରରୁ ୬୫ ଜଣିଆ ଦକ୍ଷ ସେଫ୍‌ଙ୍କର ଏକ ଟିମ୍ ଜାମନଗରରେ ପହଞ୍ଚିବେ । ଜାର୍ଡିନ ହୋଟେଲର ନିର୍ଦ୍ଦେଶକ କହିଛନ୍ତି , ଏ ଅବସରରେ ପାକ କଳାର ମୁଖ୍ୟ ଆକର୍ଷଣ ହେବ ଇନ୍ଦୋରୀ ବ୍ୟଞ୍ଜନ । ଏଥିସହିତ ପାର୍ସୀ , ଥାଇ , ମେକ୍ସିକାନ ଓ ଜାପାନିଜ୍ ବ୍ୟଞ୍ଜନ ସମେତ ସମଗ୍ର ଏସିଆର ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ଜରିଆରେ ଅତିଥିଙ୍କ ସତ୍କାର କରିବ ଅମ୍ବାନି ପରିବାର । ଏହି ତିନି ଦିନିଆ ପ୍ରି –ୱେଡିଂ କାର୍ଯ୍ୟକ୍ରମରେ ୨୫ଶହ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହେବ । ଏହି ତିନି ଦିନ ମଧ୍ୟରେ କୌଣସି ପ୍ରକାର ବ୍ୟଞ୍ଜନର ପୁନାରବୃତି ନହେବ , ସେଥିପାଇଁ ପ୍ରସ୍ତୁତ କରୁଥିବା ଟିମ୍ ଖାସ୍ ଧ୍ୟାନ ରଖିବ ।

Advertisement

ସକାଳ ଜଲଖିଆରେ ୭୦ ଅଧିକ ପ୍ରକାର ଡିସ୍ ରହିବ । ତାପରେ ଉଭୟ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ପାଇଁ ୨୫୦ ପ୍ରକାର ଲେଖାଏଁ ବ୍ୟଞ୍ଜନ ରହିବ । ଶୁଦ୍ଧ ଶାକାହାରୀ ଅତିଥିମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମଧ୍ୟରାତ୍ରିରେ ଜଲଖିଆର ବ୍ୟବସ୍ଥା ମଧ୍ୟ ରହିଛି । ରାତି ୧୨ଟାରୁ ଭୋର୍ ଚାରିଟା ପର୍ଯ୍ୟନ୍ତ ଅତିଥିଙ୍କ ପାଇଁ ପ୍ରାୟ ୮୫ ପ୍ରକାର ଜଳିଖିଆର ବ୍ୟବସ୍ଥ କରାଯାଇଛି । ଏହି ଉତ୍ସବରେ ୧୦୦୦ ରୁ ଅଧିକ ଅତିଥି ଯୋଗ ଦେବାର ଅନୁମାନ କରାଯାଉଛି । ଏହି ତିନି ଦିନିଆ ଭବ୍ୟ ଉତ୍ସବରେ ଏକ ଥିମ୍ ବିଶିଷ୍ଟ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେବେ । ପ୍ରତ୍ୟକ କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ପାଇଁ ଅଲଗା ଅଲଗା ଡ୍ରେସ୍ କୋର୍ଡ ରହିବ । କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ବୁଝାଇବାକୁ ଜଣେ ଲେଖାଏଁ ଆଡଭାଇଜର ରହିବେ ।

Leave a Reply

Your email address will not be published. Required fields are marked *