Pratidin TV

Odisha's Digital News Platform

ଦରମା ନେବାକୁ ମନା କରିଦେଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ

1 min read

ସାଉଥ ସୁପରଷ୍ଟାର ପୱନ କଲ୍ୟାଣ ଏବେ ରାଜନୀତିର ବଡ ପଦବୀରେ ଅଛନ୍ତି | ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରାବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ପୱନ ଉପମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି | ସୁପରଷ୍ଟାର ଭାବରେ ତାଙ୍କର ଲୋକପ୍ରିୟତା ଯେତିକି ଜନକଲ୍ୟାଣ କାର୍ଯ୍ୟ ପାଇଁ ମଧ୍ୟ ତାଙ୍କର ପରିଚୟ ବହୁ ରହିଛି | ତେବେ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ସୋମବାର ଅର୍ଥାତ ଜୁଲାଇ ୧ ତାରିଖ ଦିନ କହିଛନ୍ତି ଯେ ରାଜ୍ୟର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ସେ ତାଙ୍କ ଦରମା ଏବଂ ତାଙ୍କ କାର୍ଯ୍ୟାଳୟ ପାଇଁ ନୂତନ ଆସବାବପତ୍ର ସମେତ କୌଣସି ବିଶେଷ ଭତ୍ତା ନେବାକୁ ମନା କରି ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ କହିଛନ୍ତି ଯେ ନିକଟରେ ତାଙ୍କ କ୍ୟାମ୍ପ କାର୍ଯ୍ୟାଳୟର ଅଧିକାରୀମାନେ ତାଙ୍କୁ କାର୍ଯ୍ୟାଳୟର ନବୀକରଣ ଏବଂ ନୂତନ ଆସବାବପତ୍ର କିଣିବା ବିଷୟରେ ପଚାରିଥିଲେ, କିନ୍ତୁ ସେ ମନା କରିଦେଇଥିଲେ।

ଅଭିନେତା-ରାଜନେତା ପୱନ କଲ୍ୟାଣ କହିଛନ୍ତି ଯେ ୩ ଦିନ ଧରି ଗୃହରେ ଉପସ୍ଥିତ ଥିବାରୁ ତାଙ୍କ ଦରମା ୩୫,000 ଟଙ୍କା ସମ୍ବନ୍ଧୀୟ ଦସ୍ତାବିଜରେ ତାଙ୍କ ଦସ୍ତଖତ ନେବାକୁ ସଚିବାଳୟ ଅଧିକାରୀମାନେ ଆସିଥିଲେ, କିନ୍ତୁ ମୁଁ ସେମାନଙ୍କୁ କହିଥିଲି ଯେ ମୁଁ ଦରମା ନେଇ ପାରିବି ନାହିଁ। କଲ୍ୟାଣ ଦାବି କରିଥିଲେ ଯେ, ପଞ୍ଚାୟତ ରାଜ ବିଭାଗରେ ପର୍ଯ୍ୟାପ୍ତ ଅର୍ଥର ଅଭାବ ରହିଛି, ସେଥିପାଇଁ ସେ ତାଙ୍କ ଦରମା ନେବାକୁ ମନା କରିଦେଇଥିଲେ।

Leave a Reply

Your email address will not be published. Required fields are marked *