Pratidin TV

Odisha's Digital News Platform

ଏହି ତାରିଖରେ ହେବ ଅମ୍ବାନୀ ଏବଂ ରାଧିକା ଙ୍କ ବିବାହ , ସାମ୍ନାକୁ ଆସିଲା ବାହାଘର ନିମନ୍ତ୍ରଣ କାର୍ଡ ..

1 min read

ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଙ୍କ ବାହାଘର ହେବାକୁ ଯାଉଛି । ଅନନ୍ତଙ୍କ  ପ୍ରେମିକା ରାଧିକା ମର୍ଚ୍ଚାଣ୍ଟଙ୍କୁ   ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଆସନ୍ତା ଜୁଲାଇ ୧୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

 ନିକଟରେ ଉଭୟଙ୍କ ପ୍ରି-ୱେଡିଙ୍ଗ୍ କାର୍ଯ୍ୟକ୍ରମ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା । ଏବେ ଉଭୟଙ୍କ ବିବାହ କାର୍ଡ ମଧ୍ୟ ପ୍ରକାଶ ପାଇଛି। ତେବେ ତାଙ୍କ ବିବାହ କାର୍ଡରେ  ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ମୁମ୍ବାଇର BKC ସ୍ଥିତ ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଉଭୟଙ୍କର ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରାଯିବ। ମୁଖ୍ୟ କାର୍ଯ୍ୟକ୍ରମ ଯଥା ଶୁଭ ବିବାହ 12 ଜୁଲାଇ 2024 ଶୁକ୍ରବାର ଦିନ ଆୟୋଜିତ ହେବ। ଏହା ପରେ 13 ଜୁଲାଇରେ ଶୁଭ ଆଶୀର୍ବାଦର ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଆଉ ଏହାପରେ 14 ଜୁଲାଇ 2024 ରେ ବିବାହ ରିସେପ୍ସନ୍ ଆୟୋଜିତ ହେବାକୁ ଯାଉଛି। ଏହି ବିଶାଳ ବିବାହରେ ଦେଶ ତଥା ବିଶ୍ୱର ବହୁ ବଡ଼ ବ୍ୟକ୍ତିତ୍ୱ ଯୋଗ ଦେବେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଗ୍ରାଣ୍ଡ ବିବାହ ପାଇଁ ନିମନ୍ତ୍ରଣ ଅତିଥିମାନଙ୍କୁ ବଣ୍ଟନ କରାଯାଇଛି। ବ୍ୟବସାୟ, ରାଜନୀତି ଏବଂ ବଲିଉଡର ଅନେକ ସେଲିବ୍ରିଟି ଏଥିରେ ଯୋଗ ଦେବେ । ଅନନ୍ତ-ରାଧିକାଙ୍କ ବିବାହ ପୂର୍ବରୁ ଦୁଇଟି ପ୍ରି-ୱେଡିଂର ଆୟୋଜନ କରାଯାଇଥିଲା  । ଚଳିତ ବର୍ଷ ମାର୍ଚ୍ଚରେ ଗୁଜୁରାଟ ଜାମନଗରରେ ଉଭୟଙ୍କର ପ୍ରଥମ ପ୍ରି-ୱେଡିଂ ସେଲିବ୍ରେସନ କରାଯାଇଥିଲା । ଯେଉଁଥିରେ ମେଟା ସିଇଓ ମାର୍କ ଜୁକରବର୍ଗ, ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଆଦି ଯୋଗ ଦେଇଥିଲେ ।ଏଥିରେ ଗ୍ଲୋବାଲ୍ ପପ୍ ତାରକା ରିହାନା ମଧ୍ୟ ତାଙ୍କର ଚମତ୍କାର ଗୀତରେ ଦର୍ଶକଙ୍କ ମନ ଜିଣିଥିଲେ । ତେବେ ବର୍ତ୍ତମାନ ଇଟାଲୀ ଏବଂ ଫ୍ରାନ୍ସ ମଧ୍ୟରେ ଏକ ବିଳାସପୂର୍ଣ୍ଣ କ୍ରୁଜରେ ଅନନ୍ତ ଏବଂ ରାଧିକାଙ୍କ ଦ୍ୱିତୀୟ ପ୍ରି-ୱେଡିଂସେଲିବ୍ରେଟ୍ କରାଯାଉଛି । ଏହି କାର୍ଯ୍ୟକ୍ରମ ମେ 29 ରୁ ଆରମ୍ଭ ହୋଇଛି ଏବଂ ମୋଟ ଚାରି ଦିନ ଚାଲିବ ।

Leave a Reply

Your email address will not be published. Required fields are marked *