Pratidin TV

Odisha's Digital News Platform

ଅବହେଳିତ ଅବସ୍ଥାରେ ପଡିଛି ଐତିହସ୍ଥଳୀ , ପୂଜା ପାଉଛନ୍ତି ରାଜା ଚୋଡ଼ଗଙ୍ଗ ଦେବ ଙ୍କ ଦ୍ୱାରା ନିର୍ମିତ ରଥଦାଣ୍ଡ ଶୈବପିଠ ..

1 min read

ଲୁକ୍କାୟିତ ଅବସ୍ଥାରେ ପଡିରହିଛି ଐତିହାସିକ ଶୈବପୀଠ । ପାହାଡ଼ ଓ ଘଞ୍ଚ ଅରଣ୍ୟର ନୈସର୍ଗିକ ଶୋଭାରାଜି ମଧ୍ୟରେ ଆର୍ବିଭୂତ ହୋଇଛନ୍ତି ସ୍ୱୟଂ ଦେବ ଦେବ ମହାଦେବ । ଗଜପତି ଜିଲ୍ଲା ମୋହନା ବ୍ଲକ ରାସ୍ତା ଦେଇ ଗଲେ ପଡେ ଚୂଡଙ୍ଗପୁର ପାଖ ରଥଦାଣ୍ଡ ଧବଳେଶ୍ୱର ଓ ଗୋକେର୍ଣ୍ଣଶ୍ୱର ଶୈବପୀଠ । ସେଠାକାର ହିନ୍ଦୁ ଧର୍ମାବଲମ୍ବୀ ମାନେ ଦାବି କରି କହୁଛନ୍ତି କି, ଓଡ଼ିଶା ଗଙ୍ଗ ବଂଶର ପ୍ରତିଷ୍ଠାତା ଓ ଆଗଙ୍ଗା ଗୋଦାବରୀ ବିଶାଳ ସାମ୍ରାଜ୍ୟର ର ନିର୍ମାତା ହେଉଛନ୍ତି ରାଜା ଚୋଡ଼ଗଙ୍ଗ ଦେବ । ଇତିହାସ ରୁ ଜଣା ଯାଏ ତାଙ୍କର ୭୦ ବର୍ଷ ଶାସନ କାଳ ମଧ୍ୟରେ ଉତ୍କଳ ର କଳା, ସ୍ଥାପତ୍ୟ ଧର୍ମ ଓ ସଂସ୍କୃତି କ୍ଷେତ୍ରରେ ପ୍ରଭୁତି ଉନ୍ନତି ହୋଇଥିଲା । ରାଜା ଶୈବ ଧର୍ମାବଲମ୍ବୀ ଥିବା ସମୟରେ ୧୧୩୫ ମସିହା ପରେ ଏହି ରଥଦାଣ୍ଡ ଶୈବପିଠ ନିର୍ମାଣ କରିଥିଲେ । ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଛି । ୧୯୭୭ ମସିହାରେ ସାନଖେମୁଣ୍ଡି ରାଜା ଉଦୟ ନାରାୟଣ ଦେବ ମୋହନା ବିଧାନସଭା ଆସନ ରେ ବିଧାୟକ ପ୍ରାଥୀ ଭାବେ ଚୂଡଙ୍ଗପୁର କୁ ନିର୍ବାଚନ ପ୍ରଚାର ରେ ଆସି ଅଞ୍ଚଳବାସୀ ଙ୍କୁ କହିଥିଲେ କି ଆମ ପୂର୍ବ ବଂଶ ରାଜା ଚୋଡ଼ଗଙ୍ଗ ଦେବ ଙ୍କ ନାମରେ ଏହି ଗ୍ରାମ ଚୂଡ଼ଙ୍ଗପୁର ନିର୍ମାଣ ହୋଇଥିଲା ଏବଂ ଏହି ଠାରେ ଥିବା ରଥଦାଣ୍ଡ ଶୈବପିଠ ରୁ ଦୁଇ ଗୋଟି ବଡ଼ ପଥର ନିର୍ମିତି ହାତୀ ଆମ ରାଜ ପ୍ରାସାଦ କୁ ନିଆ ଯାଇଛି ଯାହାର ଉଲ୍ଲେଖ ରାଜ ପ୍ରାସାଦ ଖାତା ରେ ଅଛି ଏଣୁ ଆପଣ ମାନେ ଆମର ପ୍ରଜା କହି ଭୋଟ ଭିକ୍ଷା କରି ପରେ ନିର୍ବାଚିତ ହୋଇଥିଲେ ।

ସେତେବେଳୁ ହିଁ ମନ୍ଦିର ବିଧର୍ମୀ ଆତତାୟୀ ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଧ୍ୱଂସ ପାଇ ଯାଇଥିଲା । ତାହାର କିଛି ବର୍ଷ ପୂର୍ବେ ରଥଦାଣ୍ଡ ପାଖ ପାହାଡ଼ ପର୍ବତ ଘେରା ଏକ ଜଙ୍ଗଲ ରୁ ବହୁ ପୁରାତନ କଳାକୃତି ପଥର ଖଣ୍ଡ ଗୁଡାକ ଦେଖିବାକୁ ମିଳିଥିଲା । ଧୀରେ ଧୀରେ ଅନେକ କଳାକୃତି ପଥର ମିଳିବାରୁ ଅଞ୍ଚଳ ବାସୀ ସେଠାରେ ଖୋଳା ଖୋଳି କଲା ପରେ ଦୁଇଟି ଶିବ ଲିଙ୍ଗ, ଲକ୍ଷ୍ମୀ ହାତୀ ଥିବା ପଥର, ବୃଷଭ ଆଦି ମିଳିଥିଲା ।ସେବେଠାରୁ ଆଜି ଯାଏଁ ସେଠାରେ ଖୋଲା ଆକାଶ ତଳେ ବାବା ଧବଳେଶ୍ୱର ନାମ ରେ ପୂଜା କରାଯାଉଛି । ହେଲେ ସବୁଠାରୁ ପରିତାପର କଥା ହେଉଛି ଏହି ଅଞ୍ଚଳ ରେ ଅତ୍ୟଧିକ ଖ୍ରୀଷ୍ଟଧର୍ମ ଗାଁ ଥିବାରୁ କୋଟି କୋଟି ଟଙ୍କା ର ଚର୍ଚ୍ଚ ଗୁଡାକ ଦୃଶ୍ୟମାନ ହେଉଥିବା ବେଳେ ଏହି ମନ୍ଦିର କୁ କାହାର ଦୃଷ୍ଟି ପଡୁନାହିଁ, କେବଳ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କିଛି ଟଙ୍କା ମିଳିବାରୁ ମନ୍ଦିର ନିର୍ମାଣ ପାଇଁ କିଛି ପାଦ ଆଗେଇବା ଦେଖିବାକୁ ମିଳିଛି । କିଛି ବର୍ଷ ହେଲା ତାରିଣୀ ଦଳାଇ ନାମକ ଏକ ବ୍ୟକ୍ତି ସେଠାରେ କାଠ ଝାଟିମାଟି ରେ ଛୋଟ ଟିଣ ଗୃହ ନିର୍ମାଣ କରି ପୂଜା କରୁଛନ୍ତି ଓ ଦାତା ଙ୍କ ଦାନ ରେ ଫୁଲେ ପୁଷ୍ପ ପ୍ରଭୁ ଙ୍କୁ ଭୋଗ ଲାଗି ହେଉଛି । ଆଜିବି ସେଠାରେ ହଜାର ବର୍ଷ ର ପୁରୁଣା କଳାକୃତି ପଥର ଗୁଡାକ ଦେଖିବାକୁ ମିଲୁଛି, ସେହି ଜାଗା ରେ ଖନନ କଲେ ପୁରୁଣା ଐତିହ ବଡ ବଡ ପଥର ଦୃଶ୍ୟମାନ ହେଉଛି । ଅଞ୍ଚଳ ବାସୀ ଙ୍କ କହିବା କଥା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ତଦନ୍ତ କଲେ ଆହୁରି ଅନେକ କିଛି କିମ୍ବଦନ୍ତୀ ମିଳିପାରିବ । ପ୍ରଶାସନର ପ୍ରଚାରପ୍ରସାର ଅଭାବରୁ ରଥଦାଣ୍ଡ ଶୈବପୀଠ ଅପହଞ୍ଚ ହୋଇରହିଛି । ଏହାର ପ୍ରଚାରପ୍ରସାର ହେଲେ ଏହା ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ରେୂପ ବହୁସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ।

Advertisement

Leave a Reply

Your email address will not be published. Required fields are marked *