Pratidin TV

Odisha's Digital News Platform

ପୁଣି ଦୁର୍ଘଟଣା ଷଡ଼ଯନ୍ତ୍ର; ଟ୍ରେଣ୍ଡ କରୁଛି ଟ୍ରାକରେ ସିଲିଣ୍ଡର୍

1 min read

ଏବେ ଯେମିତି ଟ୍ରାକରେ ସିଲିଣ୍ଡର ପଡ଼ିବା ଟ୍ରେଣ୍ଡ କରୁଛି। ପୁଣି ଟ୍ରେନ୍‌ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର। ଟ୍ରେନ୍‌ ଲାଇନ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ଉତ୍ତରାଖଣ୍ଡର ରୁରକିରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ।

ସୂଚନା ମୁତାବକ, ଏକ ମାଲବାହୀ ଟ୍ରେନ୍‌ ସେହି ଟ୍ରାକ ଦେଇ ଯାଉଥିବା ବେଳେ ଲୋକୋ ପାଇଲଟଙ୍କ ଦୃଷ୍ଟିକୁ ସିଲିଣ୍ଡରଟି ଆସିଥିଲା। ଦେଖିବା ପରେ ତୁରନ୍ତ ଏମରଜେନ୍ସି ବ୍ରେକ୍‌ ଲଗାଇ ଟ୍ରେନ୍‌କୁ ଅଟକାଇଛନ୍ତି। ଫଳରେ ଏକ ବଡ଼ ଦୁର୍ଘଟଣା ଘିଟିବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଛି ଟ୍ରେନ୍‌। ଲଣ୍ଡଉରା ଓ ଧନନ୍ଧେରା ମଝିରେ ଠାବ ହେଲା ଗ୍ୟାସ୍‌ ସିଲିଣ୍ଡର। ଲୋକୋ ପାଇଲଟଙ୍କ ସୂଚନା ଆଧାରରେ ପଏଣ୍ଟସମ୍ୟାନ୍‌ ପହଞ୍ଚି ସିଲିଣ୍ଡର୍ ଟିକୁ ଯାଞ୍ଚ ପରେ ସିଲିଣ୍ଡରଟିରେ ଗ୍ୟାସ୍‌ ନଥିବା ଜଣାପଡ଼ିଲା। ତେବେ ଏହି ଗ୍ୟାସ୍‌ ସିଲିଣ୍ଡରକୁ କିଏ ରଖିଥିଲା ତାହା ଜଣାପଡି ନାହିଁ। ତଦନ୍ତ ଜାରି ରହିଛି।

Advertisement

ତେବେ ପୂର୍ବରୁ ମଧ୍ୟ ବହୁବାର ରେଳ ଲାଇନରେ ଏଭାମି ଅନିୟମିତତା ଦେଖିବାକୁ ମିଳିଲାନି। ହେଲେ କିଏ କାହିଁକି ଏଭଳି କାଣ୍ଡ ଭିଆଉଛି ତାହାର କୌଣସି ପତ୍ତା ମିଳିନାହିଁ |

Leave a Reply

Your email address will not be published. Required fields are marked *