Pratidin TV

Odisha's Digital News Platform

ଅନନ୍ତ ରାଧୀକାଙ୍କ ପ୍ରି – ୱେଡିଂ ରେ ସମସ୍ତଙ୍କ ଆଗରେ ଦୀପିକାଙ୍କୁ ରଣବୀର କହିଦେଲେ ଏମିତି ..

1 min read

ଏପଟେ ଅନନ୍ତ ରାଧୀକାଙ୍କ ବାହାଘର ଆଉ ସେପଟେ ବାପା ମାଆ ହେବାକୁ ଯାଉଛନ୍ତି ଦୀପିକା ରଣବୀର । ଅନନ୍ତ ରାଧୀକାଙ୍କ ପ୍ରି – ୱେଡିଂ ଫଙ୍କସନରେ ପେରି କହିଛନ୍ତି ଅଭିନେତା ରଣବୀର ସିଂ । ଖୁବଶୀଘ୍ର ହେବାକୁ ଯାଉଛି ଚଳିତ ବର୍ଷର ସବୁଠୁ ବଡ଼ ଗ୍ରାଣ୍ଡ ୱେଡ଼ିଂ । ଆସନ୍ତା ଜୁଲାଇ ୧୨ ତାରିଖରେ ହାତକୁ ୨ ହାତ ହେବେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ଏନେଇ ବିବାହର ୩ ମାସ ପୂର୍ବରୁ ଗୁଜୁରାଟ ଜାମନଗରରେ ଆରମ୍ଭ ହୋଇଛି ୩ ଦିନିଆ ପ୍ରି-ୱେଡ଼ିଂ ପଙ୍କସନ୍ । ଆଉ ଏହି ପ୍ରି-ୱେଡ଼ିଂ ପଙ୍କସନ୍ ରେ ପହଞ୍ଚିଛନ୍ତି ବଲିଉଡରେ ମୋଷ୍ଟ ବିଉଟିଫୁଲ କପଲ ଦୀପିକା ଏବଂ ରଣବୀର ।

ନିଜର ଖାସ୍ ଅନ୍ଦାଜରେ ପ୍ରଥମ ଥର ସମସ୍ତଙ୍କ ସାମ୍ନାରେ ବାପା ହେବାର ଖୁସି ଜାହିର କରିଥିଲେ ରଣବୀର । ତା ସହିତ ସେହି ପ୍ରି – ୱେଡିଂ ଫଙ୍କସନରେ ଦୀପିକାଙ୍କ ଉପରେ କରିଥିଲେ ପ୍ରେମର ବର୍ଷା । କହିଥିଲେ ମୋତେ ମୋ ସ୍ୱପ୍ନର ନାୟିକା ମିଳିଯାଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଆମେ ସାଙ୍ଗ ହୋଇ ରହିବାର ସାତବର୍ଷ ହୋଇଗଲାଣି । ତା ସହିତ ଦୀପିକାଙ୍କୁ ରଣବୀର ଆଇ ଲଭ୍ ୟୁ ମଧ୍ୟ କହିଥିଲେ । ଏପଟେ ଅନନ୍ତ ରାଧୀକାଙ୍କ ବିବାହ ହେବାକୁ ଯାଉଛି ଆଉ ସେପଟେ ମୋ ସନ୍ତାନ ଆସିବାକୁ ଯାଉଛି । ରଣବୀର ଏପରି କଥାକୁ ସମସ୍ତେ ବେଶ ଉପଭୋଗ କରିଥିଲେ । ଏହାବ୍ୟତିତ ଦୀପିକାଙ୍କ ତାଙ୍କ ସୁନ୍ଦରତାର ରାଜ୍ ମଧ୍ୟ ପଚାରି ଥିଲେ । ଏହାପରେ ଦୀପିକାଙ୍କ ହାତ ଧରି ଷ୍ଟେଜକୁ ନେଇଯାଇଥିଲେ ରଣବୀର । ଗର୍ଭବତୀ ଥିବା ସତ୍ତତ୍ତ୍ୱେ ଷ୍ଟେଜ ଉପରେ ନାଚିଥିଲେ ଦୀପିକା । କେବଳ ଏତିକି ନୁହେଁ, ଉଭୟଙ୍କୁ ଗାରବା ଖେଳୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଗୋଲ୍େଡନ୍ ଲେହେଙ୍ଗାରେ ଦୀପିକା ଖୁବ୍ ସୁନ୍ଦର ଦେଖାଯାଉଥିଲେ ।

Leave a Reply

Your email address will not be published. Required fields are marked *