ବିବାହ ପରେ ସ୍ତ୍ରୀ ସହ ଅଲମ୍ପିକ୍ସ ଦେଖିବାକୁ ପ୍ୟାରିସରେ ପହଞ୍ଚିଲେ ଅନନ୍ତ …
1 min readବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ପ୍ରଶଂସକଙ୍କ ମଧ୍ୟରେ ବେଶ ଆଗ୍ରହ। ଅଲିମ୍ପିକ ପାଇଁ ପ୍ୟାରିସ ସହର ସଜେଇ ହୋଇଛି । ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଏହା ୩୩ତମ ସଂସ୍କରଣ। ୧୯୦୦ରେ ପ୍ୟାରିସରେ ଅଲିମ୍ପିକ୍ସର ୨ୟ ସଂସ୍କରଣ ଅନୁଷ୍ଠିତ ହୋଇଥିବା ବେଳେ ୧୯୨୪ରେ ୨ୟ ଥର ପ୍ୟାରିସ୍ ସହରରେ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇଥିଲା। ଏହାର ଶହେ ବର୍ଷ ପରେ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରୁଛି। ଏଥିରେ ୧୭ ଦିନ ଧରି ୨୦୬ ଦେଶରୁ ପ୍ରାୟ ୧୦,୭୦୦ କ୍ରୀଡ଼ାବିତ୍ ୩୨ଟି କ୍ରୀଡ଼ାରେ ମୋଟ ୩୨୯ଟି ପଦକ ପାଇଁ ପ୍ରତିଯୋଗିତାରେ ମାତିଛନ୍ତି । ମୋଟ ୩୪ଟି କ୍ରୀଡ଼ାଙ୍ଗନରେ ପ୍ରତିଯୋଗିତା ହେଉଛି । ତେବେ ଅଲିମ୍ପିକ୍ସ ମ୍ୟାଚ ଉପରେ ରହିଛି ସାରା ବିଶ୍ୱବାସୀଙ୍କ ନଜର । ତେବେ ଅଲିମ୍ପିକ୍ସ ଦେଖିବା ପାଇଁ ପ୍ୟାରିସ ପହଞ୍ଚିଛନ୍ତି ମୁକେଶ ଅମ୍ବାନୀ ଙ୍କ ସାନ ପୁଅ ଅନନ୍ତ ବୋହୁ ରାଧିକା । ଉଭୟଙ୍କୁ ପ୍ୟାରିସରେ ବେଶ ସୁନ୍ଦର ଅନ୍ଦାଜରେ ସ୍ୱାଗତ କରାଯାଇଥିଲା ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକ ଉଭୟଙ୍କର ଭିଡିଓକୁ ବେଶ ପସନ୍ଦ କରୁଛନ୍ତି ।
ଭିଡିଓ ରେ ଦୁହେଁ ପ୍ୟାରିସର ରିଲାଏନ୍ସ ଇଣ୍ଡିଆ ହାଉସରେ ପ୍ରବେଶ କରୁଛନ୍ତି। ଉଭୟଙ୍କ ପ୍ରବେଶ ସମୟରେ ଡ୍ରମ୍ ବାଜୁଥିବା ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ଲୋକମାନେ ଅନନ୍ତଙ୍କ ସହିତ ଫଟୋ ମଧ୍ୟ ଉଠାଉଥିବାର ଦେଖିବା ପାଇଁ ମିଳିଥିଲା । ନବ ବିବାହିତ ଦମ୍ପତିଙ୍କ ଏହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସହ ମୁକେଶ ଅମ୍ବାନୀ ଏବଂ ଇଶା ଅମ୍ବାନୀଙ୍କ ଏକ ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ ହେବା ଲାଗିଛି । ତେବେ ଏହି ବିଶେଷ ଉତ୍ସବରେ ଅମ୍ବାନୀ ପରିବାର ସହିତ ନୀତା ଅମ୍ବାନୀଙ୍କୁ ଦେଖିବାକୁ ମିଳି ନଥିଲା। ହେଲେ ପ୍ୟାରିସ୍ ଅଲିମ୍ପିକ୍ସ 2024ର ଉଦଘାଟନୀ ସମାରୋହରେ ନୀତା ତାଙ୍କ ସ୍ୱାମୀ ମୁକେଶଙ୍କ ସହିତ ଆଇଫେଲ୍ ରୋଭର ସମ୍ମୁଖରେ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଜୁଲାଇ 12’ରେ ମୁମ୍ବାଇର ବିବାହ କରିଥିଲେ । ଏହା ପରେ 13 ଜୁଲାଇରେ ଏହି ଦମ୍ପତିଙ୍କ ଆଶୀର୍ବାଦ ସମାରୋହ ଅନୁଷ୍ଠିତ ହୋଇଥିଲା । 14 ଜୁଲାଇରେ ଏକ ଗ୍ରାଣ୍ଡ ରିସେପ୍ସନ୍ ଆୟୋଜିତ ହୋଇଥିଲା । ଯେଉଁଥିରେ କ୍ରିକେଟ୍, ରାଜନୀତି, ସିନେମା, ସଙ୍ଗୀତ ଏବଂ ଆଧ୍ୟାତ୍ମିକ ଜଗତର ଅନେକ ପ୍ରସିଦ୍ଧ ବ୍ୟକ୍ତି ଯୋଗ ଦେଇଥିଲେ ।