ବିବାହରେ ଅନନ୍ତ ରାଧିକା ଦେଲେ ଅତିଥି ମାନଙ୍କୁ ସ୍ୱତନ୍ତ୍ର ଉପହାର ..
1 min readଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ସମ୍ପନ୍ନ ହୋଇଛି । ଜୁଲାଇ ୧୨ ତାରିଖ ଶୁକ୍ରବାର ଦିନ ଏହି ଦମ୍ପତ୍ତିଙ୍କ ବିବାହ ଉତ୍ସବ ଧୁମଧାମରେ ଶେଷ ହୋଇଛି । ଅନନ୍ତ ଓ ରାଧିକାଙ୍କ ବିବାହ ଉତ୍ସବରେ ଫିଲ୍ମ ତାରକାଙ୍କ ଠାରୁ ଆରମ୍ଭ କରି କ୍ରିକେଟ, ବଡ ବଡ ବ୍ୟବସାୟୀ ତଥା ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ନବଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ ସମସ୍ତେ ।ହି ବହୁ ଚର୍ଚ୍ଚିତ ବିବାହକୁ ନେଇ ବହୁ ଦିନରୁ ବିଭିନ୍ନ କାର୍ଯ୍ୟକ୍ରମ ଦେଶବିଦେଶରେ ଆୟୋଜନ ହେଉଥିଲା।
ଏକ ଆକଳନ ଅନୁସାରେ ଅମ୍ବାନି ପରିବାର ବିବାହରେ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁକେଶ ଅମ୍ବାନି ଓ ଅନନ୍ତ ଅମ୍ବାନି ବିବାହରେ ଭିଆଇପି ଅତିଥିମାନଙ୍କୁ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ଏହି ସ୍ବତନ୍ତ୍ର ଉପହାରରେ ଭିଆଇପିମାନଙ୍କୁ ଘଡ଼ି ପ୍ରଦାନ କରାଯାଇଥିଲା। ଯାହାର ମୂଲ୍ୟ ୧.୫ କୋଟିରୁ ୨କୋଟି ଟଙ୍କା ମଧ୍ୟରେ ରହିଛି। ଅନନ୍ତ ତାଙ୍କ ବ୍ୟବସାୟୀ ଓ ସାଙ୍ଗମାନଙ୍କୁ ଦେବାପାଇଁ ସ୍ବତନ୍ତ୍ର ଭାବେ ୨୫ ଖଣ୍ଡ ଘଡ଼ି ଅର୍ଡର ଦେଇ ମଗାଇଥିଲେ। ଶାହରୁଖ ଖାନଙ୍କ ଠାରୁ ଆରମ୍ଭ କରି ରଣବୀର ସିଂହ ପର୍ଯ୍ୟନ୍ତ ସମସ୍ତେ ଅନନ୍ତଙ୍କ ପ୍ରଦତ୍ତ ଏହି ଘଡ଼ିକୁ ଦେଖାଇଥିବା ନଜର ଆସିଛନ୍ତି। ଅନନ୍ତଙ୍କ ଏହି ଦାମି ବିବାହ କେବଳ ଦେଶରେ ନୁହେଁ ବିଦେଶରେ ବି ଚର୍ଚ୍ଚାରେ ରହିଛି।