Pratidin TV

Odisha's Digital News Platform

ଅନନ୍ତ-ରାଧିକାଙ୍କ ବିବାହରେ ଅତିଥିମାନଙ୍କୁ ଭରିବାକୁ ପଡ଼ିଲା ଗୁଗୁଲ୍ ଫର୍ମ , QR କୋଡ୍ ଦେଖାଇ ମିଳିଲା ଏଣ୍ଟ୍ରି ​​…

1 min read

ଶେଷ ହେଲା ଏ ବର୍ଷର ସବୁଠୁ ଦାମୀ ବାହାଘର ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନୀ ଙ୍କର  । ହେଲେ ଆଜି ବି ବେଶ ଚର୍ଚ୍ଚାରେ ରହିଛି ରାଧିକା ଅନନ୍ତ ଙ୍କ ବିବାହ  । ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ବିବାହରେ ବଲିଉଡର ଅନେକ ବଡ଼ ବଡ଼ ସେଲିବ୍ରିଟି, ବ୍ୟବସାୟୀ  ଯୋଗ ଦେଇଥିଲେ। ଦେଶ ବିଦେଶ ରୁ ଅନେକ ଅତିଥି ଯୋଗ ଦେଇଥିଲେ   । ତେବେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ବିନା ଏତେ ବଡ ବିବାହ ହୋଇପାରି ନଥାନ୍ତା ।ପ୍ରଥମ ଥର ବିବାହରେ ବ୍ୟବହାର କରାଯାଇଛି  ଟେକ୍ନୋଲୋଜି । ଅନନ୍ତ ଏବଂ ରାଧିକା ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ବିବାହ କରିଥିଲେ। ଏହି ସମୟ ମଧ୍ୟରେ ବିବାହ ପାଇଁ ଆସୁଥିବା ଅତିଥିମାନଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବିବାହ ସମାରୋହରେ ପହଞ୍ଚିବା ପାଇଁ ଅତିଥିଙ୍କ ଫୋନକୁ ଏକ QR କୋଡ୍ ପଠାଯାଉଥିଲା ଏବଂ ଗୁଗୁଲ୍ ଫର୍ମ ପରି ଟେକ୍ନୋଲୋଜିର ମଧ୍ୟ ବ୍ୟବହାର କରାଯାଇଥିଲା ।

ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହରେ ଯୋଗଦେବା ପାଇଁ ଅତିଥିମାନେ ପ୍ରଥମେ ଗୁଗୁଲ୍ ଫର୍ମ ପୂରଣ କରିଥିଲେ ପରେ ତାଙ୍କୁ ମଣ୍ତପ ଭିତରକୁ ଏଣ୍ଟ୍ରି ମିଳୁଥିଲା ।  ଗୁଗୁଲ ଫର୍ମ ଏବଂ ଇମେଲ ମାଧ୍ୟମରେ ବିବାହରେ ଆସୁଥିବା ଅତିଥିମାନଙ୍କ ଉପସ୍ଥିତି ନିଶ୍ଚିତ କରାଯାଉଥିଲା । ଏହା ପ୍ରଥମ ଥର ଯେ କୌଣସି ବିବାହକୁ ଯିବା ପାଇଁ ଅତିଥିଙ୍କୁ ଗୁଗଲ ଫର୍ମ ପୂରଣ କରିବା ପାଇଁ ପଡିଥିଲା । ବିବାହକୁ ଆସୁଥିବା ଅତିଥିମାନଙ୍କୁ ଇମେଲ ଏବଂ ଗୁଗୁଲ ଫର୍ମ ମାଧ୍ୟମରେ ସେମାନଙ୍କ ଏଣ୍ଟ୍ରି ନିଶ୍ଚିତ କରିବାକୁ କୁହାଯାଇଥିଲା। ଏହା ସହିତ, କାର୍ଯ୍ୟକ୍ରମର ୬ ଘଣ୍ଟା ପୂର୍ବରୁ ବିବାହକୁ ଆସୁଥିବା ସମସ୍ତ ଅତିଥିଙ୍କୁ QR କୋଡ୍ ପଠାଯାଇଥିଲା । ଅତିଥିମାନେ ବିବାହ ମଣ୍ତପରେ ପହଞ୍ଚିବା ମାତ୍ରେ, ମୋବାଇଲ୍ ଫୋନରେ ପଠାଯାଇଥିବା QR କୋଡ୍ ଏବଂ ଇମେଲ୍ ସ୍କାନ କରିବା ପରେ ସେମାନଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିଥିଲା । ଏହା ସହିତ, ସମସ୍ତ ଅତିଥିଙ୍କ ହାତରେ ବିଭିନ୍ନ ରଙ୍ଗର କାଗଜର ବ୍ୟାଣ୍ତ ବନ୍ଧାଯାଉଥିଲା । ରଙ୍ଗ ଆଧାରରେ ବିଭିନ୍ନ କ୍ଷେତ୍ରରେ ଏଣ୍ଟ୍ରି କରାଯାଉଥିଲା ।

Advertisement

Leave a Reply

Your email address will not be published. Required fields are marked *