ପୁଣି ଏୟାରଟେଲ ଗ୍ରାହକଙ୍କୁ ବଡ ଝଟକା, ବଢ଼ିଲା ରିଚାର୍ଜ ଏବେ ଡାଟା ପ୍ୟାକ ପାଇଁ ଗଣିବେ ଏତେ ଟଙ୍କା
1 min readପୁଣି ଥରେ ଏୟାରଟେଲ ଗ୍ରାହକଙ୍କ ବଡ଼ ଝଟ୍କା । ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ କମ୍ପାନୀ ଏୟାରଟେଲ ପୁଣି ଥରେ ନିଜ ରିଚାର୍ଜ ବଢାଇଛି। କମ୍ପାନୀ ଜୁଲାଇ ୩ ରେ ଏହାର ରିଚାର୍ଜ ଯୋଜନାର ମୂଲ୍ୟ ବୃଦ୍ଧି କରିଥିଲା। କିନ୍ତୁ ଏବେ ପୁଣି ଏଥିରେ ବୃଦ୍ଧି କରିଛି। ଜୁଲାଇ ୩ ରୁ ଏୟାରଟେଲ ଏହାର ଯୋଜନାକୁ ପ୍ରାୟ ୨୧ ପ୍ରତିଶତ ମହଙ୍ଗା କରିଛି। ବର୍ତ୍ତମାନ ଏୟାରଟେଲ ଏହାର ତିନୋଟି ଡାଟା ପ୍ୟାକ ମୂଲ୍ୟ ବଢାଇ ଉପଭୋକ୍ତାମାନଙ୍କୁ ପୁଣି ଟେନସନ ଦେଇଛି ।
ବର୍ତ୍ତମାନ ରିଚାର୍ଜ ମୂଲ୍ୟ ବୃଦ୍ଧି ଲୋକଙ୍କ ମୁଣ୍ଡବିନ୍ଧା ବଢେଇଛି | ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ କମ୍ପାନୀ ଏୟାରଟେଲ ପୁଣି ଥରେ ନିଜ ରିଚାର୍ଜ ମୂଲ୍ୟ ବୃଦ୍ଧି କରିଛି। ଏୟାରଟେଲ ଏହାର ଯୋଜନାକୁ ପ୍ରାୟ ୨୧ ପ୍ରତିଶତ ମହଙ୍ଗା କରିଛି। ଯାହା ଏବେ ଗ୍ରାହକଙ୍କ ମୁଣ୍ଡରେ ଚଡକ ପକାଇଛି |
ତେବେ ଏୟାରଟେଲ୍ ଇଣ୍ଟରନେଟ୍ ସେବା ପାଇଁ ଡାଟା ପ୍ୟାକ ବୃଦ୍ଧି କରିଛି। ଏୟାରଟେଲ ଏହାର ଡାଟା ପ୍ଲାନର ମୂଲ୍ୟ ୬୦ ଟଙ୍କାକୁ ବୃଦ୍ଧି କରିଛି। ୧୮୧ ଯୋଜନାର ମୂଲ୍ୟ ୩୦ ଟଙ୍କା ବୃଦ୍ଧି କରିଛି। ଏବେ ୨୧୧ ଟଙ୍କା ଦେଇ ୧୮୧ ପ୍ଲାନ ଭଳି ସମାନ ସୁବିଧା ପାଇବେ । ସେହିପରି ୩୦୧ ଟଙ୍କା ଡାଟା ଯୋଜନାରେ ୬୦ ଟଙ୍କା ବୃଦ୍ଧି ଏହାକୁ ୩୬୧ ଟଙ୍କା, ୭୯ ରିଚାର୍ଜକୁ ବୃଦ୍ଧି କରି ୯୯ ଟଙ୍କା ଡାଟା ପ୍ୟାକ କରିଛି କମ୍ପାନୀ ।