Pratidin TV

Odisha's Digital News Platform

ଅନନ୍ତ ରାଧିକା ଙ୍କ ବିବାହରେ ପରଷା ଯିବ ୨୫୦୦ପ୍ରକାରର ଖାଦ୍ୟ..

ରିଲାଏନ୍ସ ଗ୍ରୁପ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନି ଏବଂ ଶିଳ୍ପପତି ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ରେ ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି । ଏଥିପାଇଁ ବିବାହ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ସାରିଛି  । ବିବାହ ର ପ୍ରତ୍ୟକ ସମାରୋହ ଧୁମଧାମ ଅନୁଷ୍ଠିତ ହେଉଛି । ଜୁଲାଇ ୧୨ରୁ ଜୁଲାଇ ୧୪ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ। ରାଧିକା ଏବଂ ଅନନ୍ତଙ୍କ ବିବାହ ରେ   ଅନେକ ଲୋକ ଏହି ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅନନ୍ତ ଏବଂ ରାଧିକାଙ୍କୁ ଆଶୀର୍ବାଦ ଦେବାକୁ ପହଞ୍ଚିବେ ବୋଲି କୁହାଯାଉଛି। 

ଜାତୀୟ ଗଣମାଧ୍ୟମ ରିପୋର୍ଟ  ଅନୁଯାୟୀ, ଅନନ୍ତ ଏବଂ ରାଧିକାଙ୍କ ବିବାହରେ ୨୫୦୦ରୁ ଅଧିକ ପ୍ରକାରର ଖାଦ୍ୟ ରହିବ। ସେଥିମଧ୍ୟରୁ ୧୦୦ରୁ ଅଧିକ ନଡ଼ିଆରେ ପ୍ରସ୍ତୁତ ହେବାକୁ ଥିବା ଖାଦ୍ୟ ଇଣ୍ଡୋନେସିଆର କ୍ୟାଟରିଂ କମ୍ପାନି ପ୍ରସ୍ତୁତ କରିବେ। ବିବାହ ପାଇଁ ୧୦ଜଣ ଆନ୍ତର୍ଜାତୀୟ ରୋଷେୟାଙ୍କୁ ନିମନ୍ତ୍ରଣ କରାଯାଇଥିବା ଜଣାଯାଇଛି। ଏହି ବିବାହରେ ସ୍ୱତନ୍ତ୍ର କାଶୀ ଚାଟ୍ ଏବଂ ମାଡ୍ରାସ କାଫେର ଫିଲ୍ଟର କଫି ମଧ୍ୟ ପରିବେଷଣ କରାଯିବ। ଏହା ବ୍ୟତୀତ ଇଟାଲୀ ଏବଂ ୟୁରୋପୀୟ ଶୈଳୀରେ ଖାଦ୍ୟ ମଧ୍ୟ ପରିବେଷଣ କରାଯିବ।

Leave a Reply

Your email address will not be published. Required fields are marked *