Pratidin TV

Odisha's Digital News Platform

ପୁଣି ଶଙ୍ଖ ଭବନକୁ ନେଇ ଘନେଇଲା ବିବାଦ , ବେଆଇନ ଭାବେ ନର୍ମାଣ ହୋଇଥିବା ନେଇ ଅଭିଯୋଗ ପରେ ହେବ ତଦନ୍ତ ।

1 min read

ପୁଣି ଶଙ୍ଖ ଭବନକୁ ନେଇ ଘନେଇଲା ବିବାଦ । ଶଙ୍ଖ ଭବନ ହୋଇଥିବା ଜାଗା ଉପରେ ହେବ ତଦନ୍ତ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ ନେଇ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ।

ହୋଇଥିବା ଅଭିଯୋଗ ଅନୁଯାୟୀ ଶଙ୍ଖ ଭବନ ହୋଇଥିବା ଜମି ସଡ଼କ କିସମ ଜାଗା । ଏହାକୁ ଘରବାଡ଼ିରେ ପରିବର୍ତ୍ତନ କରି ନିର୍ମାଣ ହୋଇଛି ଶଙ୍ଖ ଭଵନ। ରାଜଧାନୀ ଛାତି ଉପରେ ବେଆଇନ ଭାବେ ନିର୍ମାଣ ହୋଇଛି ବିଜେଡିର ପାର୍ଟି ଅଫିସ। କିସମ ‘ସଡ଼କ’କୁ ଘରବାଡ଼ି କିସମରେ ବଦଳାଇ ତାହା ଉପରେ ତୋଳା ହୋଇଛି ଶଙ୍ଖ ଭବନ।

Advertisement

ଶଙ୍ଖ ଭବନ ହୋଇଥିବା ଜାଗା ମୋଟ ୪ଟି ପ୍ଲଟକୁ ମିଶାଇ ୧ ଏକର ୧୮୩ ଡିସିମିଲି ଜାଗା । ସେଗୁଡ଼ିକ ହେଉଛି ଗଙ୍ଗନଗର ମୌଜାର ପ୍ଲଟ୍ ନଂ ୭୯୭, ପ୍ଲଟ୍ ନଂ ୮୦୦, ପ୍ଲଟ୍ ନଂ ୭୯୭/୮୪୯ ଏବଂ ପ୍ଲଟ୍ ନଂ ୭୯୮। ପ୍ରଥମ ତିନୋଟି ପ୍ଲଟର କିସମ ଘରବାଡ଼ି ଥିଲା, ଆଉ ଚତୁର୍ଥ ପ୍ଲଟ୍ ଅର୍ଥାତ୍ ୭୯୮ଜାଗାର କିସମ ହେଉଛି ରୋଡ୍ ବା ସଡ଼କ। ତେବେ ଯଦି ତଦନ୍ତ ପରେ ସବୁ ସତ ପ୍ରମାଣ ହେଲା କଣ ମୋହନ ସରଜାର କଣ ଶଙ୍ଖ ଭବନ ଉପରେ ବୁଲଡୋଜର ଚଳାଇବେ ! ନା ଶଙ୍ଖଭବନକୁ ନେଇ ଭବିଷ୍ୟତରେ କିଛି ଅଲଗା ନିୟମ କରାଯିବ ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *