Pratidin TV

Odisha's Digital News Platform

ଅନନ୍ତ ରାଧିକାଙ୍କ ପ୍ରି ୱେଡିଂରେ ଅମ୍ବାନୀ ପରିବାରକୁ ନଚାଇଲେ ରିହାନା …

1 min read

ଭାରତର ଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ । ସେଥିପାଇଁ ଆରମ୍ଭ ହୋଇଯାଇଛି ପ୍ରି ୱେଡିଂ କାର୍ଯ୍ୟକ୍ରମ । ଆଉ ଏହି ପ୍ରି ୱେଡିଂ କାର୍ଯ୍ୟକ୍ରମରେ ଚାର ଚାନ୍ଦ ଲଗାଇଥିଲେ ଗ୍ଲୋବାଲ୍ ଆଇକନ୍ ରିହାନ୍ନା । ରିହାନା ମଞ୍ଚକୁ ଯାଇ ତାଙ୍କର ଲୋକପ୍ରିୟ ଟ୍ରାକ୍ ସାଙ୍ଗକୁ ଦମଦାର ନୃତ୍ୟ ପ୍ରଦର୍ଶନ କରିଥିଲେ । ଆଉ ରିହାନଙ୍କ ଏହି ଦମଦାର ପରଫାମାନ୍ସରେ କେବଳ ବଲିଉଡ ଲେିବ୍ରେଟି ନୁହନ୍ତି ଖୋଦ ମୁକେଶ ଅମ୍ବାନୀ ମଧ୍ୟ ଡାନ୍ସ କରୁଥିବା ନଜର ଆସିଛନ୍ତି ତା ସହିତ ରିହାନାଙ୍କ ସହ ଅମ୍ବାନୀ ପୁରା ପରିବାର ଡାନ୍ସ କରିଥିଲେ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ୨୦୦୫ ମସିହାରେ ଡେବ୍ୟୁ କରିବା ପରେ ଖ୍ୟାତି ଅର୍ଜନ କରିଥିବା ରିହାନା ତାଙ୍କ ଗୀତ ଏବଂ ହିଟ୍ ନମ୍ବରରେ ‘ର୍ପୋ ଇଟ୍ ଅପ୍‌’, ‘ୱାଇଲ୍ଡ ଥିଙ୍ଗସ୍‌’, ‘ଡାଇମଣ୍ଡ୍‌’ ଇତ୍ୟାଦି ପ୍ରଦର୍ଶନ କରିଥିଲେ । ଏହି କଳାକାର ତାଙ୍କ ନୃତ୍ୟରେ ପୂରା ମାହଲକୁ ଗରମ କରି ଦେଇଥିଲେ ।

ଚଳିତବର୍ଷର ସବୁଠୁ ବଡ଼, ସବୁଠୁ ଆକର୍ଷଣୀୟ, ସବୁଠୁ ଦାମୀ ବାହାଘର ହେବାକୁ ଯାଉଛି । ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ଜୁଲାଇ ୧୨ରେ ହେବ ବାହାଘର କିନ୍ତୁ ଏହା ପୂର୍ବରୁ ଗୁଜରାଟ ଜାମନଗରରେ ୩ଦିନ ଧରି ଆରମ୍ଭ ହୋଇଛି ପ୍ରିୱେଡିଂ ଫଙ୍କସନ । ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ, ଆକର୍ଷଣୀୟ କରିବା ପାଇଁ ସବୁ ପ୍ରସ୍ତୁତି କରାଯାଇଛି । ବଲିଉଡ ଠାରୁ ହଲିଉଡ , କ୍ରିକେଟରଙ୍କ ଠାରୁ ରାଜନେତା ଏବଂ ବିଶିଷ୍ଟ ଶିଳ୍ପପତି ମାନେ ଜାମନଗରରେ ଭିଡ ଜମାଇଛନ୍ତି । ତେବେ ରିହାନା ତାଙ୍କ ପରଫାମାନ୍ସ ପାଇଁ ଲକ୍ଷରେ ନୁହେଁ ବରଂ କୋଟିରେ ପାଉଣା ନେଇଛନ୍ତି । ତାଙ୍କୁ ୫ କି ୧୦ କୋଟି ନୁହେଁ ବରଂ ୫୦ କୋଟିରୁ ଅଧିକ ପାଉଣା ମିଳିଛି । ଏକ ରିପୋର୍ଟ ମୁତାବକ ଏହି କାର୍ଯ୍ୟକ୍ରମ ଲାଗି ୮ରୁ ୯ ମିଲିୟନ ଡଲାର ପାଉଣା ତାଙ୍କୁ ମିଳିଛି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୬୬ରୁ ୭୪ କୋଟି ଟଙ୍କା ହେବେ ।

Leave a Reply

Your email address will not be published. Required fields are marked *