Pratidin TV

Odisha's Digital News Platform

ଅନନ୍ତ ରାଧିକାଙ୍କ ପ୍ରି ୱେଡିଂରେ ମିଳିଲା ଅନେକ ମହଙ୍ଗା ଉପହାର, ଜାଣନ୍ତୁ କିଏ ଦେଲେ କ’ଣ ?

1 min read

ଚଳିତବର୍ଷର ସବୁଠୁ ବଡ଼, ସବୁଠୁ ଆକର୍ଷଣୀୟ, ସବୁଠୁ ଦାମୀ ବାହାଘର ହେବାକୁ ଯାଉଛି । ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର ହେବ । ଜୁଲାଇ ୧୨ରେ ହେବ ବାହାଘର କିନ୍ତୁ ଏହା ପୂର୍ବରୁ ଗୁଜରାଟ ଜାମନଗରରେ ହୋଇଥିଲା ପ୍ରିୱେଡିଂ ଫଙ୍କସନ । ଏହା କାର୍ଯ୍ୟକ୍ରମକୁ ସ୍ମରଣୀୟ, ଆକର୍ଷଣୀୟ କରିବା ପାଇଁ ସବୁ ପ୍ରସ୍ତୁତି କରାଯାଇଥିଲା । ଏବେ ଅନନ୍ତ ରାଧିକାଙ୍କ ପ୍ରି-ୱେଡିଂ ସେଲିବ୍ରେସନ ଶେଷ ହୋଇଛି । ଗୁଜୁରାଟରଜାମନଗରରେ ୩ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ଉତ୍ସବରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଚର୍ଚ୍ଚିତ ବ୍ୟକ୍ତିତ୍ୱମାନେ ଯୋଗ ଦେଇଥିଲେ ।

ସେହିପରି ବଲିଉଡ଼, କ୍ରୀଡ଼ା ସମେତ ବିଭିନ୍ନ କ୍ଷେତ୍ରରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରି-ୱେଡିଂ ଫଙ୍କସନ ୩ ଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରିହାନାଙ୍କ ଭଳି ଅନ୍ତର୍ଜାତୀୟ ସେଲିବ୍ରେଟିଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମୁଗ୍ଧ କରିଥିବା ବେଳେ ବଲିଉଡ଼ ସେଲିବ୍ରେଟିଙ୍କ ଡ୍ୟାନ୍ସ ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା । ତେବେ ଏହି ଅବସରରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କୁ ଅତିଥିଙ୍କ ପକ୍ଷରୁ ଅନେକ ଦାମୀ ଉପହାର ମିଳିଥିଲା । ତେବେ ଆସନ୍ତୁ ଜାଣିବା କେଉଁ ସେଲିବ୍ରେଟ୍ କଣ ଉପହାର ଦେଇଛନ୍ତି । ରିପୋର୍ଟ ମୁତାବକ , ବଲିଉଡ଼ର ବାଦଶାହ ଶାହରୁଖ ଉଭୟଙ୍କୁ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମର୍ସିଡ଼ିଜ ବେଞ୍ଜ ୩୦୦ ଏସଏଲଆର ଉପହାର ଦେଇଛନ୍ତି । ସେହିପରି ସଲମାନ ଖାନ ଅନନ୍ତଙ୍କୁ ଏକ କଷ୍ଟମାଇଜ ଘଣ୍ଟା ଓ ରାଧିକାଙ୍କୁ ଏକ ହୀରା କାନଫୁଲ ଦେଇଛନ୍ତି ।

Advertisement

ରଣବୀର ଓ ଆଲିଆ ରାଧିକାଙ୍କୁ ଏକ ଗୁଚି ବ୍ରାଣ୍ଡର ଡ଼ାଇମଣ୍ଟ କ୍ଲଚ୍ ଓ ଅନନ୍ତଙ୍କୁ ଏୟାର ଜୋର୍ଡ଼ାନ ଜୋତା ଉପହାରରେ ଦେଇଛନ୍ତି । ସେହିପରି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ଭାନୀ ଉଭୟଙ୍କୁ ସୁନା-ହୀରାର ଗଣେଷ ଓ ଲକ୍ଷ୍ମୀ ମୂର୍ତ୍ତି ଦେଇଥିବା ବେଳେ ଭିକି କୌଶଲ ଓ କ୍ୟାଟ୍ରିନା କୈଫ ରାଧିକାଙ୍କୁ ହୀରା ବ୍ରେସଲଟ୍ ଓ ହାର ଦେଇଛନ୍ତି । ରଣବୀର ସିଂହ ଓ ଦୀପିକା ପାଦୁକୋନ ଅନନ୍ତ ଓ ରାଧିକାଙ୍କୁ ୧ କୋଟିର କଷ୍ଟମାଇଜ ହୀରା ରୋଲେକ୍ସ ଘଣ୍ଟା ଉପହାର ଦେଇଛନ୍ତି ।ରିପୋର୍ଟ ଅନୁଯାୟୀ, ମୁକେଶ ଅମ୍ବାନୀ ନିଜ ସାନ ପୁଅ ଓ ବୋହୂଙ୍କୁ ୪.୫ କୋଟି ମୂଲ୍ୟର ଏକ ବିଳାସପୂର୍ଣ୍ଣ ବେଣ୍ଟଲି କଣ୍ଟି ନେଣ୍ଟାଲ ଜିଟିସି ସ୍ପିଡ଼୍ କାର ଉପହାର ଦେଇଛନ୍ତି । ସେହିପରି ମାଆ ନୀତ ଆମ୍ବାନୀ ରୂପାର ଲକ୍ଷ୍ମୀ ଓ ଗଣେଷ ମୂର୍ତ୍ତି ଉପହାର ଦେଇଛନ୍ତି । ଏଥିରେ ରୂପାର ତୁଳସୀ ଚଉରା ଓ ଧୂପକାଠି ରିହିଛି ।

Leave a Reply

Your email address will not be published. Required fields are marked *