Pratidin TV

Odisha's Digital News Platform

ଅନନ୍ତ-ରାଧିକାଙ୍କ ବିବାହ; ଯେପରି ରାଜକୀୟ ବାହାଘର ସେହିପରି ଭୋଜିରେ ହୋଇଥିଲା ମେନ୍ୟୁ

1 min read

ଏସିଆର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନି ଏବଂ ନିତା ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ବିବାହ ସମ୍ପନ୍ନ ହୋଇଛି | ତେବେ ଚଳିତ ଶତାବ୍ଦୀର ସବୁଠୁ ବଡ ବିବାହ ଥିଲା | ଭାରତ ତଥା ବିଶ୍ୱର ଅନେକ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେପିଲାଦିନର ସାଙ୍ଗ ରାଧିକାଙ୍କ ହାତ ଧରିଛନ୍ତି ଅନନ୍ତ |

ବଡ ବଡ ରାଜନେତା ସହ ବଲିଉଡ ଏବଂ ହଲିଉଡ଼ରୁ ଆସିଥିଲେ ବହୁ ବଡ ବଡ ସେଲିବ୍ରିଟି | ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରେ ଅନୁଷ୍ଠିତ ଏହି ଗ୍ରାଣ୍ଡ ବିବାହ ସମାରୋହରେ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ଏଥିସହ ଦୁନିଆର ସବୁଠୁ ବ୍ୟୟ ବହୁଳ ବିବାହ ଉତ୍ସବ ଶେଷ ହୋଇଛି। ପ୍ରସିଦ୍ଧ ଅନ୍ତର୍ଜାତୀୟ ଗାୟକ ଜଷ୍ଟିନ ବିବର ଭାରତୀୟ ସିନେ ତାରକା ଶାହରୁଖ ଖାନ ଏବଂ ଐଶ୍ୱରୀୟା ରାୟ ବଚ୍ଚନ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଏବଂ ବୋରିସ ଜନସନ ଆଦି ଏହି ରାଜକୀୟ ବିବାହର ଶୋଭା ବଢାଇଥିଲେ।

Advertisement

ତେବେ ଯେପରି ବିବାହ ଥିଲା ସେହିପରି ରାଜକୀୟ ଭାବରେ ଭୋଜି ମଧ୍ୟ ଥିଲା | ଏସିଆର ସର୍ବବୃହତ ଧନୀ ଅତିଥିମାନଙ୍କୁ ମହାରାଜା ବିଶ୍ୱ ଭ୍ରମଣରେ ବାହାରି ବିଭିନ୍ନ ରକମର ଖାଦ୍ୟ ଚାଖିବା ଭଳି ଅନୁଭୂତି ଦେଇଥିଲେ, ଯେଉଁଠି ପାଇଁ ତାଙ୍କ ପାଖରେ ଟଙ୍କାର ଅଭାବ ନଥିଲା।

ତେବେ ମୁହଁ ମିଠା କରବା ପାଇଁ ଭାରତର ପାରମ୍ପରିକ ରାବିଡି ଏବଂ ଲସି ଭଳି ମିଠା ଅତିଥିମାନଙ୍କ ଥାଳିରେ ପରଷା ଯାଇଥିଲା | ଯାହାକୁ ଅତିଥିମାନେ ବେଶ ପ୍ରଶଂସା କରିଥିଲେ | ତେବେ ଏହି ମେନ୍ୟୁ ତାଲିକାରେ ବହୁମୂଲ୍ୟ କ୍ରିମି କାଭିଅର ପରଷା ଯାଇଥିଲା |

ଅମ୍ବାନୀ ବିବାହରେ ମିଠା ତାଲିକାରେ ସାଧାରଣ ମିଠା ବ୍ୟତୀତ ସ୍ୱତନ୍ତ୍ର ଫଳ କେକ ମଧ୍ୟ ପ୍ରସ୍ତୁତ କରାଯାଇଥିଲା | ଯାହା ଉପରେ ଏପରି ଜୀବନ୍ତ ଆର୍ଟ କରଯାଇଥିଲା, ଯାହାକୁ ଦେଖିଲେ ଲାଗିବ ତା କେକ ନୁହେଁ ତାହା ଫଳ |

ତେବେ ଏହି ବିବାହ ପାର୍ଟି ବର୍ତ୍ତମାନ ଆରମ୍ଭ ହେଉଛି। କାରଣ ଏହି ବିବାହ ଉତ୍ସବ ପାଇଁ ଏକ ତିନି ଦିନିଆ କାର୍ଯ୍ୟକ୍ରମ ରହିଛି, ଜୁଲାଇ ୧୩ ରେ ‘ଶୁଭ ଆଶୀର୍ବାଦ’ ଥିବା ବେଳେ ‘ମଙ୍ଗଲ ଉତ୍କଳ’ କିମ୍ବା ବିବାହ ରିସେପ୍ସନ୍ ଆଜି ଅର୍ଥାତ ଜୁଲାଇ ୧୪ ରେ ରହିଛି।

Leave a Reply

Your email address will not be published. Required fields are marked *